ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

 

ମେଷ: ନିର୍ମାଣ କାର୍ଯ୍ୟ କରୁଥିବା ଲୋକଙ୍କୁ ନୂଆ ପ୍ରକଳ୍ପ ମିଳିବ। ଏକାସମୟରେ ଅନେକ ଦାୟିତ୍ବ ନେବା ଯୋଗୁଁ ଅସୁବିଧାରେ ସମ୍ମୁଖୀନ ହୋଇପାରନ୍ତି। ସ୍ବାସ୍ଥ୍ୟ ନେଇ ସତର୍କ ରୁହନ୍ତୁ।

 

ବୃଷ: ଉନ୍ନତି ପାଇଁ ନୂଆ ସାଧନ ପାଇବେ। ବ୍ୟବସାୟରେ ଉନ୍ନତି ହେବ। କୌଣସି ବିଶେଷ କାମ କରିବା ଲାଗି ଭାବିବେ। ରାଜନୀତିକ ଲୋକଙ୍କର ସମାଜରେ ପ୍ରଭାବ ବଢ଼ିବ।

ମିଥୁନ: ଅନ୍ତରଙ୍ଗ ବନ୍ଧୁ ଆପଣଙ୍କ ସହ ମିଶିବା ଲାଗି ଘରକୁ ଆସିବେ। ବାକିଥିବା କାମ ପୂରା ହୋଇଯିବ। ସଂପତ୍ତି ବଢ଼ାଇବା ଲାଗି ଯୋଜନା ସଫଳ ହେବ। ଛାତ୍ରଙ୍କ ଲାଗି ଦିନଟି ଭଲ।

କର୍କଟ: ବ୍ୟବସାୟରେ ବକେୟା ଅର୍ଥ ପାଇବେ। କାମରେ ଅନ୍ୟମାନଙ୍କର ସାହାଯ୍ୟ ପାଇବେ। ଅଫିସରେ କୌଣସି କର୍ମଚାରୀ ଆପଣଙ୍କ ଠାରୁ କାମ ଶିଖିବାକୁ ଚାହିଁବେ।

ସିଂହ: ଆପଣଙ୍କ ବ୍ୟବହାରରେ ଆଖପାଖର ଲୋକ ଖୁସି ରହିବେ। ବନ୍ଧୁ ସାହାଯ୍ୟରେ କୌଣସି କାମ ପୂରା ହେବ। ପାରିବାରିକ ମାମଲାରେ ଅନ୍ୟର ପରାମର୍ଶ ନିଅନ୍ତୁ, ଭଲ ହେବ।

କନ୍ୟା: ସପରିବାର ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଆପଣଙ୍କ କାର୍ଯ୍ୟରେ ନୂତନତ୍ବ ଆସିବ। ପ୍ରେମୀଯୁଗଳ ଏକାଠି ଖୁସିର ମୁହୂର୍ତ୍ତ ଅତିବାହିତ କରିବେ।

 

ତୁଳା: କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ପାଇବେ। କ୍ୟାରିୟର ସମ୍ବନ୍ଧରେ ବହୁତ ଭଲ ସୁଯୋଗ ପାଇବେ। ସମାଜରେ ମାନ ପ୍ରତିଷ୍ଠା ବଢ଼ିବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।

ବିଛା: ପରିବାରରେ ସୁଖଶାନ୍ତି ବଜାୟ ରହିବ। ଆପଣଙ୍କୁ ଆନନ୍ଦଦାୟକ ଅନୁଭୂତି ମିଳିବ। ବିଶେଷ ପ୍ରସଙ୍ଗରେ ପରିବାର ଲୋକଙ୍କ ସହ କଥା ହେବେ। ଯାତ୍ରା ଫଳପ୍ରଦ ହେବ।

 

ଧନୁ: ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଅଫିସରେ ଆପଣଙ୍କୁ ନୂଆ କାମ ମିଳିବ। ଧନ ସଂପତ୍ତି ନେଇ ସତର୍କ ରୁହନ୍ତୁ। ବନ୍ଧୁ ସହ ମିଶିବା ଲାଗି ତାଙ୍କ ଘରକୁ ଯିବେ।

 

ମକର: ନୂଆ କାରବାରରେ ପୁଞ୍ଜି ଲଗାଇବା ପୂର୍ବରୁ ପରୀକ୍ଷାନିରୀକ୍ଷା କରିନିଅନ୍ତୁ। ବିଶେଷ କାମ ସାରିବା ଲାଗି ନିତିଦିନିଆ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିବାକୁ ହେବ।

 

କୁମ୍ଭ: ବ୍ୟବସାୟ କ୍ଷେତ୍ରରେ କିଛି ଲୋକଙ୍କର ସାହାଯ୍ୟ ପାଇବେ। ନିଜକୁ ପ୍ରମାଣିତ କରିବା ଲାଗି ଉତ୍ତମ ସୁଯୋଗ ପାଇବେ। ସାମାଜିକ ଜୀବନ ସବୁ ଦୃଷ୍ଟିରୁ ଭଲ ରହିବ।

ମୀନ: ଜୀବନସାଥୀଙ୍କ ସହ କୋମଳ ସ୍ବରରେ କଥା ହୁଅନ୍ତୁ। ଲୋକେ ଆପଣଙ୍କ କଥାରେ ସହମତ ହେବେ। ଆମଦାନି ବଢ଼ାଇବା ଲାଗି ଆପଣଙ୍କ ମସ୍ତିଷ୍କ‌ରେ ନୂଆ ଯୋଜନା ଆସିବ।

ସମ୍ବନ୍ଧିତ ଖବର