ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

 

ମେଷ: ଜୀବନରେ ନୂଆ ପରିବର୍ତ୍ତନର ସଂକେତ ମିଳିପାରେ। ପରିବାରରେ ଅଧିକ ଲୋକ ଖୁସି ରହିବେ। ଇଂଜିନିୟରଙ୍କୁ ଅତିଶୀଘ୍ର ଲାଭ ମିଳିବ। ପାଖଲୋକ ଆର୍ଥିକ ସହାୟତା ମାଗିବେ। ‌

 

ବୃଷ: ଅଫିସ କାମର ବାଧା ଆସିପାରେ। ଧୈର୍ଯ୍ୟ ଧରି କାମ କରନ୍ତୁ, ଆପଣଙ୍କ ଲାଗି ଲାଭପ୍ରଦ ହେବ। ଆପଣଙ୍କର ବିଶେଷ ଦକ୍ଷତା ଲୋକମାନଙ୍କ ସମ୍ମୁଖକୁ ଆସିବ।‌

ମିଥୁନ: ବ୍ୟବସାୟୀଙ୍କୁ ନୂଆ କାମ ମିଳିପାରେ। ଆପଣଙ୍କ ଚେଷ୍ଟାର ସକାରାତ୍ମକ ଫଳ ମିଳିବ। ପ୍ରେମୀଯୁଗଳ ପରସ୍ପର ଏକତ୍ର ସମୟ କାଟନ୍ତୁ, ସମ୍ବନ୍ଧରେ ମଧୁରତା ଆସିବ।

କର୍କଟ: ବିଶେଷ କାମକୁ ପ୍ରଥମେ ସମାପ୍ତ କରିବାକୁ ଚେଷ୍ଟା କରିବେ। ସମ୍ବନ୍ଧରେ ମଧୁରତା ବଢ଼ିବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ପାରିବାରିକ ଜୀବନରେ ସୁଖ ଶାନ୍ତି ବଢ଼ିବ।

ସିଂହ: ଜରୁରୀ କାମରେ ସଫଳତା ପାଇବେ। ଜମି ବ୍ୟବସାୟୀଙ୍କ ଲାଗି ଦିନଟି ଭଲ। ଦୀର୍ଘ ଦିନର ଅଧୁରା ଆଶା ପୂରଣ ହେବ। ପାରିବାରିକ ଜୀବନରେ ମହତ୍ତ୍ବପୂର୍ଣ୍ଣ କାମ ସଂପୂର୍ଣ୍ଣ ହେବ।

କନ୍ୟା: ଆପଣଙ୍କ ସମ୍ମୁଖକୁ ନୂଆ ସୁଯୋଗ ଆସିବ। ପର୍ଯ୍ୟଟନ କ୍ଷେତ୍ରରେ ଥିବା ଲୋକଙ୍କୁ ଲାଭ ମିଳିବ। ପାରିବାରିକ ଜୀବନ ସୁଖକର ହେବ। ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ।

 

ତୁଳା: ଜରୁରୀ କାମ ସଂପୂର୍ଣ୍ଣ କରିପାରିବେ। ପରିଜନଙ୍କ ସହ ଗମ୍ଭୀର ପ୍ରସଙ୍ଗରେ କଥା ହେବେ। ନିଜର ମାନ ସମ୍ମାନ ଉପରେ ଧ୍ୟାନ ରଖନ୍ତୁ। କାରବାରରେ ସ୍ଥିରତା ବଜାୟ ରହିବ।

ବିଛା: ଧୈର୍ଯ୍ୟ ଧରି କାମ କରନ୍ତୁ। ଅଚାନକ ଧନଲାଭ ହେବ। ବନ୍ଧୁ ସହିତ ବାହାରକୁ ବୁଲି ଯିବାର ଯୋଜନା କରିବେ। ଶିକ୍ଷାର୍ଥୀ ଏକାନ୍ତରେ ଅଧ୍ୟୟନ କରନ୍ତୁ, ପଢ଼ାରେ ମନ ଲାଗିବ।

 

ଧନୁ: ଜୀବନକୁ ଉତ୍କୃଷ୍ଟ କରିବା ଲାଗି କିଛି ନୂଆ ଓ ରଚନାତ୍ମକ କରିବେ। ବ୍ୟବସାୟୀଙ୍କୁ ଆଶାଠୁଁ ଅଧିକ ଲାଭ ମିଳିବ। ସରକାରୀ ଚାକିରିଆଙ୍କ ଲାଗି ଉନ୍ନତିର ଯୋଗ ରହିଛି।

 

ମକର: ଆପଣ ଧୈର୍ଯ୍ୟ ଧରି କାମ କରିବା ଦରକାର। ବ୍ୟାଙ୍କରୁ ଋଣ ପାଇବାର ପଥ ପରିଷ୍କାର ହୋଇଯିବ। ମାଆଙ୍କ ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଶିକ୍ଷାର୍ଥୀ ନୂଆ ପ୍ରକଳ୍ପରେ କାମ କରିବେ।

 

କୁମ୍ଭ: ଘରେ କୌଣସି ମାମଲାକୁ ନେଇ ବିବାଦ ହୋଇପାରେ। କୋର୍ଟ କଚେରି ମାମଲାର ସମାଧାନ ହୋଇଯିବ। ସମାଜରେ ମାନ ସମ୍ମାନ ବଜାୟ ରଖିବା ଲାଗି ଚେଷ୍ଟା ଜାରି ରଖନ୍ତୁ।

ମୀନ: ସକାରାତ୍ମକ ଶକ୍ତିରେ ପୂର୍ଣ୍ଣ ରହିବେ। ସମାଜରେ ଯଶ ଖ୍ୟାତି ବଢ଼ିବ। ବ୍ୟବସାୟୀ ନିଜ ମତରେ ଅନ୍ୟମାନଙ୍କୁ ସହମତ କରାଇନେବେ। ଜୀବନସାଥୀ ଭଲ ବ୍ୟଞ୍ଜନ ଖାଇବାକୁ ଦେବେ।

ସମ୍ବନ୍ଧିତ ଖବର