ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଅଫିସରେ ଅଧିକ ସମୟ କାମ କଲେ ଯାଇ ବାକିଆ କାମ ପୂରା ହେବ। ଓକିଲଙ୍କ ଲାଗି ଦିନଟି ଲାଭପ୍ରଦ। ବୈବାହିକ ଜୀବନ ଆନନ୍ଦମୟ ହେବ।

ବୃଷ: ପ୍ରଭାବଶାଳୀ ଲୋକଙ୍କ ସହିତ ସାକ୍ଷାତକାର ହୋଇପାରେ। ବ୍ୟବସାୟରେ ଉନ୍ନତି ହେବ। ବନ୍ଧୁଙ୍କ ସହିତ ବାହାରକୁ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ।

ମିଥୁନ: ଧାର୍ମିକ କାର୍ଯ୍ୟରେ ମନ ଲାଗିବ। ବ୍ୟବସାୟରେ ଆଶାଜନକ ଲାଭ ପାଇବେ। ପିଲାମାନଙ୍କ ସହିତ ସହରକୁ ଜିନିଷ କିଣିବାକୁ ଯିବେ।

କର୍କଟ: ସବୁ କାମ ମନ ମୁତାବକ ପୂରା ହେବ। କର୍ତ୍ତୃପକ୍ଷ ଆପଣଙ୍କୁ କୌଣସି ଉପଯୋଗୀ ବସ୍ତୁ ଉପହାର ଦେଇପାରନ୍ତି। ପାରିବାରିକ ଜୀବନ ଶାନ୍ତିମୟ ହେବ।

ସି˚ହ: ଆପଣଙ୍କର ସବୁ ଇଚ୍ଛା ପୂର୍ତ୍ତି ହେବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାଇପାରନ୍ତି। ପ୍ରେମିକ ପ୍ରେମିକାଙ୍କ ଲାଗି ଦିନଟି ଉତ୍ତମ ରହିବ।

କନ୍ୟା: ଲାଗି ରହିଥିବା ବିବାଦର ସମାଧାନ ହୋଇଯିବ। ବେପାରରେ ଅଚାନକ ଧନଲାଭର ସୁଯୋଗ ପାଇବେ। ଚାକିରିଜୀବୀଙ୍କର ବଦଳି ହୋଇପାରେ।

ତୁଳା: ପାରିବାରିକ କାମରେ ପରିବାର ଲୋକଙ୍କ ସହଯୋଗ ମିଳିବ। ଅଫିସରେ ଆପଣଙ୍କ କାମର ପ୍ରଶ˚ସା ହେବ। ପ୍ରତିଯୋଗିତା ପରୀକ୍ଷାରେ କୃତକାର୍ଯ୍ୟ ହେବେ।

ବିଛା: ଭ୍ରମଣରେ ସମୟ ବିତିବ। କ୍ୟାରିୟରରେ ଆଗକୁ ବଢ଼ିବା ପାଇଁ ସୁଯୋଗ ଆସିବ। ନୂଆ ବାହନ କିଣିବା ପାଇଁ ଦିନଟି ଶୁଭ।

ଧନୁ: କୌଣସି ସ୍ବତନ୍ତ୍ର କାର୍ଯ୍ୟ କରିବା ଲାଗି ଯୋଜନା କରିବେ। ସାମାଜିକ କାର୍ଯ୍ୟରେ ସହଭାଗିତା କରିବେ। ଦାମ୍ପତ୍ୟ ସମ୍ବନ୍ଧରେ ମଧୁରତା ଭରପୂର ରହିବ।

ମକର: ବ୍ୟବସାୟରେ ଆର୍ଥିକ ସ୍ଥିତି ମଜଭୁତ ହେବ। ପାରିବାରିକ ଜୀବନ ସୁଖକର ହେବ। ଅଫିସରେ ନୂଆ ଦାୟିତ୍ବ ଗ୍ରହଣ କରିବେ। ଛାତ୍ରୀଙ୍କ ପାଇଁ ଦିନଟି ଭଲ।

କୁମ୍ଭ: ମନସ୍କାମନା ପୂରଣ ହେବ। ବେପାରରେ ବଡ଼ କ˚ପାନି ସହିତ ଡିଲ୍‍ର ସୁଯୋଗ ଆସିବ। ଅନ୍ୟମାନଙ୍କ ସହିତ ଖୁସି ବାଣ୍ଟିବେ।

ମୀନ: ସବୁ ସମସ୍ୟାର ସମାଧାନ ହୋଇଯିବ। ନୂଆ କାମରେ ଆଗ୍ରହ ବଢ଼ିବ। ସରକାରୀ ଅଫିସରେ କାମ କରୁଥିବା ଲୋକଙ୍କର ପଦୋନ୍ନତି ହୋଇପାରେ।

ସମ୍ବନ୍ଧିତ ଖବର