ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

 

ମେଷ: ବାପା ମାଆଙ୍କର ପରାମର୍ଶ ନିଅନ୍ତୁ, ଭଲ ହେବ। ନୂଆ କାମ ଆରମ୍ଭ କଲେ ଭବିଷ୍ୟତରେ ଲାଭ ପାଇବେ। ଆପଣଙ୍କର ଆତ୍ମବିଶ୍ବାସ ଦେଖି କର୍ତ୍ତୃପକ୍ଷ ଖୁସି ହେବେ।

 

ବୃଷ: ଟ୍ରାଭେଲ ଏଜେନ୍ସି ବ୍ୟବସାୟୀଙ୍କ ଲାଗି ଦିନଟି ଭଲ। ଅଚାନକ ଧନଲାଭ ହେବ। ରାଜନୀତିରେ ସଫଳତା ପାଇବେ। ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ।

ମିଥୁନ: ଜମି ଦଲାଲଙ୍କ ଲାଗି ଦିନଟି ଲାଭଦାୟକ। ଆପଣଙ୍କ ମନ ଅନ୍ତରଙ୍ଗ ବନ୍ଧୁ ସହ ମିଶିବାକୁ କହିବ। ଚାକିରିଆଙ୍କର ପଦୋନ୍ନତି ହୋଇପାରେ।

କର୍କଟ: ପୂଜାପାଠରେ ସମୟ ବିତିବ। ଅଫିସରେ ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ଦିଆଯିବ। ନିଜ ସାମର୍ଥ୍ୟରେ କାମକୁ ସରଳତାପୂର୍ବକ ସମ୍ପାଦନ କରିବେ।

ସିଂହ: ବ୍ୟବସାୟ ବିସ୍ତାର କରନ୍ତୁ ଲାଭ ହେବ। କୌଣସି ବି କାମ ତରବରିଆ ଭାବେ କରନ୍ତୁ ନାହିଁ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

କନ୍ୟା: ଯୋଜନା ଅନୁସାରେ କାମ ପୂରା ହୋଇଯିବ। ଘରୋଇ କଂପାନିରେ କାମ କରୁଥିବା ଲୋକଙ୍କର ପଦୋନ୍ନତି ହୋଇପାରେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରନ୍ତୁ।

 

ତୁଳା: ବହୁ ଦିନର ସ୍ବପ୍ନ ସାକାର ହେବ। ଆପଣଙ୍କର ମନୋବଳ ଉଚ୍ଚ ରହିବ। ସମାଜସେବା କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ଲାଗି ଦିନଟି ଭଲ।

ବିଛା: ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ସାମାଜିକ ଗତିବିଧିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ପ୍ରିୟତମଙ୍କ ଠାରୁ ଉପହାର ମିଳିବ।

 

ଧନୁ: ଆଗକୁ ବଢ଼ିବା ଲାଗି ଭଲ ଦିନଟିଏ। ପୂର୍ବରୁ କରିଆସୁଥିବା ଯୋଜନା ପୂରା ହୋଇଯିବ। ବିଲଡର୍ସଙ୍କୁ ଧନଲାଭ ହେବ। ପରିବାରରେ ଶାନ୍ତି ପରିବେଶ ରହିବ।

 

ମକର: ଆପଣଙ୍କୁ ଭୁଲ୍ ରାସ୍ତାରେ ନେଇଯିବାକୁ ଚାହୁଥିବା ଲୋକଙ୍କ ପ୍ରତି ସାବଧାନ ରୁହନ୍ତୁ। ଅଚାନକ ଧନଲାଭ ହେବ। ବିବାହ ସମ୍ବନ୍ଧୀୟ ସମସ୍ୟାର ସମାଧାନ ହୋଇଯିବ।

 

କୁମ୍ଭ: ଜମିରେ ନିବେଶ ଲାଗି ଭଲ ଦିନଟିଏ। ଅଧିକ କ୍ରୋଧ କଲେ କାମରେ ଗତିରୋଧ ହେବ। ଧା‌ର ଦେଇଥିବା ପଇସା ଫେରସ୍ତ ପାଇବେ। ଛାତ୍ରଙ୍କ ଲାଗି ଦିନଟି ଭଲ ରହିବ।

ମୀନ: ବ୍ୟବସାୟରେ ଭାବିଚିନ୍ତି ଭାଗୀଦାରି କରନ୍ତୁ। ଅନ୍ୟମାନଙ୍କୁ ଭରସା କରନ୍ତୁ ନାହିଁ। ପରିବାରରେ ଲାଗି ରହିଥିବା ସମସ୍ୟା ସମାପ୍ତ ହୋଇଯିବ।

ସମ୍ବନ୍ଧିତ ଖବର