ମେଷ: ଅନ୍ୟମାନଙ୍କ କାମରେ ଦଖଲ ଦିଅନ୍ତୁ ନାହିଁ।ସନ୍ତାନ ସୁଖ ପାଇବେ। ମନ ମୁତାବକ କାମ ସଂପୂର୍ଣ୍ଣ ହେବା ଯୋଗୁଁ ମନ ପ୍ରସନ୍ନ ହେବ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: ଅଫିସରେ ଆପଣଙ୍କ ବେଶଭୂଷାର ପ୍ରଶଂସା ହେବ। ଆପଣଙ୍କ ବ୍ୟବହାରରେ କିଛି ଲୋକ ଖୁସି ହେବେ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।
ମିଥୁନ: ଆପଣଙ୍କୁ ରୋଜଗାରର ନୂଆ ଅବସର ମିଳିବ। ପରିବାର ସହ ସମ୍ବନ୍ଧ ମଜଭୁତ ହେବ। କୋର୍ଟ କଚେରି ମାମଲାର ନିଷ୍ପତ୍ତିରେ ବିଳମ୍ବ ହେବ।
କର୍କଟ: ଭବିଷ୍ୟତ ସମ୍ବନ୍ଧରେ ବିଚାର ବିମର୍ଶ କରିବେ। ପରିବାର ଲୋକଙ୍କ ସହ ସମ୍ବନ୍ଧ ବହୁତ ଭଲ ହେବ। ଘରକୁ କୌଣସି ବନ୍ଧୁ ଆସିବେ।
ସିଂହ: ନିଜ ଧୀଶକ୍ତି ବଳରେ ସବୁ କାମ ସମ୍ଭାଳି ନେବେ। ଲାଭର ଅବସର ପାଇବେ। ଛାତ୍ରଙ୍କର ପ୍ରତିଯୋଗିତା ପ୍ରତି ଉତ୍ସାହ ଉତ୍ପନ୍ନ ହେବ।
କନ୍ୟା: ଅବଶିଷ୍ଟ କାମ ସଂପୂର୍ଣ୍ଣ ହେବାର ସମ୍ଭାବନା ଅଛି। ଘରକୁ ବନ୍ଧୁଙ୍କ ଯିବାଆସିବା ଲାଗି ରହିବ। ଗଣମାଧ୍ୟମ କ୍ଷେତ୍ରରେ ଥିବା ଲୋକଙ୍କୁ ପ୍ରଶଂସା ମିଳିବ।
ତୁଳା: ବାଲ୍ୟବନ୍ଧୁ ସହ ସାକ୍ଷାତ ହେବ। ଜୀବନସାଥୀଙ୍କ ସହ ବାହାରକୁ ବୁଲି ଯିବେ। ପାରିବାରିକ ଜୀବନ ସୁଖମୟ ହେବ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।
ବିଛା: ନୂଆ କାମର ଯୋଜନା କରିବେ। ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ମିଳିବ। ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ।
ଧନୁ: ପରିବାର ଲୋକଙ୍କ ପରାମର୍ଶ ମହତ୍ତ୍ବପୂର୍ଣ୍ଣ ସାବ୍ୟସ୍ତ ହେବ। ରୋଜଗାର ପାଇଁ ଉଚିତ ଅବସର ପାଇବେ। ସୁଖ ସୁବିଧା ବୃଦ୍ଧି ହେବ।
ମକର: ବକେୟା ଅର୍ଥ ପାଇବେ। ଭାଗୀଦାରି ବ୍ୟବସାୟରେ ଲାଭ ପାଇବେ। ସ୍ବାସ୍ଥ୍ୟ ଭଲ ରହିବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ।
କୁମ୍ଭ: ସୁସମ୍ବାଦ ପାଇବେ। ଆପଣଙ୍କ ରଚନାତ୍ମକ ପ୍ରତିଭା ଲୋକଲୋଚନକୁ ଆସିବ। ବେପାରରେ ଲାଭ ହେବ। ଶତ୍ରୁମାନେ ଦବି ରହିବେ।
ମୀନ: ନିଜର ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ବାପା ମାଆଙ୍କ ସାହାଯ୍ୟରେ କାର୍ଯ୍ୟ ପୂରା ହେବ। ସମ୍ବନ୍ଧରେ ତାଳମେଳ ବଜାୟ ରଖନ୍ତୁ।