/sambad/media/post_attachments/wp-content/uploads/2017/11/ms-1.jpg)
ମେଷ: କୌଣସି ବାଲ୍ୟବନ୍ଧୁଙ୍କ ପାଖରୁ ଫୋନ ଆସିବ। ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସହ ସାକ୍ଷାତ ହେବ। ବାକିଥିବା ସବୁ କାମ ପୂରା କରିବେ। ବ୍ୟବସାୟରେ ନୂଆ ଚୁକ୍ତିନାମା ହେବ।
/sambad/media/post_attachments/wp-content/uploads/2017/11/brus-290x300.jpg)
ବୃଷ: ଆପଣଙ୍କ ମାନସିକ ସ୍ଥିତି ବହୁତ ଭଲ ରହିବ। ଆତ୍ମବିଶ୍ବାସ ବୃଦ୍ଧି ପାଇବ। ଉନ୍ନତି ପାଇଁ କିଛି ନୂଆ ସାଧନ ପାଇବେ। ବିବାଦଠୁଁ ଦୂରରେ ରୁହନ୍ତୁ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।
/sambad/media/post_attachments/wp-content/uploads/2017/11/mithun.jpg)
ମିଥୁନ: ଆପଣଙ୍କ ଭଲ ବ୍ୟବହାରରେ ଆଖପାଖର ଲୋକେ ଖୁସି ରହିବେ। ସମାଜରେ ଆପଣଙ୍କୁ ଉଚିତ ଆଦର ସମ୍ମାନ ମିଳିବ। ଶିକ୍ଷା କ୍ଷେତ୍ରରେ ଆପଣ ଅଗ୍ରଣୀ ରହିବେ।
/sambad/media/post_attachments/wp-content/uploads/2017/11/karkat.jpg)
କର୍କଟ: ବ୍ୟବସାୟରେ ବକେୟା ପଇସା ମିଳିବାର ସମ୍ଭାବନା ଅଛି। ଅଫିସରେ ସହକର୍ମୀଙ୍କ ସହ କଥା କଟାକଟି ହୋଇପାରେ। ଜୀବନସାଥୀଙ୍କ ସହିତ ଉତ୍ତମ ତାଳମେଳ ରହିବ।
/sambad/media/post_attachments/wp-content/uploads/2017/11/singha.jpg)
ସିଂହ: ଆପଣଙ୍କୁ କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ମିଳିବ। ଜୀବିକାରେ ପରିବର୍ତ୍ତନ ହେବାର ସମ୍ଭାବନା ଅଛି। ଆପଣଙ୍କ କ୍ୟାରିୟର ପାଇଁ ବହୁତ ଭଲ ସୁଯୋଗ ମିଳିବ।
/sambad/media/post_attachments/wp-content/uploads/2017/11/kanya.jpg)
କନ୍ୟା: ଘରେ ଧାର୍ମିକ ଆୟୋଜନ କରାଇବେ। ସାହାଯ୍ୟକାରୀ ବ୍ୟକ୍ତି ଆପଣଙ୍କର ବନ୍ଧୁ ହେବେ। ସନ୍ତାନ ପକ୍ଷରୁ ଶୁଭ ଖବର ପାଇବେ। କାର୍ଯ୍ୟକ୍ଷେତ୍ରରେ ଆପଣଙ୍କ ପ୍ରଭାବ ବଢ଼ିବ।
/sambad/media/post_attachments/wp-content/uploads/2017/11/tula.jpg)
ତୁଳା: ସାମାଜିକ କାର୍ଯ୍ୟରେ ଅଂଶଗ୍ରହଣ କରିବେ। କୋର୍ଟ ସମ୍ବନ୍ଧୀୟ କାମରେ ବରିଷ୍ଠ ସହଯୋଗ କରିବେ। ପରିବାର କାମରେ ଆପଣଙ୍କୁ ଅଧିକ ଯାଆସ କରିବାକୁ ପଡ଼ିପାରେ।
/sambad/media/post_attachments/wp-content/uploads/2017/11/bicha.jpg)
ବିଛା: ନିଜକୁ ଶକ୍ତିବାନ ଅନୁଭବ କରିବେ। କୌଣସି ବିଶିଷ୍ଟ ବ୍ୟକ୍ତିଙ୍କ ସହ ସାକ୍ଷାତ ହେବ। ବେକାରଙ୍କୁ ରୋଜଗାରର ସୁଯୋଗ ମିଳିବ। ବୈବାହିକ ଜୀବନ ସୁଖକର ହେବ।
/sambad/media/post_attachments/wp-content/uploads/2017/10/dhanu.jpg)
ଧନୁ: ବ୍ୟବସାୟରେ ନୂଆ ଲୋକଙ୍କ ସାହାଯ୍ୟ ପାଇବେ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ନିଜକୁ ଠିକ୍ ସାବ୍ୟସ୍ତ କରିବାରେ ସଫଳ ହେବେ। ସମାଜରେ ମାନ ସମ୍ମାନ ବଢ଼ିବ।
/sambad/media/post_attachments/wp-content/uploads/2017/11/makar.jpg)
ମକର: କିଛି ଭଲ ଲୋକଙ୍କ ସହ ସାକ୍ଷାତ ହେବ। ଅଫିସରେ ଆପଣଙ୍କ କାମ ପ୍ରଶଂସିତ ହେବ। ସ୍ବାସ୍ଥ୍ୟ ଭଲ ରହିବ। ନୂଆ ସ୍ଥାନରେ ପାଣ୍ଠି ବିନିଯୋଗ ପୂର୍ବରୁ ଅଭିଜ୍ଞଙ୍କ ପରାମର୍ଶ ନିଅନ୍ତୁ।
/sambad/media/post_attachments/wp-content/uploads/2017/11/kumbha.jpg)
କୁମ୍ଭ: ଚାକିରିରେ ନୂଆ ପ୍ରକଳ୍ପ ମିଳିବ। କାର୍ଯ୍ୟକ୍ଷେତ୍ରରେ ଅତ୍ୟଧିକ ଆତ୍ମବିଶ୍ବାସୀ ହେବାରୁ ନିବୃତ୍ତ ରୁହନ୍ତୁ। କାହାରି ସାହାଯ୍ୟ ନେବା ଅନିଷ୍ଟ ନୁହେଁ। ଘରକୁ ବନ୍ଧୁ ଯିବା-ଆସିବା ଲାଗି ରହିବ।
ମୀନ: କାହାରି ମତ ଆପଣଙ୍କ ଲାଗି ଫଳପ୍ରଦ ସାବ୍ୟସ୍ତ ହେବ। କାମରେ ଅଧିକ ସମୟ ଲାଗିପାରେ। ଆମଦାନି ବୃଦ୍ଧି ଲାଗି ମୁଣ୍ଡକୁ ନୂଆ ଯୋଜନା ଆସିବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/06/gata-kali-rasi-4-1.jpg)