ମେଷ: ଆଗକୁ ବଢ଼ିବା ଲାଗି ଭଲ ଦିନଟିଏ। ବିଲ୍ଡର୍ସଙ୍କୁ ଧନଲାଭ ହେବ। ବାହାରକୁ ଭ୍ରମଣରେ ଯିବା ପାଇଁ ଯୋଜନା କରିବେ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: କିଛି ନୂଆ କରି ଦେଖାଇବାର ଇଚ୍ଛା ଜାଗ୍ରତ ହେବ। ସମ୍ମୁଖକୁ ଆସୁଥିବା ସବୁ ଆହ୍ବାନର ଦୃଢ଼ ମୁକାବିଲା କରିବେ। ଜୀବନସାଥୀଙ୍କ ସହ ସମ୍ବନ୍ଧ ନିବିଡ଼ ହେବ।
ମିଥୁନ: ସମ୍ବନ୍ଧରେ ସୁଧାର ଆଣିବା ଲାଗି ଭଲ ଦିନଟିଏ। କୌଣସି କାମ ତରବରିଆ ଭାବେ କରନ୍ତୁ ନାହିଁ। ରାଜନୀତିରେ ଆର୍ଥିକ ଲାଭ ହେବ।
କର୍କଟ: ଯେଉଁ କାମ ମନପ୍ରାଣ ଢାଳି କରିବେ ତାହା ସ˚ପୂର୍ଣ୍ଣ ହେବ। ଆର୍ଥିକ ସ୍ଥିତି ମଜଭୁତ ରହିବ। ଜୀବନସାଥୀଙ୍କୁ ମନକଥା କହିବାର ଅବସର ପାଇବେ।
ସି˚ହ: କାହାରି କାମ ସମ୍ପର୍କରେ ମତ ଦେବାରୁ ନିବୃତ୍ତ ରୁହନ୍ତୁ। ବେପାର କାମରେ ଦୂର ସ୍ଥାନକୁ ଯିବେ। ନିଜର ସ୍ବାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ।
କନ୍ୟା: ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ। ସାମାଜିକ କ୍ଷେତ୍ରରେ ଆପଣଙ୍କର ସକ୍ରିୟତା ବଢ଼ିବ। ଛାତ୍ରମାନଙ୍କର ଲେଖାପଢ଼ାରେ ମନ ଲାଗିବ।
ତୁଳା: ଜମି ଦଲାଲଙ୍କ ପାଇଁ ଦିନଟି ଲାଭପ୍ରଦ। ଉଚ୍ଚ ଅଧିକାରୀଙ୍କ ସହିତ ସ˚ପର୍କରେ ଘନିଷ୍ଠତା ବଢ଼ିବ। ବାହନ ଚଳାଇବା ବେଳେ ସାବଧାନତା ଅବଲମ୍ବନ କରନ୍ତୁ।
ବିଛା: ସଂପୂର୍ଣ୍ଣ ଶକ୍ତି ଲଗାଇ କାମ କରନ୍ତୁ, କାମ ସ˚ପୂର୍ଣ୍ଣ ହେବ। ବେପାରରେ ଲାଭ ପାଇବେ। ବିବାହ ସମ୍ବନ୍ଧୀୟ ସମସ୍ୟା ଶୀଘ୍ର ସମାଧାନ ହୋଇଯିବ।
ଧନୁ: ଜମିରେ ନିବେଶ ଲାଗି ଭଲ ଦିନଟିଏ। ଅଧିକ କ୍ରୋଧ କଲେ ଆପଣଙ୍କ କାମରେ କ୍ଷତି ହୋଇପାରେ। ସମାଜରେ ଉଚିତ ଆଦର ସମ୍ମାନ ପାଇବେ।
ମକର: ଭାବିଚିନ୍ତି ବ୍ୟବସାୟରେ ଭାଗୀଦାର ବନାନ୍ତୁ। କଳାତ୍ମକ କାମରେ ଆପଣଙ୍କ ମନ ଲାଗିବ। ଘରେ ସୁଖ ଶାନ୍ତି ବଜୟ ରହିବ।
କୁମ୍ଭ: ଜୀବନରେ ଆଗକୁ ବଢ଼ିବା ଲାଗି ସୁଯୋଗ ମିଳିବ। ବିବାହିତ ଜୀବନସାଥୀଙ୍କ ସହିତ ତର୍କବିତର୍କ କରନ୍ତୁ ନାହିଁ। ଛାତ୍ରଙ୍କ ଲାଗି ଦିନଟି ଭଲ।
ମୀନ: କାମରେ ଯାଉଥିବା ବେଳେ ବାଟରେ ବନ୍ଧୁଙ୍କ ସହିତ ଦେଖା ହୋଇପାରେ। ଧନଲାଭର ଯୋଗ ରହିଛି। କଳା କ୍ଷେତ୍ରରେ ଥିବା ଲୋକମାନଙ୍କୁ ଖୁସି ମିଳିବ।