ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଧର୍ମ କାର୍ଯ୍ୟରେ ସହଯୋଗ କରନ୍ତୁ, ସବୁ ସମସ୍ୟାର ସମାଧାନ ହୋଇଯିବ। ନୂଆ ଲୋକଙ୍କ ସହିତ ମିଶିବେ। ଜୀବନସାଥୀଙ୍କ ପ୍ରସଙ୍ଗରେ ଅଧିକ ଦଖଲ ଦିଅନ୍ତୁ ନାହିଁ।

 

ବୃଷ: ବିବାଦ ଠାରୁ ‌ଦୂରେଇ ରହନ୍ତୁ। ବରିଷ୍ଠଙ୍କ ସହିତ ଭଲ ସମ୍ବନ୍ଧ ରଖିବା ଲାଗି ଅଧିକ ପରିଶ୍ରମ କରିବାକୁ ହେବ। ପ୍ରେମ ସମ୍ବନ୍ଧରେ ସଫଳତା ପାଇବେ।

 

ମିଥୁନ: ମାନସିକ ଶାନ୍ତି ବଜାୟ ରହିବ। ଆପଣଙ୍କ କାର୍ଯ୍ୟଶୈଳୀ ଲୋକମାନଙ୍କୁ ପସନ୍ଦ ଆସିବ। କୌଣସି ମହତ୍ତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି।

 

କର୍କଟ: ପୂଜାପାଠରେ ଆପଣଙ୍କ ମନ ଲାଗି ରହିବ। ଜୀବନରେ ସକାରାତ୍ମକ ପରିବର୍ତ୍ତନ ଆସିବ। ପରିବାର ଲୋକମାନଙ୍କର ଆବଶ୍ୟକତାକୁ ଗୁରୁତ୍ବ ଦିଅନ୍ତୁ।

 

ସି˚ହ: ଆର୍ଥିକ ସ୍ଥିତି ମଜଭୁତ ହେବ। କୌଣସି ବିଶେଷ ପ୍ରସଙ୍ଗରେ ସକାରାତ୍ମକ ସୂଚନା ପାଇବେ। ସାଂସାରିକ ସୁଖ ସୁବିଧା ବୃଦ୍ଧି ହେବ।

 

କନ୍ୟା: ଭ୍ରମଣରେ ସମୟ ବିତିବ। ବେପାରୀ ବର୍ଗଙ୍କୁ ଧନଲାଭ ହୋଇପାରେ। ଛାତ୍ରଙ୍କୁ ଭଲ ଫଳ ମିଳିବାର ସମ୍ଭାବନା ରହିଛି।

 

ତୁଳା: ଆପଣଙ୍କ ଜୀବନ ଲାଗି ସଫଳତାର ଦିନଟିଏ। ବ୍ୟବସାୟରେ ସବୁ କିଛି ଭଲ ହେବ। ଅଫିସରେ ଆପଣଙ୍କୁ ଅଧିକ ଦାୟିତ୍ବ ମିଳିବ। ମାଆଙ୍କର ବିଶେଷ ଧୢାନ ରଖନ୍ତୁ।

 

ବିଛା: ଆୟ ପାଇଁ ନୂଆ ରଣନୀତି ପ୍ରସ୍ତୁତ କରିବେ। ଅନୁଭବୀଙ୍କ ଠାରୁ ସାହାଯ୍ୟ ମିଳିପାରେ। ଆଇନ ଛାତ୍ରଙ୍କ ଲାଗି ଦିନଟି ଭଲ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

 

ଧନୁ: ଦିନଚର୍ଯ୍ୟାରେ ପରିବର୍ତ୍ତନ କରିବା ଲାଗି ଭାବି ପାରନ୍ତି। ବ୍ୟବସାୟ କାମରେ ଯାତ୍ରା କରିବାକୁ ପଡ଼ିପାରେ। ଆୟ ତୁଳନାରେ ବ୍ୟୟର ମାତ୍ରା ଅଧିକ ହେବ।

 

ମକର: ଅର୍ଥାଗମ ପାଇଁ ଦିନଟି ଭଲ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ଆପଣଙ୍କ ସନ୍ତାନ ଉଜ୍ଜ୍ବଳ ଭବିଷ୍ୟତ ଆଡ଼କୁ ଅଗ୍ରସର ହେବେ।

 

କୁମ୍ଭ: ବ୍ୟବସାୟୀଙ୍କ ପାଇଁ ଦିନଟି ଲାଭପ୍ରଦ। କିଛି ନୂଆ ଲୋକଙ୍କ ସହିତ ସାକ୍ଷାତ ଆଲୋଚନା କରିବେ। ଜୀବନସାଥୀଙ୍କ ସହ ବ୍ୟବହାର ନରମ ରଖନ୍ତୁ।

 

ମୀନ: କୌଣସି ଅଶାନ୍ତି ଆପଣଙ୍କ ପାଖକୁ ଆସିବ ନାହିଁ। ନୂଆ କାମରେ ଲାଭ ହେବ। ଧନ ଆସିବା ହେତୁ ଆର୍ଥିକ ରୂପେ ଆଶ୍ବସ୍ତ ଅନୁଭବ କରିବେ।

ସମ୍ବନ୍ଧିତ ଖବର