ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଭାଗ୍ୟ ବଦଳାଇବା ପାଇଁ ଶୁଭ ସମୟ। ଯେତେ ମିଠା କଥା କହିବେ ସେତେ ଲାଭ ପାଇବେ। ଶିକ୍ଷାର୍ଥୀଙ୍କୁ ଦିନଟି ସଫଳତା ଦେବ। ରାତିରେ ଭଲ ନିଦ ହେବ।

ବୃଷ: ନକାରାତ୍ମକ ଚିନ୍ତା ତ୍ୟାଗ କରନ୍ତୁ। ଚାକିରି, ଶିକ୍ଷା ଓ କାରବାରରେ ଉନ୍ନତି ଯୋଗ ରହିଛି। ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ। ବେକାରଙ୍କୁ ରୋଜଗାରର ଅବସର ମିଳିବ।

ମିଥୁନ: ଲାଗି ରହିଥିବା ବିବାଦ ସମାପ୍ତ ହେବ। ଉପାର୍ଜନର ନୂଆ ସୁଯୋଗ ପାଇବେ। ଅଭିନୟ କ୍ଷେତ୍ରରେ ଥିବା ଲୋକଙ୍କୁ ବଡ଼ ସୁଯୋଗ ମିଳିବ। ଆପଣଙ୍କ ଆଚରଣ ବନ୍ଧୁଙ୍କୁ ଖୁସି ରଖିବ।

କର୍କଟ: କୌଣସି ଧର୍ମାନୁଷ୍ଠାନରେ ଲୋକଙ୍କ ସେବା କରିବେ। ବ୍ୟବସାୟ କ୍ଷେତ୍ରରେ ଆଗକୁ ବଢ଼ିବା ପାଇଁ ନୂଆ ସୁଯୋଗ ପାଇବେ। ପ୍ରେମ ନିବେଦନ ଲାଗି ଦିନଟି ଭଲ।

ସିଂହ: ଧ୍ୟାନ ଯୋଗରେ ମନର ସକାରାତ୍ମକ ଶକ୍ତି ସଂଚାର ହେବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ରାଜନୈତିକ ପ୍ରଭାବ ବୃଦ୍ଧି ହେବ। ଗୋପନୀୟ ତଥ୍ୟ ପ୍ରଘଟ କରନ୍ତୁ ନାହିଁ।

କନ୍ୟା: ଆତ୍ମବିଶ୍ବାସ ବୃଦ୍ଧି ପାଇବ। ସମସ୍ୟା ସମାଧାନ କରିବା ପାଇଁ ଯତ୍ନବାନ ହେବେ। ସାମ୍ବାଦିକଙ୍କ କାମ ପ୍ରଶଂସିତ ହେବ। ପାରିବାରିକ ଜୀବନ ହସଖୁସିରେ କଟିବ।

ତୁଳା: ଆଳସ୍ୟ ତ୍ୟାଗ କରନ୍ତୁ। ଅର୍ଥ ଠିକ୍ ଜାଗାରେ ନିବେଶ କରନ୍ତୁ। ରାଜନୀତି କ୍ଷେତ୍ରରେ ଆପଣଙ୍କର ପ୍ରସିଦ୍ଧି ବଢ଼ିବ। ଛାତ୍ରମାନେ ପରିଶ୍ରମର ସୁଫଳ ପାଇବେ।

ବିଛା: କିଛି ସମସ୍ୟା ରହିବ ହେଲେ ଚିନ୍ତା କରନ୍ତୁ ନାହିଁ, ସନ୍ଧ୍ୟା ସୁଦ୍ଧା ସବୁ ଠିକ୍ ହୋଇଯିବ। ଜୀବନରେ ଉନ୍ନତି ପାଇଁ ନୂଆ ମାର୍ଗ ଖୋଲିବ। ଜୀବନସାଥୀଙ୍କ ନାମରେ କାର୍ କିଣି ପାରନ୍ତି।

ଧନୁ: ନୂଆ କାମ ଆରମ୍ଭ କରିବା ଲାଗି ଯୋଜନା ପ୍ରସ୍ତୁତ କରିବେ। ଆପଣଙ୍କ ବ୍ୟକ୍ତିତ୍ବ ଅନ୍ୟମାନଙ୍କୁ ଆକର୍ଷିତ କରିବ। ବୈବାହିକ ଜୀବନରେ ମନର ଆବେଗ ସମାପ୍ତ ହେବ।

ମକର: ପୁଞ୍ଜି ବଜାରରେ ନିବେଶ କଲେ ଭବିଷ୍ୟତରେ ଯଥେଷ୍ଟ ଲାଭ ପାଇବେ। ସାମାଜିକ ସ୍ତରରେ ଲୋକଙ୍କୁ ସାହାଯ୍ୟ କରିବେ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ।

କୁମ୍ଭ: ବ୍ୟବସାୟ କାମରେ ବଡ଼ ସହରକୁ ଯାଇପାରନ୍ତି। ଅଜଣା ବ୍ୟକ୍ତିଙ୍କ ଉପରେ ଆବଶ୍ୟକତା ଠାରୁ ଅଧିକ ଭରସା କରନ୍ତୁ ନାହିଁ। ନବବିବାହିତ ଦମ୍ପତି ଭବିଷ୍ୟତର ଯୋଜନା କରିବେ।

ମୀନ: ବୁଦ୍ଧି ବଳ ପ୍ରୟୋଗ କରନ୍ତୁ, ସଫଳତା ପାଇବେ। ଯେଉଁ ଫିଲ୍ମ କଳାକାର ସଂଘର୍ଷ କରୁଛନ୍ତି ସେମାନଙ୍କ ଲାଗି ନୂଆ କାମ ଆସିବ। ନୂଆ ପ୍ରେମ ସମ୍ପର୍କ ଆରମ୍ଭ ହେବାର ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର