ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପରିଶ୍ରମୀ ଲୋକଙ୍କୁ ପରିଶ୍ରମର ସୁଫଳ ମିଳିବ। ବିଶେଷ ପ୍ରସଙ୍ଗରେ ବରିଷ୍ଠଙ୍କ ସହିତ ଆଲୋଚନା କରିବେ। ଦାମ୍ପତ୍ୟ ସମ୍ବନ୍ଧ ମଧୁରତାରେ ପରିପୂର୍ଣ୍ଣ ରହିବ।

ବୃଷ: କାରବାରକୁ ନେଇ ମନରେ ନୂଆ ନୂଆ ବିଚାର ଆସିବ। ଅଫିସ କାମ ସହଜରେ ତୁଲାଇବେ। ପ୍ରିୟତମଙ୍କ ସହିତ ଦିନଟି ଭଲରେ କଟିବ।

ମିଥୁନ: ଆପଣ ସକାରାତ୍ମକ ଶକ୍ତି ଅନୁଭବ କରିବେ। ଚାକିରିରେ ସଫଳତା ମିଳିବାର ଯୋଗ ରହିଛି। କଠିନ ବିଷୟ ନେଇ ଶିକ୍ଷକଙ୍କ ସହିତ ଚର୍ଚ୍ଚା କରିପାରନ୍ତି।

କର୍କଟ: ଆପଣଙ୍କ ସହିତ ଭଲ ହିଁ ଭଲ ହେବ। ଉପାର୍ଜନ ପାଇଁ ଉପଦେଶ ଦେବା ଲୋକ ମିଳିବେ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ବହୁତ ଭଲ।

ସି˚ହ: ଆପଣଙ୍କର କୌତୁକିଆ ସ୍ବଭାବ ସମସ୍ତଙ୍କୁ ଭଲ ଲାଗିବ। ବ୍ୟବସାୟରେ ଅଧୁରା କାମ ପୂରା ହୋଇପାରେ। ସାମାଜିକ ସ୍ତରରେ ଆପଣଙ୍କର ପ୍ରଭାବ ବଢ଼ିବ।

କନ୍ୟା: ସକାରାତ୍ମକ ପରିବର୍ତ୍ତନ ଆପଣଙ୍କ ଜୀବନକୁ ସରସ ସୁନ୍ଦର କରିବ। ବ୍ୟବସାୟରେ ଧନଲାଭ ହୋଇପାରେ। ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ।

ତୁଳା: ଆର୍ଥିକ ଲାଭ ପାଇଁ ଅନ୍ୟ ସହରକୁ ଯାଇପାରନ୍ତି। ଚାକିରିଜୀବୀଙ୍କୁ ପଦୋନ୍ନତି ମିଳିପାରେ। ପାରିବାରିକ ଜୀବନ ସୁଖମୟ ହେବ।

ବିଛା: ଇଚ୍ଛା ପୂରା କରିବାରେ ସଫଳ ହେବେ। ଶିକ୍ଷକଙ୍କୁ ପଦୋନ୍ନତି ମିଳିପାରେ। ଆପଣଙ୍କ ସନ୍ତାନ ଆପଣଙ୍କୁ ଗର୍ବିତ ଅନୁଭବ କରାଇପାରନ୍ତି।

ଧନୁ: ଅତୀତ କଥାକୁ ନେଇ ମନସ୍ତାପରେ ରହିପାରନ୍ତି। ସ˚ପୂର୍ଣ୍ଣ ହେବାକୁ ଯାଉଥିବା କାମରେ ବାଧା ଉପୁଜିବ। ଉଧାର ନେବା-ଦେବା କାର୍ଯ୍ୟରୁ ନିବୃତ୍ତ ରୁହନ୍ତୁ।

ମକର: ବନ୍ଧୁଙ୍କ ସାହାଯ୍ୟରେ ଆପଣଙ୍କର କାମ ସ˚ପୂର୍ଣ୍ଣ ହେବ। ରାଜନୀତିରେ ପରିସର ବଢ଼ାଇବେ। ଦାମ୍ପତ୍ୟ ଜୀବନରେ ଖୁସି ବଢ଼ିବ।

କୁମ୍ଭ: ବନ୍ଧୁ ଓ ଜୀବନସାଥୀଙ୍କ ସହଯୋଗ ପାଇବେ। କାର୍ଯ୍ୟକ୍ଷେତ୍ରରେ ମନପ୍ରାଣ ଢାଳି କାମ କରିବେ। ବେପାରରେ ବାକିଆ ଅର୍ଥ ଫେରସ୍ତ ପାଇବେ।

ମୀନ: ଜୀବନସାଥୀଙ୍କ ସହିତ ଧର୍ମସ୍ଥାନକୁ ଯିବେ। ଆପଣଙ୍କର ଗବେଷଣା କାମରେ ମନ ଲାଗିବ। ବ୍ୟବସାୟୀଙ୍କ ପାଇଁ ଦିନଟି ବହୁତ ଭଲ।

ସମ୍ବନ୍ଧିତ ଖବର