ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କୌଣସି ବ୍ୟକ୍ତିଙ୍କୁ ହୃଦୟର କଥା କହିବେ। ଭାବିଥିବା କାମ ସ˚ପୂର୍ଣ୍ଣ ହେବ। ବେପାରରେ ଲାଭ ହେବ। ବୈବାହିକ ଜୀବନ ଖୁସି ଭରା ରହିବ।

ବୃଷ: ନୂଆ କାମରେ ଲାଭ ପାଇବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ବନ୍ଧୁଙ୍କ ଠାରୁ ଖୁସି ଖବର ପାଇବେ। ପ୍ରତିଟି ଛୋଟବଡ଼ ନିଷ୍ପତ୍ତି ଭାବିଚିନ୍ତି ନିଅନ୍ତୁ।

ମିଥୁନ: କାମରେ ଯଥେଷ୍ଟ ବ୍ୟସ୍ତ ରହିବେ। ଆପଣଙ୍କୁ କୌଣସି ବଡ଼ ପ୍ରସଙ୍ଗରେ ନିଷ୍ପତ୍ତି ନେବାକୁ ପଡ଼ିପାରେ। ସ୍ବାସ୍ଥ୍ୟ ଭଲ ରହିବ।

କର୍କଟ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ନୂଆ ଉତ୍ସରୁ ଧନଲାଭ ହେବ। ପ୍ରିୟ ବନ୍ଧୁଙ୍କ ସହିତ ସାକ୍ଷାତ ହେବ। ପାରିବାରିକ ଜୀବନ ସୁଖମୟ ହେବ।

ସି˚ହ: ପୂଜାପାଠରେ ସମୟ ବିତିବ। କୌଣସି କାମ ପାଇଁ ଯୋଜନା କରିପାରନ୍ତି। ଅନ୍ୟମାନଙ୍କ ଆଗରେ ସ୍ପଷ୍ଟ ରୂପେ ନିଜ କଥା କୁହନ୍ତୁ।

କନ୍ୟା: ସବୁ କିଛି ଆପଣଙ୍କ ଯୋଜନା ଅନୁରୂପ ରହିବ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ। ଛାତ୍ରଙ୍କ କ୍ୟାରିୟରରେ ନୂଆ ପରିବର୍ତ୍ତନ ହେବ।

ତୁଳା: ଖର୍ଚ୍ଚକୁ ନେଇ ଚିନ୍ତିତ ରହିପାରନ୍ତି। ଲାଭ କରିବାର ସୁଯୋଗ ପାଇବେ। ବନ୍ଧୁ ସ˚ଖ୍ୟା ବୃଦ୍ଧି ପାଇପାରେ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।

ବିଛା: ଧୈର୍ଯ୍ୟ ଧରି ନିଷ୍ପତ୍ତି ନିଅନ୍ତୁ, ସଫଳତାର ମାର୍ଗ ଖୋଲିବ। ଘରକୁ ବନ୍ଧୁ ଆସିବେ। ପାରିବାରିକ ଜୀବନ ସୁଖକର ହେବ। ବେପାରରେ ଲାଭ ହେବ।

ଧନୁ: ଆପଣଙ୍କ ପାଖକୁ ନୂଆ ଦାୟିତ୍ବ ଆସିବ। ଜୀବନସାଥୀଙ୍କୁ ବାହାରକୁ ଭ୍ରମଣରେ ନେଇଯିବାର କଥା ଦେବେ। ଛାତ୍ରଙ୍କର ଲେଖାପଢ଼ାରେ ମନ ଲାଗିବ।

ମକର: ନୂଆ ସ୍ରୋତରୁ ଧନପ୍ରାପ୍ତି ହୋଇପାରେ। ବ୍ୟବସାୟରେ କିଛି ନୂଆ କରି ପାରନ୍ତି। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଭଲ ରହିବ।

କୁମ୍ଭ: ଦିନଟି ବ୍ୟସ୍ତତାରେ କଟିବ। ଅଫିସରେ କର୍ତ୍ତୃପକ୍ଷଙ୍କ କଥାକୁ ଧୢାନ ଦେଇ ଶୁଣନ୍ତୁ। ଜୀବନସାଥୀଙ୍କୁ ଦେଇଥିବା କଥା ପୂରା କରିବେ।

ମୀନ: ଆପଣ ଆଖପାଖର ଲୋକଙ୍କ ସାହାଯ୍ୟ ପାଇବେ। ସାମାଜିକ ପରିସର ବୃଦ୍ଧି ହୋଇପାରେ। ବ୍ୟବସାୟରେ ପୁଞ୍ଜି ଲଗାଇବା ପାଇଁ ଭାବିବେ।

ସମ୍ବନ୍ଧିତ ଖବର