ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କର ନୂଆ ଶକ୍ତିକୁ କାମରେ ଲଗାନ୍ତୁ। ଧନଲାଭର ନୂଆ ରାସ୍ତା ଖୋଲିବ। ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। ଜୀବନସାଥୀଙ୍କ ପ୍ରେମ ଓ ସୁଖ ପାଇବେ। ‌

ବୃଷ: ପୂର୍ବରୁ ପ୍ରୟାସ କରି ଆସୁଥିବା କାମରେ ଆପଣଙ୍କୁ ଲାଭ ମିଳିପାରେ। ଆପଣଙ୍କ ସକାରାତ୍ମକ ବିଚାରରେ ଲୋକେ ପ୍ରଭାବିତ ହେବେ। ରାଜନୀତିରେ କିଛି ଆଶା ପୂରଣ ହେବ। ‌

ମିଥୁନ: ପୂର୍ବ କଥା ପସୋରି ନୂଆ କାମ ଆରମ୍ଭ କରନ୍ତୁ। ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ। ଋଣ ପରିଶୋଧ କରିବେ। ଓକିଲ ପୁରୁଣା ମକଦ୍ଦମାରେ ଜୟଲାଭ କରିବେ।

କର୍କଟ: ଆଧ୍ୟାତ୍ମିକ ପ୍ରସଙ୍ଗରେ ଆପଣଙ୍କର ଧ୍ୟାନ ଲାଗି ରହିବ। ପ୍ରତିଟି କାମରେ ନିଜକୁ ଯୋଗ୍ୟ ପ୍ରମାଣିତ କରିବେ। ବନ୍ଧୁ ଆପଣଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଘରକୁ ଆସିବେ।

ସିଂହ: ସାରାଦିନ କାମରେ ବ୍ୟସ୍ତ ରହିବେ। ଶାନ୍ତ ରହି ବିବାଦର ସମାଧାନ କରନ୍ତୁ। ଭାଗୀଦାରି କାରବାରରେ ଲାଭ ପାଇବେ। ପ୍ରେମିକପ୍ରେମିକା ସାଥୀଙ୍କୁ ମନର କଥା କହିବେ।

କନ୍ୟା: ପୂର୍ବରୁ ଲାଗି ରହିଥିବା ଚିନ୍ତା ଦୂର ହେବ। ରାଜନୀତିରେ ସକ୍ରିୟ ଭୂମିକା ନିର୍ବାହ କରିବେ। ବ୍ୟବସାୟରେ ଲାଭ ହେବ। ଡାକ୍ତରୀ ଛାତ୍ର ବଡ଼ ଡାକ୍ତର ସହ କାମ କରିବେ।

ତୁଳା: କାମରେ ବ୍ୟସ୍ତ ରହିବା ସତ୍ତ୍ବେ ସନ୍ଧ୍ୟାରେ ପରିବାର ସହ ସମୟ ଅତିବାହିତ କରିବେ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। କଳା କ୍ଷେତ୍ରରେ ଥିବା ବ୍ୟକ୍ତିମାନଙ୍କୁ ସଫଳତା ମିଳିପାରେ।

ବିଛା: ଜୀବନସାଥୀଙ୍କ ସହ ଧର୍ମାନୁଷ୍ଠାନକୁ ଯିବେ। କ୍ଷୁଦ୍ର ଉଦ୍ୟୋଗୀଙ୍କୁ ଯଥେଷ୍ଟ ଲାଭ ମିଳିବ। ରାଜନେତା ଲାଭ ପାଇବେ। ପୂର୍ବ କଥା ଦାମ୍ପତ୍ୟ ଜୀବନକୁ ମଧୁର କରିବ।

ଧନୁ: ଜରୁରୀ କାମ ବ୍ୟବସ୍ଥିତ କରିବା ପାଇଁ ଅଧିକ ପରିଶ୍ରମ କରିବେ। ବ୍ୟବସାୟୀଙ୍କ ପାଇଁ ଦିନଟି ବହୁତ ଭଲ। ଜୀବନସାଥୀଙ୍କର ସ୍ନେହ ଆଦର ପାଇବେ।

ମକର: କାରବାର ବୃଦ୍ଧିର ଉପାୟ ଫଳପ୍ରଦ ହେବ। ଧନଲାଭ ହେବା ଯୋଗୁଁ ଖର୍ଚ୍ଚ ଭରଣା କରିବା ସହଜ ହେବ। ଘରକୁ ନୂଆ ବନ୍ଧୁ ଆସିବେ। କଳାକାରଙ୍କୁ ଲାଭ ମିଳିବା ଯୋଗ ଅଛି।

କୁମ୍ଭ: ତରବରିଆ ଭାବେ କୌଣସି କାମ କରନ୍ତୁ ନାହିଁ। ଧୈର୍ଯ୍ୟ ଧରି କାମ କରନ୍ତୁ। ଅଫିସରେ କାମକୁ ନେଇ ସହକର୍ମୀଙ୍କ ସହ ବିଚାର ବିମର୍ଶ କରିବେ। ପ୍ରେମରେ ସଫଳତା ପାଇବେ।

ମୀନ: ଆପଣଙ୍କ ଯୋଗ୍ୟତା ଅନୁସାରେ ପରିଣାମ ମିଳିବ। ବୈବାହିକ ଜୀବନ ସୁଖକର ହେବ। ବେକାରଙ୍କୁ ନୂଆ ଚାକିରିର ସୁଯୋଗ ମିଳିବ। ନୂଆ ବାହନ କିଣିବା ଲାଗି ମନ ବଳିବ।

ସମ୍ବନ୍ଧିତ ଖବର