ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ନିଜର ସବୁ କାମ ସମାପ୍ତ କରିବା ପାଇଁ କାର୍ଯ୍ୟର ଗତିକୁ ଟିକେ ହ୍ରାସ କରନ୍ତୁ। ବ୍ୟବସାୟୀଙ୍କୁ ଲାଭ ମିଳିବ। ପ୍ରେମ ଆଳାପ ପାଇଁ ଭଲ ଦିନଟିଏ।

ବୃଷ: ଲାଭଦାୟକ ଜିନିଷକୁ ଗୁରୁତ୍ବ ଦିଅନ୍ତୁ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ। ବୈବାହିକ ବନ୍ଧନରେ ବାନ୍ଧିହେବା ପାଇଁ ଦିନଟି ଶୁଭ।

ମିଥୁନ: ଜୀବନରେ କୌଣସି ପରିବର୍ତ୍ତନ ଆଣିବା ପାଇଁ ଚିନ୍ତା କରିବେ। ବ୍ୟବସାୟୀମାନେ ନିଜର କାଗଜପତ୍ର ସମ୍ଭାଳି କରି ରଖନ୍ତୁ। ଜୀବନସାଥୀଙ୍କ ଠାରୁ ସୁଖ ପାଇବେ।

କର୍କଟ: ଜରୁରୀ କାମରେ ଅଧିକ ପରିଶ୍ରମ କରିବେ। ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଛାତ୍ରମାନେ କୌଣସି ନୂଆ କୋର୍ସରେ ଯୋଗ ଦେଇପାରନ୍ତି।

ସି˚ହ: କୌଣସି କଲେଜରେ ଅଧୢାପନା ପାଇଁ ପ୍ରସ୍ତାବ ଆସିପାରେ। ବ୍ୟବସାୟୀମାନେ କାମରେ ଦୂର ସ୍ଥାନକୁ ଯାଇପାରନ୍ତି। ପ୍ରେମ ସାଗରରେ ବୁଡ଼ ପକାଇବେ।

କନ୍ୟା: ଯାହା ବି କାମ କରିବେ ବାଧାର ସମ୍ମୁଖୀନ ହେବେ ନାହିଁ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। କୌଣସି ବନ୍ଧୁ ସହିତ ବଚସା ହୋଇପାରେ।

ତୁଳା: ଜୀବନରେ କିଛି ନୂଆ କରିବା ପାଇଁ ଭାବିବେ। ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଲୋକମାନଙ୍କ ସହିତ ଚର୍ଚ୍ଚା କରିବେ। ପ୍ରେମିକାଙ୍କ ସହିତ ଦୂର ସ୍ଥାନକୁ ବୁଲି ଯିବେ।

ବିଛା: ବାପାମାଆଙ୍କ ଠାରୁ ସ୍ନେହ ପାଇବେ। କୌଣସି କାମ କରିବା ବେଳେ ଆପଣଙ୍କ ସମ୍ମୁଖକୁ ନୂଆ ଆହ୍ବାନ ଆସିବ। ବ୍ୟବସାୟରେ ଆଶାଜନକ ଲାଭ ପାଇବେ।

ଧନୁ: ରାସ୍ତାରେ ଯିବା ବେଳେ କୌଣସି ବନ୍ଧୁ ସହିତ ଭେଟ ହେବ। ପୁରୁଣା ବିଚାର ଛାଡ଼ି ନୂଆ ବିଚାରକୁ ଗ୍ରହଣ କରିବେ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଭଲ ରହିବ।

ମକର: ନିଜର ଶକ୍ତିକୁ ଠିକ୍‌ ରୂପେ ବିନିଯୋଗ କରିବେ। ବ୍ୟବସାୟରେ ଲାଭ ହେବ। ଜୀବନସାଥୀଙ୍କ ସହିତ ରାଜ୍ୟ ବାହାରକୁ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ।

କୁମ୍ଭ: ସବୁ ସମସ୍ୟାର ସମାଧାନ ହୋଇଯିବ। କାର୍ଯ୍ୟକ୍ଷେତ୍ରରେ ମନୋଯୋଗରେ କାମ କରିବେ। ପ୍ରେମିକାଙ୍କୁ ଦାମିକା ଜିନିଷ ଉପହାର ଦେବେ।

ମୀନ: ଆପଣ ଶାନ୍ତ ଓ ଚିନ୍ତାମୁକ୍ତ ରହିବେ। ଅଫିସ କାମରେ ଦୂର ସ୍ଥାନକୁ ଯାଇପାରନ୍ତି। ରାଜନୀତିରେ ଖ୍ୟାତି ବଢ଼ିବ। ଛାତ୍ରଙ୍କୁ ଶିକ୍ଷକଙ୍କ ପୂରା ସହଯୋଗ ମିଳିବ।

ସମ୍ବନ୍ଧିତ ଖବର