ମେଷ: ଆପଣ ଭାବିଥିବା କାମ ପୂରା ହେବ। କୌଣସି ବନ୍ଧୁ ସହିତ ମତାନ୍ତର ହୋଇପାରେ। ଚାକିରିଜୀବୀଙ୍କର ଆୟରେ ବୃଦ୍ଧି ହେବ। ପାରିବାରିକ ଜୀବନ ସୁଖକର ହେବ।
Sambad is now on WhatsApp
Join and get latest news updates delivered to you via WhatsApp
ବୃଷ: ଚାକିରି ବୃତ୍ତିରେ ଆଶାଜନକ ପରିଣାମ ପାଇବେ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଘର କାମରେ ଜୀବନସାଥୀଙ୍କୁ ସହଯୋଗ କରିପାରନ୍ତି।
ମିଥୁନ: ଦୈନିକ କାର୍ଯ୍ୟରେ ପୂର୍ଣ୍ଣରୂପେ ସଫଳତା ପାଇବେ। କଳାକ୍ଷେତ୍ରରେ ଥିବା ଲୋକଙ୍କର ସମାଜରେ ମାନ ପ୍ରତିଷ୍ଠା ବୃଦ୍ଧି ହେବ। ପିତାମାତାଙ୍କର ସ୍ନେହ ପାଇବେ।
କର୍କଟ: ପୁରୁଣା ବିଚାର ଛାଡ଼ି ନୂଆ ବିଚାର ଗ୍ରହଣ କରିବେ। ଘରେ ମନ ପସନ୍ଦର ଖାଦ୍ୟ ଭୋଜନ କରିବେ। ଛାତ୍ରମାନେ ଫଳ କଥା ଚିନ୍ତା ନକରି ପରିଶ୍ରମ କରନ୍ତୁ।
ସିଂହ: ଦିନଟି ଲାଭପ୍ରଦ ରହିବ। ବ୍ୟବସାୟରେ ଆଶାଜନକ ଫଳ ପାଇବେ। ସାମାଜିକ କାର୍ଯ୍ୟ କରିବା ଲାଗି ଆପଣଙ୍କର ରୁଚି ବଢ଼ିବ। ଓକିଲଙ୍କ ଲାଗି ଦିନଟି ଆରାମଦାୟକ।
କନ୍ୟା: ସବୁ କାମ ନିର୍ଦ୍ଧାରିତ ସମୟ ଭିତରେ ପୂରା ହୋଇଯିବ। ପରିବାରର ସମସ୍ତେ ଏକତ୍ର ବସି ପୂର୍ବ ସ୍ମୃତି ମନେ ପକାଇବେ। ଛାତ୍ରଙ୍କ ଲାଗି ଦିନଟି ଭଲ।
ତୁଳା: ଦିନଟି ଲାଭଦାୟକ ରହିବ। ସନ୍ଧ୍ୟାରେ ବନ୍ଧୁ ସହିତ କଥା ହୋଇ ଭଲ ଲାଗିବ। ବ୍ୟବସାୟୀଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ। ବକେୟା ଅର୍ଥ ମିଳିପାରେ।
ବିଛା: ସବୁ ଲୋକଙ୍କ ସହିତ ପ୍ରେମପୂର୍ଣ୍ଣ ବ୍ୟବହାର କରିବେ। କାର୍ଯ୍ୟରେ ଆଶାଠୁଁ ଅଧିକ ଲାଭ ପାଇବେ। ଆପଣ ଅନ୍ୟମାନଙ୍କୁ ବିଶ୍ବାସ କରନ୍ତୁ ନାହିଁ।
ଧନୁ: ଆପଣ କେବଳ ମହତ୍ତ୍ବପୂର୍ଣ୍ଣ ଜିନିଷ ଉପରେ ଗୁରୁତ୍ବ ଦିଅନ୍ତୁ। ବନ୍ଧୁ ଓ କାମ ମଧ୍ୟରେ ଭାରସାମ୍ୟ ବଜାୟ ରଖନ୍ତୁ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।
ମକର: ସଂଚାର କ୍ଷେତ୍ରରେ କାମ କରୁଥିବା ଲୋକଙ୍କ ଲାଗି ଦିନଟି ଭଲ। ବ୍ୟବସାୟୀ ନିଜର କାଗଜପତ୍ର ସମ୍ଭାଳି କରି ରଖନ୍ତୁ। ସ୍ବାସ୍ଥ୍ୟ ନେଇ ସଜାଗ ରୁହନ୍ତୁ।
କୁମ୍ଭ: ଭାଇ ଭଉଣୀଙ୍କର ପୂରା ସହଯୋଗ ପାଇବେ। ଅଚାନକ ଧନଲାଭ ହେବ। ବନ୍ଧୁ ଠାରୁ ଭଲ ଖବର ପାଇବେ। ଛାତ୍ରୀଙ୍କୁ କିଛି ନୂଆ ଶିଖିବାକୁ ମିଳିବ।
ମୀନ: ବ୍ୟବସାୟୀଙ୍କୁ ଅଧିକ ପରିଶ୍ରମ କରିବାକୁ ପଡ଼ିବ। ଜମି କିଣିବା ଯୋଗ ରହିଛି। ଛାତ୍ର ମହତ୍ତ୍ବପୂର୍ଣ୍ଣ ଲକ୍ଷ୍ୟ ଉପରେ ଧ୍ୟାନ କେନ୍ଦ୍ରୀତ କରିବେ।