ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ସଠିକ୍‌ ନିଷ୍ପତ୍ତି ନେବା ସହଜ ହେବ। ଅଫିସ ଆଲୋଚନାରେ ନୂଆ ଲୋକଙ୍କ ବିଷୟରେ ଜାଣିବେ। ଛାତ୍ରଙ୍କୁ କୌଣସି ବିଶେଷ କ୍ଷେତ୍ରରେ ଲାଭ ହୋଇପାରେ।

 

ବୃଷ: ଆପଣ ବଡ଼ କ˚ପାନି ସହିତ ବ୍ୟବସାୟ କରିବାର ସୁଯୋଗ ପାଇବେ। ରାଜନୀତିରେ ଆର୍ଥିକ ଲାଭ ହେବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ମଧୁର ହେବ।

 

ମିଥୁନ: ଆପଣଙ୍କର ଦାୟିତ୍ବ ବୃଦ୍ଧି ପାଇବ। ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ। ଘରକୁ ବନ୍ଧୁ ଆସିବେ। ଛାତ୍ରୀଙ୍କ ଲାଗି ଦିନଟି ଭଲ।

 

କର୍କଟ: ମସ୍ତିଷ୍କରେ ଘୂରି ବୁଲିଥିବା ଓଲଟପାଲଟ ଚିନ୍ତା ସମାପ୍ତ ହେବ। କିଛି ନୂଆ ଶିଖିବାର ସୁଯୋଗ ପାଇବେ। ସଙ୍ଗୀତକାରଙ୍କୁ ପ୍ରସିଦ୍ଧି ମିଳିବ।

 

ସି˚ହ: ସାମାଜିକ କାର୍ଯ୍ୟରେ ବ୍ୟସ୍ତ ରହିବେ। ଅନ୍ୟମାନଙ୍କ ଭରସା ଜିତିବାରେ ସଫଳ ହେବେ। ବ୍ୟବସାୟରେ ବଡ଼ ନିଷ୍ପତ୍ତି ନେବାକୁ ପଡ଼ିପାରେ।

 

କନ୍ୟା: କାମ ନିର୍ଦ୍ଧାରିତ ସମୟରେ ପୂରା ହୋଇଯିବ। ବ୍ୟବସାୟୀଙ୍କୁ ନୂଆ ଡିଲ୍‌ରୁ ଧନଲାଭ ହେବ। ଚାକିରିରେ ବିଶେଷ ଦାୟିତ୍ବ ଗ୍ରହଣ କରିବେ।

 

ତୁଳା: ନିଜ କାମରେ ଆପଣଙ୍କୁ ଯଥେଷ୍ଟ ଲାଭ ମିଳିବ। ନୂଆ ଲୋକଙ୍କ ସହିତ ସ˚ପର୍କ ହେବ। ପାରିବାରିକ ଜୀବନ ସୁଖମୟ ହେବ। ପ୍ରେମୀଯୁଗଳଙ୍କ ଲାଗି ଦିନଟି ଭଲ।

 

ବିଛା: ନିଜ ବ୍ୟବହାରରେ ଲୋକଙ୍କ ହୃଦୟ ଜିଣିବେ। ଜମି ଦଲାଲଙ୍କୁ ପୂର୍ବରୁ କିଣିଥିବା ଜମିରୁ ଯଥେଷ୍ଟ ଲାଭ ମିଳିବ। ଅଫିସରେ ପଦୋନ୍ନତି ମିଳିପାରେ।

 

ଧନୁ: ନିଜ ଯୋଜନାରେ ଲୋକଙ୍କୁ ସହମତ କରାଇନେବେ। କାରବାରରେ ଲାଭ ହେବାର ଯୋଗ ରହିଛି। ବାଲ୍ୟ ବନ୍ଧୁଙ୍କୁ ଦେଖା କରିବା ପାଇଁ ତାଙ୍କ ଘରକୁ ଯିବେ।

 

ମକର: ସକାରାତ୍ମକ ପରିବର୍ତ୍ତନ ଆପଣଙ୍କ ଜୀବନକୁ ଉତ୍କୃଷ୍ଟ କରିବ। ଛୋଟ ଧରଣର ଏପରି କିଛି କାମ କରିବେ ଯେଉଁଥିରୁ ଭବିଷ୍ୟତରେ ଯଥେଷ୍ଟ ଲାଭ ମିଳିବ।

 

କୁମ୍ଭ: ପରିବାର ସହ ଅଧିକ ସମୟ ଅତିବାହିତ କରିବେ। ଭ୍ରମଣ ଆଧାରିତ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ଲାଗି ଦିନଟି ଭଲ। ଚାକିରିରେ କର୍ତ୍ତୃତ୍ବ ବଢ଼ିବ।

 

ମୀନ: ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ। ଗୁରୁଜନଙ୍କ ପ୍ରତି ମନରେ ପ୍ରେମ ଭାବ ରହିବ। କାର୍ଯ୍ୟ କ୍ଷେତ୍ରରେ ପ୍ରଶ˚ସା ପାଇବେ।

ସମ୍ବନ୍ଧିତ ଖବର