publive-image

Advertisment

ମେଷ: ଆପଣ ସକାରାତ୍ମକ ରହିବେ ଏବଂ ମନରେ କିଛି ନୂଆ ଆଶା ଜାଗ୍ରତ ହେବ। ଚାରିଆଡ଼େ ଆପଣଙ୍କର ସ‌ଚ୍ଚୋଟତାର ପ୍ରଶଂସା ହେବ। ଜୀବନସାଥୀଙ୍କୁ କିଛି ଉପହାର ଦେବେ।

publive-image

ବୃଷ: ଗଣମାଧ୍ୟମ‌ କର୍ମଚାରୀଙ୍କ ପାଇଁ ଦିନଟି ବ୍ୟସ୍ତବହୁଳ ରହିବ। ଅନ୍ତରଙ୍ଗ ବନ୍ଧୁ ଆର୍ଥିକ ସହାୟତା ମାଗି ପାରନ୍ତି। ଛାତ୍ରଛାତ୍ରୀଙ୍କ ଲାଗି ସଫଳତାର ନୂଆ ଦ୍ବାର ଖୋଲିବ।

publive-image

ମିଥୁନ: ପୂର୍ବରୁ ଲାଗି ରହିଥିବା ସମସ୍ୟାର ସମାଧାନ ହେବ। ଆପଣଙ୍କର ସବୁ ଚିନ୍ତା ଦୂର ହେବ। ରାଜନେତା ନୂଆ କାର୍ଯ୍ୟଭାର ଗ୍ରହଣ କରିବେ। ପ୍ରେମ ଜୀବନ ମଧୁର ରହିବ। ‌

publive-image

କର୍କଟ: ଆପଣଙ୍କ ଧ୍ୟାନ ଧାର୍ମିକ କାର୍ଯ୍ୟରେ ଅଧିକ ଲାଗି ରହିବ। ଜୀବନସାଥୀଙ୍କୁ ଧର୍ମାନୁଷ୍ଠାନକୁ ନେଇ ଯିବେ। ଅଫିସର ଜରୁରୀ କାମରେ ବରିଷ୍ଠ କର୍ମଚାରୀ ସାହାଯ୍ୟ କରିବେ। ‌

publive-image

ସିଂହ: ପରିଶ୍ରମ ବଳରେ କାମ ସଂପୂର୍ଣ୍ଣ କରିବାରେ ସଫଳ ହେବେ। ଦାମ୍ପତ୍ୟ ଜୀବନରେ ଖୁସିର ଆଗମନ ହେବ। ଅଚାନକ ଧନଲାଭର ଯୋଗ ରହିଛି। ଇଂଜିନିୟରଙ୍କ ଲାଗି ଭଲ ଦିନଟିଏ।

publive-image

କନ୍ୟା: ନକାରାତ୍ମକ ଚିନ୍ତା ମସ୍ତିଷ୍କକୁ ଆସିବାକୁ ଦିଅନ୍ତୁ ନାହିଁ। ଜୀବନସାଥୀଙ୍କ ପରାମର୍ଶ ଆପଣଙ୍କ ଲାଗି ଉତ୍ତମ ସାବ୍ୟସ୍ତ ହେବ। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ।

publive-image

ତୁଳା: ପୂଜାର୍ଚ୍ଚନାରେ ସମୟ ବିତିବ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ସୁଦୃଢ଼ ହେବ। ପରିଶ୍ରମର ସଂପୂର୍ଣ୍ଣ ଫଳ ପାଇବେ। ପରିବାରଠୁଁ କୌଣସି ଭଲ ଖବର ପାଇବେ।

publive-image

ବିଛା: ପରିବାରର କୌଣସି ଲୋକ ସହିତ ବାଦ ବିବାଦ ହୋଇପାରେ। କଳା କ୍ଷେତ୍ରରେ ଥିବା ବ୍ୟକ୍ତି କିଛି ନୂଆ କରିବାକୁ ଭାବିବେ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ।

publive-image

ଧନୁ: ଦୁଃସାହସିକ ପଦକ୍ଷେପ ନେବାରୁ ନିବୃତ୍ତ ରୁହନ୍ତୁ। ଶତ୍ରୁ ଆପଣଙ୍କୁ ହଇରାଣ କରିବାକୁ ଚେଷ୍ଟା କରିବେ। ବିଦ୍ୟାର୍ଥୀଙ୍କ ଲାଗି ଦିନଟି ବହୁତ ଭଲ।

publive-image

ମକର: କାମରେ ଭଲ ପ୍ରଦର୍ଶନ ପାଇଁ କିଛି ନୂଆ କରିବେ। କ୍ରିକେଟ୍‌ ଖେଳାଳିଙ୍କ ଲାଗି ଦିନଟି ବହୁତ ଭଲ। ଜୀବନସାଥୀଙ୍କୁ ସମୟ ଦିଅନ୍ତୁ, ସମ୍ବନ୍ଧରେ ମଧୁରତା ଆସିବ।

publive-image

କୁମ୍ଭ: ଚାକିରି ବୃତ୍ତିରେ ଭାଗ୍ୟର ସହଯୋଗ ପାଇବେ। ଧନପ୍ରାପ୍ତିର ଭଲ ଯୋଗ ଅଛି। ସ୍କୁଲ ଜୀବନର ସାଙ୍ଗ ସହ ସାକ୍ଷାତ ହେବ। ଜୀବନସାଥୀ ଆପଣଙ୍କ ଉପରେ ପ୍ରସନ୍ନ ରହିବେ।

publive-imageମୀନ: ବନ୍ଧୁଙ୍କ ସହଯୋଗରେ ଅଧୁରା କାମ ସଂପୂର୍ଣ୍ଣ ହେବ। ସରକାରୀ କର୍ମଚାରୀଙ୍କ ଲାଗି ଭଲ ଦିନଟିଏ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ପ୍ରେମୀ ଯୁଗଳଙ୍କର ପରସ୍ପର ପ୍ରତି ବିଶ୍ବାସ ବଢ଼ିବ।