ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ରାଜନୀତିରେ ଯୋଗାଯୋଗ ଭଲ ରହିବ। ବ୍ୟବସାୟରେ ଧନଲାଭ ହେବ। ବିଶେଷ ଯାତ୍ରାରେ ଯାଇପାରନ୍ତି। ଛାତ୍ରଙ୍କ ଲାଗି ଦିନଟି ଶୁଭ।

ବୃଷ: ବ୍ୟବସାୟ ଓ ଚାକିରି ସ˚ପର୍କିତ କାମ ପୂରା ହେବ। ବକେୟା ଅର୍ଥ ମିଳିପାରେ। ସ୍ବାସ୍ଥ୍ୟରେ ସୁଧାର ହେବ। ଛାତ୍ରୀମାନେ ଇଣ୍ଟର୍‍ଭ୍ୟୁରେ ଭଲ କରିବେ।

ମିଥୁନ: କୌଣସି ଜିନିଷର ଅଭାବ ଅନୁଭବ କରିପାରନ୍ତି। ଆପଣଙ୍କ କାମ ମନ୍ଥର ଗତିରେ ପୂରା ହେବ। ଛାତ୍ର କୌଣସି କାମ ପାଇଁ ବାପାଙ୍କ ସାହାଯ୍ୟ ନେବେ।

କର୍କଟ: ଆପଣଙ୍କ ଦୃଢ଼ ମାନସିକତା ସଫଳତା ପ୍ରଦାନ କରିବ। ନିଜର କଥା ଅନ୍ୟମାନଙ୍କୁ ଅବଗତ କରାଇବାରେ ସଫଳ ହେବେ। ବେପାରରେ ଲାଭ ହେବ।

ସି˚ହ: ସବୁ କାମରେ ସଫଳତା ହାସଲ କରିବେ। ଉଚ୍ଚ ଅଧିକାରୀଙ୍କ ସହିତ ସାକ୍ଷାତ ହେବ। କୃଷକଙ୍କୁ ଲାଭ ହୋଇପାରେ। ପ୍ରେମ ପ୍ରସଙ୍ଗରେ ପ୍ରଗାଢ଼ତା ଆସିବ।

କନ୍ୟା: କୌଣସି କାମରେ ଦୂର ସ୍ଥାନକୁ ଯାଇପାରନ୍ତି। କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ। କାରବାରରେ ସଫଳତା ପାଇବେ।

ତୁଳା: ପାରିବାରିକ ଜୀବନ ସୁଖକର ହେବ। ଆୟରେ ଅଚାନକ ବୃଦ୍ଧି ଘଟିବ। ପୁରୁଣା ବନ୍ଧୁଙ୍କ ସହିତ ଦେଖା ହୋଇପାରେ। ଅଫିସରେ ଆପଣଙ୍କର କର୍ତ୍ତୃତ୍ବ ବଢ଼ିବ।

ବିଛା: ଇଷ୍ଟଦେବଙ୍କର ପୂଜାର୍ଚ୍ଚନା କରନ୍ତୁ। ଆପଣଙ୍କର ସବୁ ଅଭାବ ପୂରା ହେବ। ଚାକିରିଜୀବୀଙ୍କୁ ଖୁସି ଖବର ମିଳିବ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ଆସିବ।

ଧନୁ: ଅଫିସରେ ବଡ଼ ଦାୟିତ୍ବ ମିଳିପାରେ। ନିଜର ସାମର୍ଥ୍ୟ ଅନୁଯାୟୀ କାମକୁ ସରଳତାପୂର୍ବକ ପୂରା କରିନେବେ। ଛାତ୍ରଙ୍କର ଲେଖାପଢ଼ାରେ ମନ ଲାଗିବ।

ମକର: ଲକ୍ଷ୍ୟ ହାସଲ ପାଇଁ ଅଗ୍ରସର ହେବେ। ନେତା ଆପଣଙ୍କୁ ନୂଆ ଦାୟିତ୍ବ ଦେବେ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ।

କୁମ୍ଭ: ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ଆର୍ଥିକ ମାମଲାରେ ବୁଦ୍ଧି ଖଟାଇ କାମ କରନ୍ତୁ। ବନ୍ଧୁ ସହିତ ସମ୍ବନ୍ଧ ଉତ୍ତମ ହେବ।

ମୀନ: ସମାଜରେ ଲୋକମାନଙ୍କ ସହିତ ଭଲ ବୁଝାମଣା ରହିବ। ବ୍ୟବସାୟ କ୍ଷେତ୍ରରେ କିଛି ଲୋକଙ୍କର ସହଯୋଗ ପାଇବେ। ଖର୍ଚ୍ଚ କମ୍‌ କରିବାକୁ ଚେଷ୍ଟା କରନ୍ତୁ।

ସମ୍ବନ୍ଧିତ ଖବର