ମେଷ: ଅଫିସରେ ପରିସ୍ଥିତି ଅନୁକୂଳ ରହିବ। ସହକର୍ମୀଙ୍କ ମାଧୢମରେ ଲାଭ ପାଇବେ। ବ୍ୟବସାୟ ବିସ୍ତାର କରିବେ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: ଆପଣଙ୍କର ଏକାଗ୍ରତା ବୃଦ୍ଧି ହେବ। ବଡ଼ କ˚ପାନି ସହ ଡିଲ୍ କରିବାର ସୁଯୋଗ ପାଇପାରନ୍ତି। ଘରକୁ ବନ୍ଧୁ ଆସିବେ। ପାରିବାରିକ ଜୀବନ ସୁଖମୟ ହେବ।
ମିଥୁନ: ଭାବିଥିବା କାମ ସ˚ପୂର୍ଣ୍ଣ କରିନେବେ। ବ୍ୟବସାୟରେ ନୂଆ ଚୁକ୍ତିପତ୍ର ହୋଇପାରେ। ସାମାଜିକ ଉତ୍ସବରେ ସହଯୋଗ କରିବେ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।
କର୍କଟ: କାର୍ଯ୍ୟ ବ୍ୟସ୍ତତାରେ ଦିନଟି କଟିବ। ପୁରୁଣା ଚୁକ୍ତିରୁ ଲାଭ ମିଳିପାରେ। ଘରୋଇ କାମ ନେଇ ପରିବାର ଲୋକଙ୍କ ସହିତ ଆଲୋଚନା କରିବେ।
ସି˚ହ: ଆର୍ଥିକ ସମସ୍ୟାର ସମାଧାନ ହେବ। କୌଣସି ନୂଆ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ଟେଲି କଳାକାରଙ୍କୁ ଫିଲ୍ମରେ ସୁଯୋଗ ମିଳିବ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।
କନ୍ୟା: ଆପଣଙ୍କର ସବୁ କାମ ସହଜରେ ସ˚ପୂର୍ଣ୍ଣ ହୋଇଯିବ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ଘରକୁ ନୂଆ ବନ୍ଧୁ ଆସିବେ। ଖୁସି ହୋଇ ଅଧିକ ଖର୍ଚ୍ଚ କରିପାରନ୍ତି।
ତୁଳା: ଖୋଦ୍କୁ ସୁସ୍ଥ ସବଳ ଅନୁଭବ କରିବେ। ଅନ୍ୟ ଲୋକମାନଙ୍କୁ ସାହାଯ୍ୟ କରିବାର ଅବସର ପାଇବେ। ବ୍ୟବସାୟରେ ଅଧିକ ଲାଭ ହେବ।
ବିଛା: ବିବାଦ ଠାରୁ ଦୂରରେ ରୁହନ୍ତୁ। ବ୍ୟବସାୟରେ ସଉଦା ଲାଗି ଦୂର ସ୍ଥାନକୁ ଯିବେ। ବିଜ୍ଞାନ ଛାତ୍ର କିଛି ନୂଆ ବିଷୟରେ ଶିକ୍ଷା ଲାଭ କରିବେ।
ଧନୁ: ଲାଗିରହିଥିବା ବିବାଦର ସମାଧାନ ହୋଇପାରେ। ସାମାଜିକ କାର୍ଯ୍ୟ ଲାଗି ଆପଣ ସମ୍ମାନିତ ହୋଇପାରନ୍ତି। ସରକାରୀ ଚାକିରିଆଙ୍କୁ ଲାଭ ମିଳିପାରେ।
ମକର: ନୂଆ ଲୋକଙ୍କ ସହିତ ଆଲୋଚନା ଲାଭପ୍ରଦ ହେବ। ବେପାର ଉଦ୍ୟୋଗରେ ଲାଭ ପାଇବେ। ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ପାଇବ।
କୁମ୍ଭ: ସାମାଜିକ କାର୍ଯ୍ୟରେ ଯୋଗ ଦେବା ପାଇଁ ସମୟ ପାଇବେ। ପାରିବାରିକ ଜୀବନ ସୁଖମୟ ହେବ। ଛାତ୍ରଙ୍କର ଅଧୢୟନରେ ମନ ଲାଗିବ।
ମୀନ: ବନ୍ଧୁ ସାହାଯ୍ୟକାରୀ ସାବ୍ୟସ୍ତ ହେବେ। ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। କର୍ମଜୀବୀ ମହିଳାଙ୍କୁ ଅଫିସରେ ପଦୋନ୍ନତି ମିଳିବ।