ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

 

ମେଷ: ଉନ୍ନତିରେ ଲାଗି ରହିଥିବା ବାଧା ଦୂର ହେବ। ଦୂର ସ୍ଥାନକୁ ଯାତ୍ରାରେ ଯାଇପାରନ୍ତି। ସମାଜରେ ଲୋକେ ଆପଣଙ୍କ ବ୍ୟକ୍ତିତ୍ବରେ ପ୍ରସନ୍ନ ହେବେ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।

 

ବୃଷ: ଭାବିଥିବା କାମ ପୂରା ହୋଇଯିବ। ଆର୍ଥିକ ସ୍ଥିତିରେ ଯଥେଷ୍ଟ ସୁଧାର ହେବ। କୌଣସି ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ। ଜୀବନସାଥୀଙ୍କ ସହ ସିନେମା ଦେଖିବେ।

ମିଥୁନ: ଅଫିସରେ କର୍ତ୍ତୃପକ୍ଷ ଆପଣଙ୍କ ଅଧୁରା କାମ ଦେଖି ଅସନ୍ତୁଷ୍ଟ ହୋଇପାରନ୍ତି। ରାଜନେତାଙ୍କ ଲାଗି ଦିନଟି ଭଲ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ହେବ।

କର୍କଟ: ସନ୍ଧ୍ୟା ପୂର୍ବରୁ ଶୁଭ ଖବର ମିଳିବା ଯୋଗୁଁ ଘରେ ଖୁସିର ମାହୋଲ ରହିବ। ନୂଆ ଯୋଜନା ଆରମ୍ଭ କରିବା ପୂର୍ବରୁ ଦି’ ଚାରିଜଣଙ୍କ ମତ ନିଅନ୍ତୁ। ସ୍ବାସ୍ଥ୍ୟ ନେଇ ସଚେତନ ରୁହନ୍ତୁ।

ସିଂହ: ଦୀର୍ଘ ଦିନର କାମ ସଂପୂର୍ଣ୍ଣ କରିବା ଲାଗି ବନ୍ଧୁଙ୍କ ସାହାଯ୍ୟ ପାଇବେ। ଅଫିସରେ ସହକର୍ମୀ ଆପଣଙ୍କୁ ସମ୍ମାନ କରିବେ। ଛାତ୍ରଛାତ୍ରୀ ଲେଖାପଢ଼ାରୁ ବିଚ୍ୟୁତ ହୋଇପାରନ୍ତି।

କନ୍ୟା: ଯେଉଁ କାମ କରିବାକୁ ଚିନ୍ତା କରୁଛନ୍ତି ଅଧିକ ପରିଶ୍ରମ ଓ ଏକାଗ୍ରତା ବଳରେ ତାହା ସଂପୂର୍ଣ୍ଣ କରିବେ। ବେପାରରେ ବକେୟା ଅର୍ଥ ପାଇବେ। ସୁନା ଅଳଙ୍କାର କିଣିବା ଲାଗି ଭାବିବେ।

 

ତୁଳା: ନୂଆ କାମ ଆରମ୍ଭ କଲେ ଯଥେଷ୍ଟ ଲାଭ ହେବ। ଆପଣଙ୍କ ନିକଟ ସଂପର୍କୀୟ ଆପଣଙ୍କୁ ଭଲ ପରାମର୍ଶ ଦେବେ। ନବବିବାହିତ ଜୀବନସାଥୀଙ୍କ ସହ ଭଲ ସମୟ କାଟିବେ।

ବିଛା: ଲୋକଙ୍କ ସହ ଅଯଥା କଥାରେ ସମୟ ବ୍ୟୟ ନକରି ନିଜ କାମରେ ଧ୍ୟାନ ଦିଅନ୍ତୁ। ଅଫିସରେ ଦିନଟି ଭଲରେ ବିତିବ। ଉଚ୍ଚ ଅଧିକାରୀଙ୍କ ସହଯୋଗରେ ପଦୋନ୍ନତି ମିଳିବ।

 

ଧନୁ: ଅନ୍‌ଲାଇନ୍‌ରେ ଆୟ ଲାଗି ସୁଯୋଗ ପାଇବେ। ସ୍ବାସ୍ଥ୍ୟ ପୂର୍ବ ଅପେକ୍ଷା ଭଲ ରହିବ। ଅଫିସରେ ଆପଣଙ୍କର ଭଲ ପ୍ରଦର୍ଶନ ଦେଖି କର୍ତ୍ତୃପକ୍ଷ ପ୍ରଶଂସା କରିବେ।

 

ମକର: ବ୍ୟବସାୟରେ ସାହସର ସହ କାମ କଲେ ସଫଳ ହେବେ। ପରିବାର ମଧ୍ୟରେ ଆନନ୍ଦ ଉଲ୍ଲାସ ଦେଖାଦେବ। ଡାକ୍ତରୀ ଛାତ୍ର କିଛି ନୂଆ ଶିଖିବେ।

 

କୁମ୍ଭ: ଅଫିସରେ ମନୋଯୋଗର ସହ କାମ କରି ସଫଳ ହେବେ। ପେସାଦାର ବ୍ୟବସାୟୀଙ୍କ ଲାଗି ଦିନଟି ଭଲ। ପ୍ରେମିକ ଅସନ୍ତୁଷ୍ଟ ସାଥୀଙ୍କୁ ମନାଇବାରେ ସଫଳ ହେବେ।

ମୀନ: ଅଫିସରେ କାମ ପୂରା କରିବାରେ ସହକର୍ମୀଙ୍କର ସାହାଯ୍ୟ ପାଇବେ। ସନ୍ତାନ ପକ୍ଷରୁ ଖୁସି ଖବର ମିଳିବ। ଜୀବନସାଥୀଙ୍କ ସହ ବାହାରକୁ ବୁଲି ଯିବେ। ବେପାରରେ ଧନଲାଭ ହେବ।

ସମ୍ବନ୍ଧିତ ଖବର