ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

 

ମେଷ: କୌଣସି ଭଲ ଖବର ଶୁଣିବେ। ଜୀବନସାଥୀଙ୍କ ସହଯୋଗ ମିଳିବ। ପରିଶ୍ରମ ଅନୁସାରେ ଲାଭ ପାଇବେ। ପୁସ୍ତକ ବ୍ୟବସାୟୀଙ୍କର ବିକ୍ରି ବଢ଼ିବ।

 

ବୃଷ: ପରିବାରରେ ମାଙ୍ଗଳିକ ଆୟୋଜନର ରୂପରେଖ ପ୍ରସ୍ତୁତ କରିବେ। ସାମାଜିକ ସ୍ତରରେ ଆପଣଙ୍କର ଲୋକପ୍ରିୟତା ବଢ଼ିବ। ଘରର ଆର୍ଥିକ ସମସ୍ୟାର ସମାଧାନ ହେବ। ‌

ମିଥୁନ: ଜୀବନସାଥୀଙ୍କ ସହଯୋଗରେ କୌଣସି କାମ ସଂପୂର୍ଣ୍ଣ ହେବ। ତରବରିଆ ଭାବେ ନିଷ୍ପତ୍ତି ନିଅନ୍ତୁ ନାହିଁ। ବନ୍ଧୁ ସହ କୌଣସି କଥାକୁ ନେଇ ତର୍କବିତର୍କ ହେବ।‌

କର୍କଟ: ବେପାରରେ ଯୋଜନାବଦ୍ଧ ରୂପେ କାମ କରିବେ। ପରିବାରରେ ବାତାବରଣ ଶାନ୍ତିମୟ ରହିବ। ଧନ ବୃଦ୍ଧି ହେବାର ସମ୍ଭାବନା ଅଛି। ବନ୍ଧୁଙ୍କ ଠାରୁ ଭଲ ଖବର ପାଇବେ।

ସିଂହ: ପରିବାରରେ ହର୍ଷ ଉଲ୍ଲାସର ପରିବେଶ ରହିବ। ବ୍ୟବସାୟ ବୃଦ୍ଧି ପାଇଁ ଭଲ ସୁଯୋଗ ପାଇବେ। ବିଦ୍ୟାର୍ଥୀଙ୍କୁ ଲକ୍ଷ୍ୟ ହାସଲ ଦିଗରେ ଶିକ୍ଷକଙ୍କ ସହଯୋଗ ମିଳିବ।

କନ୍ୟା: ବନ୍ଧୁ ଠାରୁ ଆର୍ଥିକ ସାହାଯ୍ୟ ପାଇବେ। କିଣାବିକା ସମୟରେ ସାବଧାନତା ଅବଲମ୍ବନ କରନ୍ତୁ। କୌଣସି ମକଦ୍ଦମା ପାଇଁ ଭଲ ଓକିଲଙ୍କ ମତ ନେବେ।

 

ତୁଳା: ବନ୍ଧୁ ଠାରୁ ଭଲ ପରାମର୍ଶ ପାଇବେ। ଅଚିହ୍ନା ବ୍ୟକ୍ତିଙ୍କ ଉପରେ ଭରସା କରିବାରୁ ନିବୃତ୍ତ ରହନ୍ତୁ। ଫେସନ ଡିଜାଇନ୍ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀ କିଛି ନୂଆ ଶିଖିବେ।

ବିଛା: ଆପଣଙ୍କ ଭିତରେ ଆତ୍ମବିଶ୍ବାସ ଭରି ରହିବ। ନୂଆ କାମ ଆରମ୍ଭ କରିବା ଲାଗି ଯୋଜନା ତିଆରି କରିବେ। ପରିବାର ସହ ଧର୍ମାନୁଷ୍ଠାନକୁ ଯିବେ। ସ୍ବାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ।

 

ଧନୁ: ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ। ଠିକ୍ ଯୋଜନା ବଳରେ କ୍ୟାରିୟରରେ ପରିବର୍ତ୍ତନ ଆଣିବେ। ସାମାଜିକ ସ୍ତରରେ ଲୋକଙ୍କୁ ସାହାଯ୍ୟ କରିବେ।

 

ମକର: ବ୍ୟବସାୟ କାମରେ ବଡ଼ ସହରକୁ ଯାଇପାରନ୍ତି। ସାଙ୍ଗକୁ ସମସ୍ୟା କହିବେ। ଅଧୁରା କାମ ପୂରା କରିବାରେ ସଫଳ ହେବେ। ପାରିବାରିକ ଜୀବନ ସୁଖମୟ ହେବ।

 

କୁମ୍ଭ: ମାତାପିତାଙ୍କ ସହ ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଜୀବନସାଥୀଙ୍କ ସହ ସାମଞ୍ଜସ୍ୟ ବଜାୟ ରହିବ। ବନ୍ଧୁ ସହ ସିନେମା ଦେଖିବାର ଯୋଜନା କରିବେ।

ମୀନ: ବାକିଥିବା କାମ ସମାପ୍ତ କରିବାରେ ସଫଳ ହେବେ। ଜୀବନରେ ଲାଗି ରହିଥିବା ସବୁ ସମସ୍ୟାର ସମାଧାନ ହେବ। ଆଶା ପୂରଣ ହେବା ଯୋଗୁଁ ଆଶ୍ବସ୍ତ ଅନୁଭବ କରିବେ।

ସମ୍ବନ୍ଧିତ ଖବର