ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଚାକିରି ଓ ବ୍ୟବସାୟରେ ସନ୍ତୋଷଜନକ ପରିଣାମ ପାଇବେ। ଘରୋଇ କାମରେ ବାହାରକୁ ଯାଇପାରନ୍ତି। ମହିଳାମାନଙ୍କ ଲାଗି ଭଲ ଦିନଟିଏ।

ବୃଷ: ଆପଣଙ୍କର ଚଞ୍ଚଳ ସ୍ବଭାବ ଅଶାନ୍ତିକୁ ଆମନ୍ତ୍ରଣ କରିପାରେ। ବାହନ କିଣିବା ଲାଗି ଦିନଟି ଶୁଭ। ସନ୍ତାନ ପକ୍ଷରୁ ଆପଣଙ୍କୁ ସୁଖଦ ଅନୁଭୂତି ପ୍ରାପ୍ତ ହେବ।

ମିଥୁନ: ରାଜନୈତିକ ନେତାଙ୍କ ଲାଗି ଦିନଟି ଭଲ। ଲୋକଙ୍କ ସହିତ ଗୁରୁତ୍ବପୂର୍ଣ୍ଣ କଥା ଆଲୋଚନା କରିବେ। ଇ˚ଜିନିୟରଙ୍କୁ ଭଲ ଚାକିରି ମିଳିପାରେ।

କର୍କଟ: ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ପାରିବାରିକ ଜୀବନ ଶାନ୍ତିମୟ ହେବ। କଲେଜରେ ମିଳିଥିବା ପ୍ରୋଜେକ୍ଟକୁ ବରିଷ୍ଠଙ୍କ ସାହାଯ୍ୟ ନେଇ ସ˚ପୂର୍ଣ୍ଣ କରନ୍ତୁ।

ସି˚ହ: ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ଅଚାନକ ଧନପ୍ରାପ୍ତି ହେବ। ଅଫିସରେ ନୂଆ ଦାୟିତ୍ବ ପାଇବେ। ପ୍ରେମ ସମ୍ବନ୍ଧରେ ପ୍ରଗାଢ଼ତା ଆସିବ।

କନ୍ୟା: ପରିବାରରେ ସବୁ ସଦସ୍ୟଙ୍କୁ ଆନନ୍ଦ ମିଳିବ। ସହଯୋଗୀଙ୍କ ସାହାଯ୍ୟରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ। ବ୍ୟବସାୟରେ ପ୍ରଚୁର ଲାଭ ପାଇବେ।

ତୁଳା: ବନ୍ଧୁଙ୍କ ସହିତ ମଜା ମସ୍ତିରେ ସମୟ ବିତିବ। ବ୍ୟବସାୟରେ ଭାଗୀଦାରଙ୍କ ସହିତ ଏକମତ ହୋଇ କାମ କରନ୍ତୁ, ଲାଭ ପାଇବେ। ପରିବାରରେ ଅଶାନ୍ତି ବଢ଼ିପାରେ।

ବିଛା: ପୁରୁଣା ଅଭିଜ୍ଞତାକୁ ପ୍ରୟୋଗ କରି କାର୍ଯ୍ୟରେ ସଫଳତା ପାଇବେ। ଜମି କିଣିବା ଲାଗି ଦିନଟି ଭଲ। ଦାମ୍ପତ୍ୟ ସମ୍ବନ୍ଧରେ ସୁଖ ବଢ଼ିବ।

ଧନୁ: ଚାକିରିଜୀବୀଙ୍କ ଲାଗି ଦିନଟି ଭଲ। ଅନ୍ୟମାନଙ୍କ ପରାମର୍ଶରେ ଅଧିକ ଲାଭ ପାଇବେ। ଘରୋଇ ଜୀବନରେ ପ୍ରେମପୂର୍ଣ୍ଣ ପରିବେଶ ରହିବ।

ମକର: କୌଣସି ବରିଷ୍ଠଙ୍କ ସାହାଯ୍ୟ ବଳରେ ଆପଣଙ୍କୁ ଆଶ୍ବସ୍ତି ମିଳିବ। ବ୍ୟବସାୟରେ ଲାଭ ପାଇବେ। ଇ˚ଜିନିୟରଙ୍କ ଲାଗି ଦିନଟି ଲାଭପ୍ରଦ।

କୁମ୍ଭ: ଲାଭ କ୍ଷତି ହିସାବରେ ଅଧିକ ସମୟ ବିତିବ। ସାମନାକୁ ଆସୁଥିବା ଆହ୍ବାନର ଦୃଢ଼ ମୁକାବିଲା କରନ୍ତୁ। ଘରୋଇ ଚିନ୍ତା ଧୀରେ ଧୀରେ ସମାପ୍ତ ହେବ।

ମୀନ: ବନ୍ଧୁଙ୍କ ସହିତ ଲାଗି ରହିଥିବା ମତଭେଦ ଦୂର ହେବ। ଚାକିରିରେ ପଦୋନ୍ନତି ମିଳିପାରେ। ପରିବାରରେ ସୁଖ ଓ ସମୃଦ୍ଧି ବୃଦ୍ଧି ପାଇବ।

ସମ୍ବନ୍ଧିତ ଖବର