ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କ ଧ୍ୟାନ କାମରେ ସୁଧାର ଆଣିବାରେ ଲାଗିରହିବ। ଅଫିସରେ ସହକର୍ମୀଙ୍କ ସହିତ ବଚସା ହୋଇପାରେ। ଘରେ କୌଣସି ମରାମତି କରିବାକୁ ପଡ଼ିପାରେ।‌

ବୃଷ: ଆର୍ଥିକ ସ୍ଥିତି ମଜଭୁତ ରହିବ। ବାପା ବ୍ୟବସାୟରେ ସାହାଯ୍ୟ କରିବେ। ବ୍ୟକ୍ତିତ୍ବ ସମ୍ପର୍କରେ ଭଲଭାବେ ଜାଣିବା ପରେ ବନ୍ଧୁତା କରନ୍ତୁ। ‌ଛାତ୍ରଙ୍କ ଲାଗି ଦିନଟି ଭଲ।

ମିଥୁନ: ଅଫିସରେ ଯେଉଁ କାମ ମିଳିବ ତାକୁ ଭଲଭାବେ ତୁଲାଇବେ। ଜମି ଦଲାଲଙ୍କ କାମ ଠିକ୍ ମାର୍ଗରେ ଆଗେଇବ। ଖାଦ୍ୟ ପାନୀୟ ପ୍ରତି ସଜାଗ ରହନ୍ତୁ।

କର୍କଟ: ଲାଗି ରହିଥିବା ସମସ୍ୟାର ସମାଧାନ ହୋଇଯିବ। ଚାକିରି ବୃତ୍ତିରେ ଶୃଙ୍ଖଳା ଦେଖାଦେବ। ଯୁବକଙ୍କୁ ଭଲ ଚାକିରି ମିଳିପାରେ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

ସିଂହ: କ୍ୟାରିୟର ସମ୍ପର୍କିତ ଚେଷ୍ଟାରେ ଲାଭ ପାଇବେ। ପାରିବାରିକ ଜୀବନ ସୁଖକର ହେବ। କୋର୍ଟ ମାମଲା ଆପଣଙ୍କ ପକ୍ଷରେ ହୋଇପାରେ।

କନ୍ୟା: କାର୍ଯ୍ୟକ୍ଷେତ୍ରରେ ଯଥେଷ୍ଟ ସଫଳତା ହାସଲ ହେବ। ଭାଇ ନିଜ କାମରେ ଆପଣଙ୍କୁ ସାହାଯ୍ୟ ମାଗି ପାରନ୍ତି। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ।

ତୁଳା: ଆପଣଙ୍କ କାମ ଦେଖି ଅଧସ୍ତନ ଓ ଉପରିସ୍ଥ କର୍ମଚାରୀ ଖୁସି ହେବେ। ପାରିବାରିକ ଜୀବନ ସୁଖମୟ ହେବ। ଯାନ କିଣିବା ଯୋଗ ଅଛି। ଆଇନ ଛାତ୍ରଙ୍କ ଲାଗି ଭଲ ଦିନଟିଏ।

ବିଛା: ଅଫିସରେ ଆପଣଙ୍କୁ ନୂଆ କାମ ମିଳିପାରେ। ବ୍ୟବସାୟରେ ଉନ୍ନତି ହେବ। ଯାନ ଚଳାଇବା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। ପ୍ରେମ ଜୀବନ ଭଲ ରହିବ।

ଧନୁ: ଅଫିସରେ କାମର ବୋଝ ବଢ଼ିପାରେ। ବ୍ୟବସାୟୀ ମହତ୍ତ୍ବପୂର୍ଣ୍ଣ ଯୋଜନା ତିଆରି କରିବେ। ଜୀବନସାଥୀଙ୍କ ଠାରୁ କୌଣସି ଉପହାର ପାଇବେ।

ମକର: କାର୍ଯ୍ୟକ୍ଷେତ୍ରରେ ପ୍ରଶଂସିତ ହେବେ। ପ୍ରସାଧନ ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ମିଳିବ। ଛାତ୍ରଛାତ୍ରୀ ବିଶେ‌ଷ ପ୍ରସଙ୍ଗ ନେଇ ଶାନ୍ତିରେ ବିଚାର କରନ୍ତୁ।

କୁମ୍ଭ: ବେପାରକୁ ଅଗ୍ରସର କରାଇବା ପାଇଁ ନୂଆ ଯୋଜନା ତିଆରି କରିବେ। ବ୍ୟାଙ୍କ କର୍ମଚାରୀ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ କରିବେ। ମନର ମଣିଷଙ୍କ ସହିତ ସମୟ କାଟିବେ।

ମୀନ: ନୂଆ କାମ ଆରମ୍ଭ କରିବା ପୂର୍ବରୁ ବଡ଼ଙ୍କ ପରାମର୍ଶ ନିଅନ୍ତୁ। ରାଜନୀତିରେ ଥିବା ଲୋକଙ୍କର ମାନ ସମ୍ମାନ ବଢ଼ିବ। ପରିବାରରେ ଖୁସିର ପରିବେଶ ରହିବ।

ସମ୍ବନ୍ଧିତ ଖବର