ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

 

ମେଷ: ଚାକିରିଆଙ୍କ ଲାଗି ଦିନଟି ଭଲ। ଆପଣ ଭାବିଥିବା କାମ ସଂପୂର୍ଣ୍ଣ ହୋଇଯିବ। ବ୍ୟବସାୟରେ ପୁଞ୍ଜି ଲଗାଇ ପାରନ୍ତି। ବୈବାହିକ ଜୀବନ ଭଲ ରହିବ।

 

ବୃଷ: ଆପଣଙ୍କ ମନରେ ସକାରାତ୍ମକ ଭାବନା ବଢ଼ିବ। ଘରକୁ ବନ୍ଧୁ ଆସିବା ହେତୁ ପରିବାରରେ ଖୁସିର ପରିବେଶ ରହିବ। ବ୍ୟବସାୟ କାମରେ ଯାତ୍ରା ଯୋଗ ରହିଛି।

ମିଥୁନ: ମାତା ପିତାଙ୍କ ସହିତ ଠାକୁର ଦର୍ଶନ ପାଇଁ ମନ୍ଦିରକୁ ଯିବେ। ଆପଣ ନିଜ କାର୍ଯ୍ୟରେ ବହୁତ ବ୍ୟସ୍ତ ରହିବେ। ଛାତ୍ରମାନେ ନୂଆ କାର୍ଯ୍ୟକଳାପରେ ସାମିଲ ହୋଇପାରନ୍ତି।

କର୍କଟ: ଜରୁରୀ କାମ ସମାପ୍ତ କରିବାରେ ସଫଳ ହେବେ। ଜୀବନରେ ଲାଗିରହିଥିବା ଅଶାନ୍ତି ଦୂର ହେବ। ସାମାଜିକ ସ୍ତରରେ ଲୋକପ୍ରିୟତା ବଢ଼ିବ।

ସିଂହ: ଆପଣଙ୍କୁ କୌଣସି ଭଲ ଖବର ମିଳିପାରେ। ବେପାର ସମ୍ବନ୍ଧୀୟ ଯାତ୍ରା ଫଳପ୍ରଦ ହେବ। ପ୍ରିୟ ବ୍ୟକ୍ତିଙ୍କ ଠାରୁ ଉପହାର ପାଇବେ। ଦାମ୍ପତ୍ୟ ଜୀବନରେ ମଧୁରତା ବୃଦ୍ଧି ପାଇବ।‌

କନ୍ୟା: ପରିବାରରେ ମାଙ୍ଗଳିକ କାର୍ଯ୍ୟର ରୂପରେଖ ପ୍ରସ୍ତୁତ ହେବ। ଆପଣଙ୍କୁ କୌଣସି ବଡ଼ ଦାୟିତ୍ବ ମିଳିପାରେ। ଓକିଲଙ୍କୁ ବଡ଼ ମକଦ୍ଦମାରେ ବିଜୟ ହାସଲ ହୋଇପାରେ।

 

ତୁଳା: ଜୀବନସାଥୀଙ୍କ ସହଯୋଗରେ ଆପଣଙ୍କର କାମ ସଂପୂର୍ଣ୍ଣ ହୋଇପାରେ। ବନ୍ଧୁ ସହିତ କୌଣସି କଥାକୁ ନେଇ ମତଭେଦ ହେବ। ଘର ପାଇଁ ଦରକାରୀ ଜିନିଷ କିଣିବେ।

ବିଛା: ଉପରିସ୍ଥ କର୍ମଚାରୀ ଆପଣଙ୍କ ଉପରେ ପ୍ରସନ୍ନ ହେବେ। ବେପାରରେ ଲାଭ ହେବ। ସାମାଜିକ କାର୍ଯ୍ୟରେ ସମୟ ଦେବେ। ପ୍ରେମ ଜୀବନ ଖୁବ୍ ରୋଚକ ଓ ଆନନ୍ଦମୟ ରହିବ।

 

ଧନୁ: ପରିବାରରେ ଆନନ୍ଦ ଉଲ୍ଲାସର ବାତାବରଣ ରହିବ। ଲୋକେ ଆପଣଙ୍କ ସ୍ବଭାବରେ ପ୍ରଭାବିତ ହେବେ। ବେପାରରେ ଉନ୍ନତି ହେବ। ଲେଖକଙ୍କୁ ଖ୍ୟାତି ମିଳିବ।

 

ମକର: କ୍ୟାରିୟରରେ ଆପଣ ନିଜ ଗୁରୁଙ୍କ ସହଯୋଗ ପାଇବେ। ଟଙ୍କା ପଇସା ଦିଆନିଆ ବେଳେ ସାବଧାନତା ଅବଲମ୍ବନ କରନ୍ତୁ। ଛାତ୍ରଙ୍କ ଲାଗି ଦିନଟି ସବୁ ଦୃଷ୍ଟିରୁ ଭଲ।

 

କୁମ୍ଭ: ଆପଣ ନିଜ ବନ୍ଧୁ ଠାରୁ ଭଲ ପରାମର୍ଶ ପାଇବେ। କୌଣସି ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ। ସମାଜରେ ମାନ ପ୍ରତିଷ୍ଠା ବଢ଼ିବ। ଦାମ୍ପତ୍ୟ ଜୀବନ ପ୍ରୀତିମୟ ହେବ।

ମୀନ: ଆପଣଙ୍କ ମନ ଆତ୍ମବିଶ୍ବାସରେ ପୂର୍ଣ୍ଣ ରହିବ। ବେପାରରେ ଲାଭ ମିଳିବାର ଆଶା ଅଛି। ପାରିବାରିକ ଜୀବନରେ ସୁଖୀ ରହିବେ। ଛାତ୍ରଙ୍କୁ ନିଜ ପରିଶ୍ରମର ପରିଣାମ ହାସଲ ହେବ।

ସମ୍ବନ୍ଧିତ ଖବର