ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି କଷ୍ଟଦାୟକ ସାବ୍ୟସ୍ତ ହୋଇପାରେ। ଅଫିସରେ ସାବଧାନ ରହିବାର ଆବଶ୍ୟକତା ରହିଛି। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।

ବୃଷ: ଅତୀତର କୌଣସି କଥାକୁ ନେଇ ମନକୁ କଷ୍ଟ ହେବ। ଧୈର୍ଯ୍ୟ ଧରି ଅପେକ୍ଷା କରନ୍ତୁ, ସଫଳତାର ମାର୍ଗ ଖୋଲିବ। ଓକିଲଙ୍କ ଲାଗି ଦିନଟି ଲାଭପ୍ରଦ।

ମିଥୁନ: ଦିନଟି ସବୁ ଦୃଷ୍ଟିରୁ ଭଲ ରହିବ। ବେପାରରେ ଲାଭ ହେବ। ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ସମ୍ବନ୍ଧରେ ମଧୁରତା ବଢ଼ିବ।

କର୍କଟ: ମହିଳାମାନେ କୌଣସି ଉଦ୍ୟୋଗ ଆରମ୍ଭ କରିପାରନ୍ତି। ବାଲ୍ୟ ବନ୍ଧୁଙ୍କ ସହିତ ମିଳାମିଶାର ସମ୍ଭାବନା ରହିଛି। ଓକିଲଙ୍କୁ ନୂଆ ମୋକଦ୍ଦମା ମିଳିପାରେ।

ସି˚ହ: କାର୍ଯକ୍ଷେତ୍ରରେ ଲାଗି ରହିଥିବା ଅସୁବିଧା ଦୂର ହେବ। ଜମିରେ ନିବେଶ ଲାଗି ଦିନଟି ଭଲ। ପାରିବାରିକ ଜୀବନ ସୁଖମୟ ହେବ।

କନ୍ୟା: କୌଣସି ବଡ଼ ସୁଯୋଗ ଆପଣଙ୍କୁ ଅପେକ୍ଷା କରି ରହିଛି। ସାମାଜିକ ସ୍ତରରେ ଆପଣଙ୍କର ପ୍ରଭାବ ବଢ଼ିବ। ଭାଗୀଦାର କାରବାରରେ ଲାଭ ପାଇବେ।

ତୁଳା: କମ୍‌ ପରିଶ୍ରମରେ ଅଧିକ ଲାଭ ପାଇବେ। ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ। ପାରିବାରିକ ଜୀବନ ସୁଖକର ହେବ। ପ୍ରେମରେ ସଫଳତା ପାଇବେ।

ବିଛା: ମନ ପ୍ରସନ୍ନ ରହିବ। ଶିକ୍ଷା କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ। ଆପଣଙ୍କ ଜୀବନରେ କୌଣସି ପ୍ରେମ ସମ୍ବନ୍ଧ ଆରମ୍ଭ ହୋଇପାରେ।

ଧନୁ: ଧର୍ମ କାର୍ଯ୍ୟରେ ମନ ଲାଗିବ। ଆପଣ କୌଣସି ସାମାଜିକ ସ˚ଗଠନରେ ସାମିଲ ହେବେ। କନ୍ୟାମାନଙ୍କୁ ଭଲ ସୁଯୋଗ ମିଳିବ।

ମକର: ଆପଣଙ୍କ ସମ୍ମୁଖକୁ ଆସୁଥିବା ସବୁ ଆହ୍ବାନର ମୁକାବିଲା କରିପାରିବେ। ନିଜର ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ। କ୍ୟାରିୟରକୁ ଏକ ନୂଆ ଦିଶା ମିଳିବ।

କୁମ୍ଭ: ଆପଣ କୌଣସି ବଡ଼ ଅଧିକାରୀଙ୍କ ସହଯୋଗ ପାଇପାରନ୍ତି। ରାଜନୀତିରେ ଆର୍ଥିକ ଲାଭ ହେବ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।

ମୀନ: ଆପଣଙ୍କର ଆତ୍ମବିଶ୍ବାସ ପୂର୍ବ ଅପେକ୍ଷା ଅଧିକ ମଜଭୁତ ରହିବ। ଶତ୍ରୁଙ୍କୁ ପରାସ୍ତ କରିବେ। ବ୍ୟବସାୟୀଙ୍କ ଲାଗି ଦିନଟି ବହୁତ ଭଲ।

ସମ୍ବନ୍ଧିତ ଖବର