ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ନୂଆ କାମ କରିବା ପାଇଁ ଯୋଜନା କରିବେ। ଆପଣଙ୍କର ନମ୍ର ସ୍ବଭାବ ପାଇଁ ଲୋକେ ଆପଣଙ୍କ ପ୍ରତି ଆକର୍ଷିତ ହେବେ। ଲାଗି ରହିଥିବା ବିବାଦର ସମାଧାନ ହେବ।

ବୃଷ: ଆପଣଙ୍କର ସକାରାତ୍ମକ ବିଚାର ଅନ୍ୟମାନଙ୍କୁ ଅନୁପ୍ରାଣିତ କରିବ। ନୂଆ କାମ କରିବା ପାଇଁ ଭାବି ପାରନ୍ତି। ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରସ୍ତୁତି ପାଇଁ ମନ ସ୍ଥିର କରିବେ।

ମିଥୁନ: ପରିଶ୍ରମର ସୁଫଳ ପାଇବେ। ସମାଜରେ ମାନ ପ୍ରତିଷ୍ଠା ବଢ଼ିବ। ବନ୍ଧୁ ଓ ପରିଜନଙ୍କ ସହ ସମ୍ବନ୍ଧ ପୂର୍ବ ଅପେକ୍ଷା ମଜଭୁତ ହେବ। ଛାତ୍ରଙ୍କ ଲାଗି ଦିନଟି ଭଲ।

କର୍କଟ: ଆପଣଙ୍କ ପ୍ରସିଦ୍ଧି ଓ ସମ୍ମାନର ପୂରା ମଜା ନିଅନ୍ତୁ। ବନ୍ଧୁ ଠାରୁ ଶୁଭ ଖବର ପାଇବେ। ବ୍ୟବସାୟ କାମରେ ବ୍ୟସ୍ତ ରହିପାରନ୍ତି। ଗଣମାଧ୍ୟମ ପ୍ରତିନିଧି ଉନ୍ନତିର ସୁ‌ଯୋଗ ପାଇବେ।

ସିଂହ: ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ। ନୂଆ ଲୋକଙ୍କ ସହିତ ଯୋଗାଯୋଗ ହେବ। ଜୀବନସାଥୀ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ।

କନ୍ୟା: ନକାରାତ୍ମକ ବିଚାର ମନକୁ ବିଚଳିତ କରିପାରେ। ପ୍ରଭୁଙ୍କୁ ସ୍ମରଣ କରନ୍ତୁ ସବୁ ଠିକ୍ ହୋଇଯିବ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ବାହନ କିଣିବାର ଆଗ୍ରହ ବଢ଼ିବ।

ତୁଳା: ସମୟ ଆପଣଙ୍କ ଲାଗି ବହୁତ ଭଲ। ଧନଲାଭର ଯୋଗ ରହିଛି। ଅଫିସରେ ଅଧୁରା କାମ ପୂରା କରିପାରିବେ। ବ୍ୟବସାୟ ସମ୍ବନ୍ଧିତ ମହତ୍ତ୍ବପୂର୍ଣ୍ଣ ବୈଠକ ହେବ।

ବିଛା: ଆପଣଙ୍କର କୌଣସି ଏକ ଇଚ୍ଛା ପୂରଣ ହେବ। ପାରିବାରିକ ବାତାବରଣ ଶାନ୍ତିଦାୟକ ରହିବ। ଶତ୍ରୁର ଷଡ଼୍‌ଯନ୍ତ୍ର ପ୍ରଘଟ ହୋଇଯିବ। ଜୀବନସାଥୀଙ୍କୁ ଭଲ ଉପହାର ଦେବେ।

ଧନୁ: ସବୁ ସମସ୍ୟାର ସମାଧାନ ବାହାରିବ। ନେତା ଓ ଉଚ୍ଚ ଅଧିକାରୀଙ୍କ ସହଯୋଗ ପାଇବେ। ଆମଦାନି ବୃଦ୍ଧି ଲାଗି ନୂଆ ଯୋଜନା କରିବେ। ପାରିବାରିକ ଜୀବନ ସୁଖକର ହେବ।

ମକର: ଧାର୍ମିକ କାର୍ଯ୍ୟରେ ସହଯୋଗ କରନ୍ତୁ, ଚାକିରି ବୃତ୍ତିରେ ଲାଭ ହେବ। ଜୀବନସାଥୀ ଆପଣଙ୍କ କଥାରେ ପ୍ରଭାବିତ ହେବେ। ପରିବାରରେ କାହାରି ବିବାହ ତାରିଖ ଧାର୍ଯ୍ୟ ହୋଇପାରେ।‌

କୁମ୍ଭ: କର୍ମକ୍ଷେତ୍ରରେ ସଫଳତା ପାଇବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। କଳା ସାହିତ୍ୟ କ୍ଷେତ୍ରରେ ଆଗକୁ ବଢ଼ିବେ। ମହତ୍ତ୍ବପୂର୍ଣ୍ଣ ଲୋକଙ୍କ ସହ ଘନିଷ୍ଠ ପରିଚୟ ହେବ।

ମୀନ: ଅଫିସରେ ସୁନ୍ଦର ପରିବେଶ ଆପଣଙ୍କୁ ଖୁସି କରାଇବ। ନୂଆ ଚାକିରି ଲାଗି ସୁଯୋଗ ଆସିପାରେ। ଜମି ଦଲାଲଙ୍କୁ ଲାଭ ହେବ। ପାରିବାରିକ ଜୀବନ ସୁଖମୟ ହେବ।

ସମ୍ବନ୍ଧିତ ଖବର