ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପରିବାରରେ କୌଣସି ସଦସ୍ୟଙ୍କ ସହିତ ମତଭେଦ ହୋଇପାରେ। ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ଆପଣଙ୍କର ପରିଶ୍ରମ ପାଇଁ ପଦୋନ୍ନତି ମିଳିପାରେ।

ବୃଷ: ଆପଣଙ୍କ ମନରେ ନୂଆ କାର୍ଯ୍ୟ ପ୍ରତି ଆଗ୍ରହ ବଢ଼ିବ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ସୁଦୃଢ଼ ହେବ। ଡାକ୍ତରଙ୍କର ସମାଜରେ ଖ୍ୟାତି ବଢ଼ିବ।

ମିଥୁନ: କୌଣସି ଆହ୍ବାନକୁ ସହଜରେ ମୁକାବିଲା କରିପାରିବେ। ପୂର୍ବର ଭୁଲ୍ ପାଇଁ ପଶ୍ଚାତ୍ତାପ କରିବେ। ଆୟ ବ୍ୟୟ ସମାନ ରହିବ। ଦାମ୍ପତ୍ୟ ଜୀବନରେ ଖୁସି ଆସିବ।

କର୍କଟ: ସବୁ କାମ ମନ ମୁତାବକ ସଂପୂର୍ଣ୍ଣ ହେବ। ଅବିବାହିତଙ୍କ ଲାଗି ଭଲ ପ୍ରସ୍ତାବ ଆସିବ। ପୁସ୍ତକ ବ୍ୟବସାୟୀଙ୍କୁ ଆଶାଠୁଁ ଅଧିକ ଲାଭ ହେବ।

ସିଂହ: ଆପଣଙ୍କ ଲାଗି ଆଜି ଦିନଟି ମହତ୍ତ୍ବପୂର୍ଣ୍ଣ ରହିବ। ଚାକିରି ବୃତ୍ତିରେ ସଫଳତା ପାଇବେ। ନୂଆ ଲୁଗା କିଣିବାରେ ଅଧିକ ଖର୍ଚ୍ଚ କରିପାରନ୍ତି।

କନ୍ୟା: ସ୍ଥଗିତ ଥିବା କାର୍ଯ୍ୟ ବନ୍ଧୁ ସାହାଯ୍ୟରେ ସଂପୂର୍ଣ୍ଣ କରିବେ। ଧାର ନେବା ଓ ଦେବାରୁ ନିବୃତ୍ତ ରୁହନ୍ତୁ। ପାରିବାରିକ ଜୀବନ ସୁଖକର ହେବ। ଲେଖାପଢ଼ାରେ ଏକାଗ୍ରତା ବଢ଼ିବ।

ତୁଳା: କୌଣସି ମାମଲାରେ ବଡ଼ ନିଷ୍ପତ୍ତି ନେଇପାରନ୍ତି। ବ୍ୟବସାୟୀ ନିଜର କାଗଜପତ୍ର ସମ୍ଭାଳି କରି ରଖନ୍ତୁ। ପ୍ରେମ ସମ୍ବନ୍ଧରେ ନକାରାତ୍ମକତା ଅନୁଭବ କରିବେ।

ବିଛା: ଲୋକମାନଙ୍କ ଆଗରେ ଆପଣଙ୍କର ଛବି ଭଲ ବଜାୟ ରହିବ। ବାଲ୍ୟବନ୍ଧୁ ସହିତ କଥାବାର୍ତ୍ତା ହୋଇପାରେ। ବିଦ୍ୟାର୍ଥୀଙ୍କ ମନ ଲେଖାପଢ଼ାରେ ଲାଗିବ।

ଧନୁ: ବ୍ୟବସାୟ ସମ୍ବନ୍ଧରେ ବଡ଼ ନିଷ୍ପତ୍ତି ନେବା ପାଇଁ ଦିନଟି ଭଲ। ରାଜନୀତି କ୍ଷେତ୍ରରେ ଲୋକେ ସଫଳତା ପାଇବେ। ପ୍ରେମିକାଙ୍କ ସହିତ ସମ୍ବନ୍ଧ ମଜଭୁତ ହେବ।

ମକର: ଚାକିରିଜୀବୀଙ୍କ ଲାଗି ଦିନଟି ଭଲ। ଉପରିସ୍ଥ କର୍ମଚାରୀ ଆପଣଙ୍କ ପ୍ରତି ପ୍ରସନ୍ନ ରହିବେ। ନୂଆ ଜମି କିଣିବା ପୂର୍ବରୁ ଶୁଭ ମୁହୂର୍ତ୍ତ ଦେଖି ନିଅନ୍ତୁ।

କୁମ୍ଭ: ଆପଣ ନିଜ ସ୍ବଭାବକୁ କୋମଳ ରଖନ୍ତୁ। ମନର ବ୍ୟଥା ପାଖଲୋକଙ୍କୁ କୁହନ୍ତୁ, ମନ ହାଲୁକା ହେବ। ରାଜନୀତି କାର୍ଯ୍ୟରେ ରୁଚି ବଢ଼ିବ।

ମୀନ: ସହକର୍ମୀ ଆପଣଙ୍କ କାମକୁ ପ୍ରଶଂସା କରିବେ। ବ୍ୟବସାୟରେ ଅଚାନକ ଧନଲାଭ ହେବ। ଛାତ୍ରଙ୍କୁ କୌଣସି ନୂଆ ପ୍ରୋଜେକ୍ଟ ମିଳିବ।

ସମ୍ବନ୍ଧିତ ଖବର