ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ବନ୍ଧୁ ଓ ଭାଇ ସହିତ ସମୟ ବିତିବ। ପେସାଦାର ବ୍ୟବସାୟୀଙ୍କ ଲାଗି ଦିନଟି ମହତ୍ତ୍ବପୂର୍ଣ୍ଣ। ନୂଆ ଲୋକଙ୍କ ସହ ବୁଝାମଣା ପକ୍କା ହେବ। ବାହନ କିଣିବା ଲାଗି ଆଗ୍ରହ ବଢ଼ିବ।

ବୃଷ: ଭୂସଂପତ୍ତି ମାମଲାରେ ସଫଳତା ପାଇବେ। ଜୀବନସାଥୀଙ୍କ ସହ ମନୋମାଳିନ୍ୟ ହୋଇପାରେ। ଅଫିସରେ ସାବଧାନ ରହିବାର ଆବଶ୍ୟକତା ଅଛି।

ମିଥୁନ: କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ କ୍ଷମତାଠୁଁ ଅଧିକ ଦାୟିତ୍ବ ନେବେ। ଲୋକଙ୍କୁ ନିଜ କଥାରେ ସହମତ କରାଇନେବେ। ବିଶେଷ ମାମଲା ନେଇ ଆପଣଙ୍କ ଭାବନା ବଦଳିପାରେ।

କର୍କଟ: ଆପଣଙ୍କ ଭାବନାରେ ସକାରାତ୍ମକ ପରିବର୍ତ୍ତନ ଆସିବ। ମହିଳାମାନଙ୍କ ଲାଗି ଦିନଟି ଭଲ। ଭଲ କଂପାନିରେ ଚାକିରିର ସୁଯୋଗ ଆସିବ।

ସିଂହ: ନୂଆ ଉଦ୍ୟୋଗ ଗଢ଼ିବା ଲାଗି ଭାବିବେ। ଜୀବନସାଥୀଙ୍କୁ ଅଧିକ ସମୟ ଦିଅନ୍ତୁ, ସମ୍ବନ୍ଧରେ ମିଷ୍ଟତା ବଢ଼ିବ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ।

କନ୍ୟା: ଯାହା ବି କାମ କରିବାକୁ ଚାହିଁବେ ତାହା ପୂରା ହୋଇଯିବ। ଜୀବନସାଥୀଙ୍କ ସହ ବାହାରକୁ ବୁଲି ଯାଇପାରନ୍ତି। ଶିକ୍ଷାର୍ଥୀଙ୍କୁ ପରିଶ୍ରମର ସୁଫଳ ମିଳିବ।

ତୁଳା: ପରିବାରରେ ସୁଖ ଶାନ୍ତିର ପରିବେଶ ରହିବ। ମହିଳାମାନଙ୍କ ଲାଗି ଦିନଟି ଭଲ। ଭବିଷ୍ୟତ ଲାଗି କୌଣସି ବିଶେଷ ନିଷ୍ପତ୍ତି ନେବେ।

ବିଛା: ପୂଜାପାଠରେ ସମୟ ବିତିବ। ଆପଣଙ୍କ ସନ୍ତାନର ସଫଳତାରେ ପ୍ରସନ୍ନ ହେବେ। ଘରର କୌଣସି ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନେଇପାରନ୍ତି।

ଧନୁ: କୋର୍ଟ କଚେରି ମାମଲାରେ ସଫଳତା ପାଇବେ। ଲୋକମାନଙ୍କ ଉପରେ ଆପଣଙ୍କର ପ୍ରଭାବ ବଢ଼ିବ। ପୁଞ୍ଜି ଲଗାଣ ସମ୍ବନ୍ଧରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ।

ମକର: କୌଣସି କଥାକୁ ନେଇ ସଂଶୟରେ ରହିବେ। ଜୀବନସାଥୀଙ୍କ ସହଯୋଗ ଫଳପ୍ରଦ ସାବ୍ୟସ୍ତ ହେବ। ପ୍ରେମ ସମ୍ବନ୍ଧରେ ନୂତନତ୍ବ ଆସିବ।

କୁମ୍ଭ: ପାରିବାରିକ ଜୀବନରେ ଉତ୍ସାହର ପରିବେଶ ରହିବ। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ। ପ୍ରିୟଜନଙ୍କ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ।

ମୀନ: ନୂଆ ଯୋଜନା ଆରମ୍ଭ କରିବାକୁ ଭାବୁଥିଲେ ତାକୁ ବାତିଲ କରନ୍ତୁ ନାହିଁ। ଚାକିରିଆଙ୍କୁ ସହକର୍ମୀଙ୍କର ପୂରା ସହଯୋଗ ମିଳିବ। ପାରିବାରିକ ଜୀବନ ସୁଖମୟ ହେବ।

ସମ୍ବନ୍ଧିତ ଖବର