ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଉନ୍ନତି ପାଇଁ ନୂଆ ସାଧନ ପାଇବେ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ବ୍ୟବସାୟରେ ସବୁ କିଛି ଭଲ ହେବ। ପ୍ରେମିକଙ୍କ ପ୍ରତି ଅଧିକ ବିନମ୍ର ରହିବ।

ବୃଷ: ଆପଣ ଆଖପାଖର ଲୋକଙ୍କ ସାହାଯ୍ୟ ପାଇବେ। ସାମାଜିକ ପରିସର ବୃଦ୍ଧି ହେବ। ଚାକିରି ପାଇଁ ବଡ଼ କଂପାନିରୁ ଇମେଲ୍ ଆସିପାରେ।

ମିଥୁନ: ନିଜ ଲୋକଙ୍କ ସାହଯ୍ୟରେ ଅଶାନ୍ତି କମ୍ ହେବ। ଆପଣ ବିଦେଶୀ କଂପାନିର ଅଂଶୀଦାର ହୋଇପାରନ୍ତି। ମନୋରଂଜନ ପାଇଁ ଅଧିକ ସମୟ ବ୍ୟୟ କରନ୍ତୁ ନାହିଁ।

କକର୍ଟ: ଜୀବନରେ ପରିବର୍ତ୍ତନ ଲାଗି ଭାବିବେ। ଅଚାନକ ଅର୍ଥ ଆସିବ। ପରିବାର ଲୋକଙ୍କ ଆବଶ୍ୟକତାକୁ ପୂରା କରିବେ। ପ୍ରେମୀଯୁଗଳଙ୍କର ସମ୍ବନ୍ଧରେ ମଧୁରତା ଆସିବ।

ସିଂହ: ଆପଣଙ୍କ ବିଚାର ସକାରାତ୍ମକ ରହିବ। ଜୀବନସାଥୀଙ୍କ ସହିତ ବ୍ୟବସାୟ ବିଷୟରେ କଥା ହୋଇପାରନ୍ତି। କାହାରିକୁ ଧାର ଦିଅନ୍ତୁ ନାହିଁ।

କନ୍ୟା: ମାନସିକ ରୂପେ ସୁସ୍ଥ ରହିବେ। ନୂଆ କାମ ଆରମ୍ଭ କରିବା ଲାଗି ଭାବି ପାରନ୍ତି। ବ୍ୟବସାୟୀଙ୍କୁ କୌଣସି କାମରେ ଦୂର ସ୍ଥାନକୁ ଯିବାକୁ ପଡ଼ିପାରେ।

ତୁଳା: ପରିବାରର ଜରୁରୀ କାମ ସଂପୂର୍ଣ୍ଣ ହେବା ଯୋଗୁଁ ମନ ଖୁସି ରହିବ। ବ୍ୟବସାୟ ସ୍ଥାନାନ୍ତର ଲାଗି ଯୋଜନା କରିପାରନ୍ତି। ସରକାରୀ ଚାକିରିଆଙ୍କ ଲାଗି ଦିନଟି ଭଲ।

ବିଛା: ଅଫିସରେ ବାକି କାମ ସଂପୂର୍ଣ୍ଣ ହୋଇଯିବ। କଳା ସଙ୍ଗୀତ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଉତ୍ତମ। ଜୀବନସାଥୀଙ୍କ ସହିତ ଭଲ ସମୟ ଅତିବାହିତ କରିବେ।

ଧନୁ: କୌଣସି ଶୁଭ ଖବର ପାଇବାର ସମ୍ଭାବନା ଅଛି। ପୂର୍ବରୁ ଲାଗି ରହିଥିବା ଚିନ୍ତା ସମାପ୍ତ ହେବ। ଘରୋଇ ପରିବେଶ ଭଲ ରହିବ।

ମକର: ପୁରୁଣା ବିଚାରକୁ ଛାଡ଼ି ନୂଆ ବିଚାର ଗ୍ରହଣ କରିବେ। କୃଷିଜୀବୀ ବର୍ତ୍ତମାନ ନିବେଶ କଲେ ଭବିଷ୍ୟତରେ ଲାଭ ହୋଇପାରେ। ଛାତ୍ରଙ୍କୁ ପରିଶ୍ରମର ସୁଫଳ ମିଳିବ।

କୁମ୍ଭ: ବ୍ୟବସାୟ କାମରେ ଭାଗୀଦାରଙ୍କ ସହଯୋଗ ପାଇବେ। ପ୍ରତ୍ୟେକ କାମକୁ ଭଲଭାବେ ସମ୍ଭାଳି ନେବେ। ବିବାହିତଙ୍କୁ ସୁଖ ପ୍ରାପ୍ତି ହେବ।

ମୀନ: ଆପଣଙ୍କ କାମ କରିବା ଶୈଳୀ ଲୋକମାନଙ୍କୁ ପସନ୍ଦ ଆସିବ। କବିମାନେ କବିତା ପାଠ କରିବାର ସୁଯୋଗ ପାଇବେ। ଚାକିରି ଖୋଜୁଥିବା ଯୁବକଙ୍କୁ ଭଲ ସୁଯୋଗ ମିଳିପାରେ।

ସମ୍ବନ୍ଧିତ ଖବର