ମେଷ: ଚାକିରି ବୃତ୍ତିରେ ମନପ୍ରାଣ ଢାଳି କାମ କରିବେ। ସହଯୋଗୀଙ୍କ ସହାୟତା ମିଳିବା ହେତୁ କାର୍ଯ୍ୟ ଭାର କମିବ। ଘରୋଇ ପରିବେଶରେ ପ୍ରସନ୍ନତା ବଜାୟ ରହିବ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: କାର୍ଯ୍ୟକ୍ଷେତ୍ରରେ ନୂଆ ସମ୍ଭାବନା ତଲାସ କରିବେ। କୌଣସି ଦିଗରୁ ଖୁସି ଖବର ପାଇବେ। ଦାମ୍ପତ୍ୟ ସମ୍ବନ୍ଧରେ ଦୂରତ୍ବ ସମାପ୍ତ ହେବ।
ମିଥୁନ: ବ୍ୟବସାୟରେ ଲାଭ ବୃଦ୍ଧି ପାଇଁ ଅଧିକ ମନୋଯୋଗରେ କାମ କରିବେ। ସ୍ବାସ୍ଥ୍ୟ ପ୍ରତି ସଚେତ ରୁହନ୍ତୁ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।
କର୍କଟ: ବ୍ୟବସାୟରେ ବିକ୍ରି ବଢ଼ିବ ଓ ଆର୍ଥିକ ଲାଭ ହେବ। ରାଜନୀତିରେ ସମ୍ମାନଜନକ ପଦକୁ ମନୋନୀତ ହୋଇପାରନ୍ତି। ବୁଲି ଯିବା ପାଇଁ ଯୋଜନା କରିବେ।
ସି˚ହ: ପୂର୍ବର ଭଲ ପ୍ରଦର୍ଶନ ପାଇଁ ଚାକିରିରେ ପଦୋନ୍ନତି ମିଳିପାରେ। କାରବାର ବୃଦ୍ଧି ହେବ। ଜୀବନସାଥୀ ଆପଣଙ୍କ କଥାରେ ପ୍ରଭାବିତ ହେବେ।
କନ୍ୟା: ମନରେ ଧର୍ମ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ। ଚିନ୍ତାଶୀଳ ବ୍ୟକ୍ତିଙ୍କ ସହିତ ସ˚ପର୍କ ମଜଭୁତ ହେବ। ବ୍ୟବସାୟୀଙ୍କୁ ଆୟର ନୂଆ ଉତ୍ସ ମିଳିବ।
ତୁଳା: ଆପଣଙ୍କୁ କୌଣସି ବିଶେଷ କାମ ମିଳିପାରେ। ଦୂରସ୍ଥାନକୁ ଯିବାର ଯୋଗ ରହିଛି। ଛାତ୍ରୀମାନେ ଲେଖାପଢ଼ାରେ ଧ୍ୟାନ ଦେବେ।
ବିଛା: ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିପାରେ। ବ୍ୟବସାୟରେ ନୂଆ ଚୁକ୍ତି କରିବାର ସୁଯୋଗ ଆସିବ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।
ଧନୁ: ଆର୍ଥିକ ସ୍ଥିତିରେ ଉନ୍ନତି ପାଇଁ ସୁଯୋଗ ପାଇବେ। ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ତୁଲାଇବେ। ଶୁଭ ସମାଚାର ପାଇବେ।
ମକର: ଆପଣଙ୍କ ଜୀବନର ସବୁ ଅଶାନ୍ତି ଦୂର ହେବ। ସମସ୍ୟାର ସମାଧାନ ଖୋଜିବାରେ ସଫଳ ହେବେ। ଇ˚ଜିନିୟରଙ୍କ ଲାଗି ଦିନଟି ଭଲ।
କୁମ୍ଭ: ଅଫିସ ଯିବାବେଳେ ଜରୁରୀ କାଗଜପତ୍ର ନେବାକୁ ଭୁଲନ୍ତୁ ନାହିଁ। ବ୍ୟବସାୟରେ ଭାଗୀଦାରଙ୍କ ସହିତ ଯୁକ୍ତିତର୍କ ହୋଇପାରେ। ଓକିଲଙ୍କ ଲାଗି ଦିନଟି ଲାଭପ୍ରଦ।
ମୀନ: ନିଜକୁ ଶକ୍ତିଶାଳୀ ଅନୁଭବ କରିବେ। ଉନ୍ନତି ଲାଗି ନୂଆ ମାର୍ଗ ଖୋଲିବ। ପ୍ରିୟତମଙ୍କ ଠାରୁ ଖୁସି ଖବର ପାଇବେ। ଛାତ୍ରଙ୍କ ଲାଗି ଦିନଟି ଭଲ।