ଜାଣନ୍ତୁ ଆଜିର ରାଶିଫଳ

 

ମେଷ: ପୂରା ଦିନ ପ୍ରସନ୍ନ ରହିବେ। ପ୍ରତ୍ୟେକ କାମ ସହଜରେ ପୂରା କରିବେ। ଅଧିକାରୀଙ୍କ ମତ ଆପଣଙ୍କୁ ପସନ୍ଦ ଆସିବ। ପରିବାରରେ ସୁଖ ଶାନ୍ତିର ପରିବେଶ ରହିବ। ‌

 

ବୃଷ: ମାତାପିତାଙ୍କ ଆଶୀର୍ବାଦ ଆପଣଙ୍କ ସହ ରହିବ। ଆପଣ କୌଣସି ବଡ଼ ନିଷ୍ପତ୍ତି ନେଇ ପାରନ୍ତି। ସମାଜର ଲୋକେ ଆପଣଙ୍କ ବ୍ୟକ୍ତିତ୍ବରେ ପ୍ରସନ୍ନ ରହିବେ। ଧନଲାଭ ଯୋଗ ରହିଛି।‌

ମିଥୁନ: ବିଶେଷ ବ୍ୟକ୍ତିଙ୍କ ଠାରୁ ପ୍ରେରଣା ପାଇପାରନ୍ତି। ଭଲ କାମରେ ଯୋଗଦାନ କରିବେ। ବନ୍ଧୁ ବ୍ୟବସାୟ ପାଇଁ ନୂଆ ଜ୍ଞାନ ଦେବେ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।‌

କର୍କଟ: ଘରେ ଧାର୍ମିକ କାର୍ଯ୍ୟ ହେବା ଯୋଗୁଁ ଆପଣଙ୍କର ସକାରାତ୍ମକ ଶକ୍ତି ବଜାୟ ରହିବ। ବଡ଼ ବ୍ୟବସାୟ ଗୋଷ୍ଠୀ ସହିତ ଯୋଡ଼ି ପାରନ୍ତି। ଚାକିରିଆଙ୍କର ଆୟରେ ବୃଦ୍ଧି ହେବ।‌

ସିଂହ: କୌଣସି ପ୍ରସଙ୍ଗରେ ଲାଗି ରହିଥିବା ବାଧା ଦୂର ହୋଇଯିବ। ପ୍ରେମିକାଙ୍କ ସହିତ ସମ୍ବନ୍ଧରେ ସୁଧାର ଆସିବ। ରାଜନୀତି କ୍ଷେତ୍ରରେ ଥିବା ଲୋକେ ସଫଳତା ପାଇବେ।‌

କନ୍ୟ‌ା: ଆପଣଙ୍କ ଧ୍ୟାନ ପୂଜାପାଠରେ ଲଗାନ୍ତୁ, ଶୀଘ୍ର ଫଳ ପ୍ରାପ୍ତି ହେବ। ପରିବାରରେ ସମସ୍ତଙ୍କର ଇଚ୍ଛା ପୂରା କରିବାରେ ସଫଳ ହେବେ। ଅଧ୍ୟାପକଙ୍କ ଲାଗି ଦିନଟି ଶୁଭ।‌

 

ତୁଳା: ସମସ୍ତଙ୍କ ସହିତ ଭଲ ସମ୍ବନ୍ଧ ବଜାୟ ରଖନ୍ତୁ। ମାତାପିତାଙ୍କ ପରାମର୍ଶ ଆପଣଙ୍କ ଉନ୍ନତି ପାଇଁ ଫଳପ୍ରଦ ହେବ। ଛାତ୍ରମାନେ ଭଲ ଚାକିରି ପାଇଁ ଅଧିକ ପରିଶ୍ରମ କରନ୍ତୁ।

ବିଛା: ଘରେ ଧାର୍ମିକ କାର୍ଯ୍ୟ କରିବା ପାଇଁ ଭାବି ପାରନ୍ତି। ସରକାରୀ କାମରେ ଲୋକଙ୍କର ସାହାଯ୍ୟ ପାଇବେ। ନବବିବାହିତଙ୍କ ଲାଗି ଦିନଟି ବହୁତ ଭଲ। ଛାତ୍ରଛାତ୍ରୀଙ୍କୁ ପରିଶ୍ରମର ସୁଫଳ ମିଳିବ।

 

ଧନୁ: ଦିନଟି ମିଶ୍ରିତଫଳ ପ୍ରଦାନ କରିବ। ସହକର୍ମୀଙ୍କ ସହଯୋଗ ପାଇବା ପାଇଁ ଚେଷ୍ଟା କରନ୍ତୁ। ପରିବାର ଲୋକଙ୍କ ସହିତ ଉତ୍ତମ ବୁଝାମଣା ରହିବ। ବଜେଟକୁ ଧ୍ୟ‌ାନରେ ରଖି ଖର୍ଚ୍ଚ କରନ୍ତୁ।

 

ମକର: ଭାବିଥିବା କାମ ସଂପୂର୍ଣ୍ଣ ହୋଇଯିବ। ସମାଜରେ ଆପଣଙ୍କ ପ୍ରତିଷ୍ଠା ବଢ଼ିବ। ଅଫିସରେ ଉପରିସ୍ଥ କର୍ମଚାରୀଙ୍କ ସହଯୋଗ ପାଇବେ। ପାରିବାରିକ ଜୀବନ ସୁଖମୟ ହେବ।

 

କୁମ୍ଭ: ଜରୁରୀ କାମ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ ହୋଇଯିବ। ଲାଭ ପାଇଁ ଅବସର ପାଇବେ। ଦାମ୍ପତ୍ୟ ଜୀବନରେ ଖୁସି ଆସିବ। ଗବେଷଣାରତ ଛାତ୍ରୀଙ୍କୁ ବଡ଼ ସଫଳତା ମିଳିବ।

ମୀନ: ନିଜର କ୍ୟାରିୟର ସମ୍ବନ୍ଧରେ ମାନସ ମନ୍ଥନ କରିବେ। ଜୀବନସାଥୀଙ୍କ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। ଅଳଙ୍କାର ବ୍ୟବସାୟୀଙ୍କୁ ଧନଲାଭ ହେବ।

ସମ୍ବନ୍ଧିତ ଖବର