ମେଷ: ପୂର୍ବ କଥାକୁ ନେଇ ଚିନ୍ତିତ ରହିବେ। କାରବାରରେ ଉନ୍ନତି ହେବ। ଅଫିସ କାମରେ ଦୂର ସ୍ଥାନକୁ ଯିବେ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: ସବୁ କାମ ଆପଣଙ୍କ ମନ ମୁତାବକ ପୂରା ହେବ। ଅନ୍ତରଙ୍ଗ ବନ୍ଧୁ ସହିତ ସାକ୍ଷାତ ହେବ। ଓକିଲଙ୍କ ଲାଗି ଦିନଟି ଲାଭପ୍ରଦ। ଘରେ ଖୁସିର ଆଗମନ ହେବ।
ମିଥୁନ: କାମ ନିର୍ଦ୍ଧାରିତ ସମୟରେ ପୂରା ନ ହେବା ଯୋଗୁଁ ମାନସିକ ଅଶାନ୍ତି ବଢ଼ିପାରେ। କାରବାରରେ ଧନଲାଭ ହେବ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।
କର୍କଟ: କିଛି ଲୋକଙ୍କର ପୂରା ସମର୍ଥନ ପାଇବେ। ଗୁରୁତ୍ବପୂର୍ଣ୍ଣ ପାରିବାରିକ କାମ ସଂପୂର୍ଣ୍ଣ ହେବ। ଦାମ୍ପତ୍ୟ ଜୀବନରେ ଖୁସି ବଜାୟ ରହିବ।
ସିଂହ: କୌଣସି କାମରେ ମାତା ପିତାଙ୍କ ସହଯୋଗ ପାଇବେ। ଆପଣଙ୍କ ବିଚାର ସହ ଅନ୍ୟମାନଙ୍କୁ ସହମତ କରାଇବେ। ପ୍ରେମ ପ୍ରସଙ୍ଗ ପ୍ରତି ଆକର୍ଷଣ ବଢ଼ିବ।
କନ୍ୟା: ପୂଜାପାଠରେ ସମୟ ବିତିବ। ସବୁ କାମରେ ସଫଳ ହେବେ। ଲୋକ ଆପଣଙ୍କର ପ୍ରଶଂସା କରିବେ। ଆର୍ଥିକ ସ୍ଥିତି ଚିନ୍ତାଜନକ ହେବ।
ତୁଳା: କୌଣସି ମନୋରଂଜନ କାର୍ଯ୍ୟକ୍ରମରେ ସାମିଲ ହେବେ। ବନ୍ଧୁଙ୍କ ଠାରୁ ଖୁସି ଖବର ପାଇବେ। କର୍ମଜୀବୀ ମହିଳା ଓ ଜମି ଦଲାଲଙ୍କ ଲାଗି ଭଲ ଦିନଟିଏ।
ବିଛା: କଳାତ୍ମକ କାର୍ଯ୍ୟରେ ରୁଚି ବଢ଼ିବ। ଜୀବନସାଥୀଙ୍କୁ ଉପହାର ଦେବେ। ଆପଣଙ୍କୁ ସାମାଜିକ କାର୍ଯ୍ୟ ଲାଗି ସମ୍ମାନିତ କରାଯିବ। ଚାକିରିରେ ପଦୋନ୍ନତି ମିଳିପାରେ।
ଧନୁ: ଏକାଗ୍ରତା ସହିତ କାମ ପୂରା କରିବାକୁ ଚେଷ୍ଟା କରିବେ। ନୂଆ ଉତ୍ସରୁ ଆଶାଠୁଁ ଅଧିକ ଧନଲାଭ ହେବ। ସମାରୋହରେ କୌଣସି ଅନ୍ତରଙ୍ଗ ବନ୍ଧୁ ସହିତ ଦେଖା ହେବ।
ମକର: ଅଫିସରେ ଅଧିକାରୀଙ୍କ ସାହାଯ୍ୟ ପାଇବେ। ପୂର୍ବରୁ ଲାଗି ରହିଥିବା ବିବାଦର ସମାଧାନ ହୋଇଯିବ। ପ୍ରେମୀ ଯୁଗଳ ପରସ୍ପରଙ୍କୁ ହୃଦୟର କଥା କହିବେ।
କୁମ୍ଭ: ସାମାଜିକ ପରିସର ବଢ଼ିବ। ଦୈନିକ କାମରେ ପୂର୍ଣ୍ଣ ସଫଳତା ପାଇବେ। ବାହନ କିଣିବା ଲାଗି ଦିନଟି ଶୁଭ। ପରିବାରରେ ଖୁସି ବଜାୟ ରହିବ।
ମୀନ: ଆପଣ କିଛି ନୂଆ ଶିକ୍ଷା ଲାଭ କରିବେ। ଚାକିରିଜୀବୀଙ୍କୁ ପଦୋନ୍ନତି ମିଳିପାରେ। ଜୀବନସାଥୀ ଆପଣଙ୍କୁ ବାହାରକୁ ବୁଲାଇ ନେଇ ଯିବେ।