ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବ୍ୟବସାୟରେ ସବୁକିଛି ଭଲ ହେବ। ଓକିଲଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। ଅଫିସରେ ଆପଣଙ୍କୁ ଅଧିକ ଦାୟିତ୍ବ ମିଳିବ। ଦାମ୍ପତ୍ୟ ସମ୍ବନ୍ଧ ମଧୁର ହେବ।

ବୃଷ: ପୂଜାପାଠରେ ସମୟ ବିତିବ। ଅଫିସରେ ସହକର୍ମୀ ଆପଣଙ୍କର ପ୍ରଶ˚ସା କରିପାରନ୍ତି। ପରିବାରର ସବୁ ସଦସ୍ୟଙ୍କୁ ଆନନ୍ଦ ପ୍ରାପ୍ତି ହେବ। ଛାତ୍ରଙ୍କ ଲାଗି ଦିନଟି ଭଲ।

ମିଥୁନ: ଚାକିରି ବୃତ୍ତିରେ ମନ ଲାଗିବ। ଆପଣାର ଲୋକଙ୍କ ସହଯୋଗରେ ଅଶାନ୍ତି କମ୍‌ ହେବ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବାକୁ ପଡ଼ିପାରେ।

କର୍କଟ: ଧନାଗମ ପାଇଁ ଦିନଟି ଭଲ। ଦୀର୍ଘ ଦିନରୁ ସ୍ଥଗିତ ଥିବା କାମରେ ସଫଳତା ପାଇପାରନ୍ତି। ଆପଣଙ୍କ ସନ୍ତାନ ଉଜ୍ଜ୍ବଳ ଭବିଷ୍ୟତ ଆଡ଼କୁ ଅଗ୍ରସର ହେବେ।

ସି˚ହ: ବ୍ୟବସାୟୀଙ୍କ ପାଇଁ ଦିନଟି ଲାଭପ୍ରଦ। ପୁରୁଣା ବନ୍ଧୁ ସହିତ ସାକ୍ଷାତ ହେବ। ଜୀବନସାଥୀ ସହିତ ବ୍ୟବହାରରେ ନମ୍ରତା ରଖନ୍ତୁ। ଛାତ୍ରଛାତ୍ରୀ ପରୀକ୍ଷାରେ ବହୁତ ଭଲ କରିବେ।

କନ୍ୟା: କୌଣସି ଅଶାନ୍ତି ଆପଣଙ୍କ ପାଖକୁ ଆସିବ ନାହିଁ। ବେକାରଙ୍କୁ ରୋଜଗାର ମିଳିପାରେ। ବ୍ୟବସାୟ କାମରେ ବାହାରକୁ ଯାଇପାରନ୍ତି। ପ୍ରେମ ଜୀବନ ଭଲ ରହିବ।

ତୁଳା: ଧର୍ମ କାର୍ଯ୍ୟରେ ସହଯୋଗ କରନ୍ତୁ, ସବୁ ସମସ୍ୟାର ସମାଧାନ ହୋଇଯିବ। ନୂଆ ଲୋକଙ୍କ ସହିତ ମିଶିବେ। ସରକାରୀ ଚାକିରିଆଙ୍କୁ ପଦୋନ୍ନତି ମିଳିପାରେ।

ବିଛା: କ୍ୟାରିୟରକୁ ନେଇ ଚିନ୍ତିତ ରହିବେ। ବନ୍ଧୁ ସହିତ ବାହାରକୁ ବୁଲି ଯାଇପାରନ୍ତି। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ରାଜନୀତିରେ ଆର୍ଥିକ ଲାଭ ହେବ।

ଧନୁ: ମାନସିକ ଶାନ୍ତି ବଜାୟ ରହିବ। ଆପଣଙ୍କ କାମ ଦେଖି କର୍ତ୍ତୃପକ୍ଷ ପ୍ରଶ˚ସା କରିବେ। ଆର୍ଥିକ ପକ୍ଷ ମଜଭୁତ ରହିବ। ପାରିବାରିକ ଜୀବନ ସୁଖକର ହେବ।

ମକର: ପୂଜାପାଠରେ ଆପଣଙ୍କ ମନ ଲାଗି ରହିବ। ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ଦୋକାନିଙ୍କୁ ଭଲ ଲାଭ ମିଳିବ। ପ୍ରେମୀଯୁଗଳଙ୍କ ଲାଗି ଭଲ ଦିନଟିଏ।

କୁମ୍ଭ: ପରିଶ୍ରମ ଯୋଗେ ଆପଣଙ୍କ କାମ ମାର୍ଜିତ ହେବ। ବ୍ୟବସାୟରେ ବଡ଼ ଡିଲ୍‌ କରିପାରନ୍ତି। ସନ୍ଧ୍ୟାରେ ପିଲାମାନଙ୍କ ସହିତ ସମୟ ଅତିବାହିତ କରିବେ।

ମୀନ: ନୂଆ କାମ ପ୍ରତି ଆଗ୍ରହ ବଢ଼ିବ। ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କୁ ଫିଲ୍ମରେ ସୁଯୋଗ ମିଳିପାରେ। ବିବାହିତ ଲୋକଙ୍କ ଲାଗି ସମୟ ପ୍ରେମ ବଢ଼ାଇବ।

ସମ୍ବନ୍ଧିତ ଖବର