ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣ ସକାରାତ୍ମକ ତରଙ୍ଗରେ ପୂର୍ଣ୍ଣ ରହିବେ। ଆର୍ଥିକ ଲାଭ ପାଇଁ ଭଲ ଅବସର ପାଇବେ। ପରିବାରର ସମସ୍ତଙ୍କ ସହିତ ସାମଞ୍ଜସ୍ୟ ବଜାୟ ରହିବ।

ବୃଷ: ନିଜ ଦାୟିତ୍ବକୁ ଭଲ ଭାବରେ ତୁଲାଇବେ। କ୍ୟାରିୟରରେ ଆଗକୁ ବଢ଼ିବା ଲାଗି ନୂଆ ମାର୍ଗ ଖୋଲିବ। ଧନ ସ˚ପତ୍ତି ବୃଦ୍ଧି ପାଇବ। ଦାମ୍ପତ୍ୟ ଜୀବନରେ ହସଖୁସି ବଜାୟ ରହିବ।

ମିଥୁନ: ନୂଆ ବିଚାର ଉପରେ କାମ କରିବେ। ସାମାଜିକ କ୍ଷେତ୍ରରେ ଆପଣଙ୍କର ପ୍ରଭାବ ବଢ଼ିବ। ଜୀବନସାଥୀ ଆପଣଙ୍କୁ ପ୍ରଶ˚ସା କରିବେ।

କର୍କଟ: ପରିବାରର ବଡ଼ଙ୍କ ଆଶୀର୍ବାଦ ମିଳିବ। ଘର କାମ ପାଇଁ ଅଫିସରେ ଯୋଗ ଦେବାରେ ବିଳମ୍ବ ହେବ। ପଇସା ଯେମିତି ଆସିବ ସେମିତି ଖର୍ଚ୍ଚ ହୋଇଯିବ।

ସି˚ହ: ଆପଣଙ୍କ କାମରେ ଅନ୍ୟମାନଙ୍କ ସାହାଯ୍ୟ ପାଇବେ। ଜୀବନରେ ସୁଖଶାନ୍ତି ଆସିବ। ବ୍ୟବସାୟ କ୍ଷେତ୍ରରେ କୌଣସି ବିଶେଷ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ।

କନ୍ୟା: କ୍ୟାରିୟରରେ ଆଗକୁ ବଢ଼ିବା ଲାଗି ନୂଆ ଅବସର ଆସିବ। ସରକାରୀ କାମରେ ଲାଭ ମିଳିବାର ଯୋଗ ରହିଛି। ପ୍ରିୟତମାଙ୍କୁ ଉପହାର ଦେବେ।

ତୁଳା: ଅଫିସରେ ନୂଆ ଲୋକଙ୍କ ସହିତ ବ୍ୟବହାରରେ ସ˚ଯତ ରଖନ୍ତୁ। ଖେଳାଳିମାନଙ୍କ ଲାଗି ଦିନଟି ଭଲ। ବିବାହ ପ୍ରସଙ୍ଗରେ ଆସୁଥିବା ବାଧା ଯୋଗୁଁ ଟିକେ ଚିନ୍ତିତ ହେବେ।

ବିଛା: ତରବରିଆ ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ। ବ୍ୟବସାୟୀଙ୍କୁ ଯଥେଷ୍ଟ ଲାଭ ହେବ। ରାଜନୀତିରେ ସଫଳତା ପାଇବେ। ଘରକୁ କୌଣସି ବନ୍ଧୁ ଆସିବେ।

ଧନୁ: ବ୍ୟକ୍ତିତ୍ବ ବିକଶିତ ହେବ। ଧାର୍ମିକ କାର୍ଯ୍ୟରେ ଆସ୍ଥା ବଢ଼ିବ। ଅଫିସରେ ଆପଣଙ୍କ କାମର ପ୍ରଶ˚ସା ହେବ। ବ୍ୟବସାୟରେ ଉନ୍ନତି ହେବ।

ମକର: କାରବାରରେ ଆପଣଙ୍କର ବହୁତ ଲାଭ ହେବ। ଘରୋଇ କାମ ସମାପ୍ତ କରିବାରେ ସଫଳ ହେବେ। ଛାତ୍ରମାନେ ଭଲ ଖବର ଶୁଣିବେ। ପ୍ରେମ ସମ୍ବନ୍ଧ ମଧୁର ହେବ।

କୁମ୍ଭ: ଦିନଟି ବ୍ୟସ୍ତତାରେ କଟିବ। ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ। କୌଣସି ଅନୁଭବୀ ବ୍ୟକ୍ତିଙ୍କ ମତ ନିଅନ୍ତୁ, ଭଲ ହେବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଭଲ ରହିବ।

ମୀନ: ଜୀବନରେ କୌଣସି କ୍ଷେତ୍ରରେ ସୁଧାର ହେବ। ଜୀବନସାଥୀ ଆପଣଙ୍କ ଭାବନାକୁ ଆଦର କରିବେ। ବୈଦେଶିକ ବେପାରରେ ବିନିଯୋଗ ପାଇଁ ପରାମର୍ଶ ମିଳିପାରେ।

ସମ୍ବନ୍ଧିତ ଖବର