ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣ କୌଣସି ବିଷୟରେ ବଡ଼ ନିଷ୍ପତ୍ତି ନେଇପାରନ୍ତି। ବେପାରୀ ବର୍ଗଙ୍କୁ ଅଚାନକ ଧନଲାଭ ହେବ। ଅଫିସରେ ଆପଣଙ୍କ କାମରେ ଖୁସି ହୋଇ କର୍ତ୍ତୃପକ୍ଷ ଉପହାର ଦେବେ।

ବୃଷ: ଅନ୍ୟମାନଙ୍କ ଆଗରେ ଆପଣଙ୍କର ଛବି ଭଲ ରହିବ। ଆର୍ଥିକ ସଫଳତା ପାଇବେ। ଆପଣଙ୍କ ପ୍ରତି ଉଚ୍ଚ ଅଧିକାରୀଙ୍କ ବ୍ୟବହାର ସକାରାତ୍ମକ ରହିବ। ସ୍ବାସ୍ଥ୍ୟରେ ସୁଧାର ହେବ।‌

ମିଥୁନ: ନୂଆ ଲୋକଙ୍କ ସହ ସାକ୍ଷାତରେ କିଛି ନୂଆ ମଉକା ପାଇବେ। ନୂଆ ବ୍ୟବସାୟରେ ପୁଞ୍ଜି ଲଗାଇଲେ ଆପଣଙ୍କୁ ଦିଗୁଣା ଲାଭ ମିଳିବ। ପରିବାରରେ ସୁଖ ଶାନ୍ତିର ପରିବେଶ ରହିବ।‌

କର୍କଟ: ପୂର୍ବ କଂପାନିର ଅନୁଭବ ଆପଣଙ୍କ କାମରେ ଆସିବ। ବିବାଦଠୁଁ ଦୂରରେ ରୁହନ୍ତୁ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାଇପାରନ୍ତି। ଭୂସଂପତ୍ତି କିଣିବା ପୂର୍ବରୁ ଶୁଭ ମୁହୂର୍ତ୍ତ ଦେଖନ୍ତୁ।

ସିଂହ: ଅଧିକ ଭାବୁକ ହେଲେ ମନ ଅଶାନ୍ତ ରହିବ। ବ୍ୟବସାୟ ମାନ୍ଦା ଧରିବ। ଆର୍ଥିକ ବିଷୟକୁ ନେଇ ସତର୍କ ରୁହନ୍ତୁ। ମନର କଥା ପାଖଲୋକଙ୍କୁ କହିପାରନ୍ତି। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ଶୁଭ।

କନ୍ୟା: ଆପଣଙ୍କର ସବୁ କାମ ମନମୁତାବକ ପୂରା ହେବ। କର୍ତ୍ତୃପକ୍ଷ ଆପଣଙ୍କୁ ଉପହାର ଦେଇପାରନ୍ତି। ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

ତୁଳା: ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ପାରିବାରିକ ସମସ୍ୟା ପାଇଁ ଆପଣଙ୍କର ଅଶାନ୍ତି ବଢ଼ିପାରେ। ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ।

ବିଛା: ନୂଆ କାମରେ ରୁଚି ବଢ଼ିବ। ପଇସାର ଅଭାବ ଅନୁଭବ କରିପାରନ୍ତି। ଘର ସଜାଇବାରେ ଧ୍ୟାନ ଦେବେ। ଆପଣ ନିଜ ସାଥୀଙ୍କ ଭାବନାକୁ ବୁଝିବେ। କ୍ୟାରିୟରରେ ସଫଳତା ମିଳିବ।

ଧନୁ: ସାରାଦିନ ମନରେ ପ୍ରସନ୍ନତା ରହିବ। ରାଜନୀତିରେ ବିରୋଧୀମାନଙ୍କର ଦୃଢ଼ ମୁକାବିଲା କରିବେ। ମହିଳାଙ୍କୁ ଘର ଲୋକଙ୍କ ସାହାଯ୍ୟ ମିଳିବ।

ମକର: ଯେଉଁ କାମ କରିବେ ତାହା ମନ ମୁତାବକ ସଂପୂର୍ଣ୍ଣ ହେବ। ଆର୍ଥିକ ସମସ୍ୟାର ସମାଧାନ ହେବ। ଚାକିରି ଖୋଜୁଥିବା ଲୋକଙ୍କୁ ନିଯୁକ୍ତି ମିଳିବ। ପ୍ରିୟବନ୍ଧୁ ସହ କଥା ହୋଇ ଭଲ ଲାଗିବ।

କୁମ୍ଭ: ଦିନଟି ଆନନ୍ଦ ଉଲ୍ଲାସ ଭରା ରହିବ। ବ୍ୟକ୍ତିଗତ ସମସ୍ୟାର ସମାଧାନ ହୋଇଯିବ। ସମ୍ମାନିତ ଲୋକଙ୍କ ସହ ମିଶିବାର ଅବସର ପାଇବେ। ବଡ଼ ଯୋଜନାର ଶୁଭାରମ୍ଭ କରିପାରନ୍ତି।

ମୀନ: ବାକି କାମରେ ବନ୍ଧୁ ସାହାଯ୍ୟ କରିବେ। ଧାର ନେବା ଦେବାରୁ ନିବୃତ୍ତ ରୁହନ୍ତୁ। ଆପଣଙ୍କର ତୀବ୍ର ବୁଦ୍ଧି ପାଇଁ ପୁରସ୍କାର ମିଳିବା ଯୋଗ ଅଛି। ପ୍ରେମ ସମ୍ବନ୍ଧରେ ନୂତନତ୍ବ ଆସିବ।

ସମ୍ବନ୍ଧିତ ଖବର