ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ନିର୍ମାଣ କାର୍ଯ୍ୟ କରୁଥିବା ଲୋକଙ୍କୁ ନୂଆ ପ୍ରକଳ୍ପ ମିଳିବ। ଅଫିସରେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ନିଜର ସ୍ବାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ।

ବୃଷ: ଉନ୍ନତି ପାଇଁ ନୂଆ ସାଧନ ପାଇବେ। ବ୍ୟବସାୟରେ ଉନ୍ନତି ହେବ। ବିଶେଷ କାମ କରିବା ଲାଗି ଭାବିବେ। ରାଜନୈତିକ ଲୋକଙ୍କର ସମାଜରେ ପ୍ରଭାବ ବଢ଼ିବ।

ମିଥୁନ: ଅନ୍ତରଙ୍ଗ ବନ୍ଧୁ ଆପଣଙ୍କ ସହ ମିଶିବା ଲାଗି ଘରକୁ ଆସିବେ। ବାକି ଥିବା କାମ ପୂରା ହୋଇଯିବ। ସଂପତ୍ତି ବଢ଼ାଇବା ଯୋଜନାରେ ସଫଳ ହେବ।

କର୍କଟ: ବ୍ୟବସାୟରେ ବକେୟା ଅର୍ଥ ମିଳିବ। କାମରେ ଅନ୍ୟମାନଙ୍କ ସାହାଯ୍ୟ ପାଇବେ। ଅଫିସରେ କୌଣସି କର୍ମଚାରୀ ଆପଣଙ୍କ ଠାରୁ କାମ ଶିଖିବାକୁ ଚାହିଁବେ।

ସିଂହ: ଆପଣଙ୍କ ଭଲ ବ୍ୟବହାରରେ ଲୋକେ ଖୁସି ରହିବେ। ବନ୍ଧୁ ସାହାଯ୍ୟରେ କୌଣସି କାମ ପୂରା ହେବ। ପାରିବାରିକ ମାମଲାରେ ଅଧିକାରୀଙ୍କ ଠାରୁ ପରାମର୍ଶ ନେବା ଭଲ ହେବ।

କନ୍ୟା: ସପରିବାର ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଆପଣଙ୍କ କାର୍ଯ୍ୟରେ ନୂତନତ୍ବ ଆସିବ। ପ୍ରେମୀଯୁଗଳ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ।

ତୁଳା: କମ୍ ପରିଶ୍ରମରେ ଯଥେଷ୍ଟ ଲାଭ ମିଳିବ। କ୍ୟାରିୟରରେ ବହୁତ ଭଲ ସୁଯୋଗ ପାଇବେ। ସମାଜରେ ମାନ ପ୍ରତିଷ୍ଠା ବଢ଼ିବ। ଆବଶ୍ୟକତା ଅନୁସାରେ ଖର୍ଚ୍ଚ କରନ୍ତୁ।

ବିଛା: ପରିବାରରେ ସୁଖ ଶାନ୍ତି ବଜାୟ ରହିବ। କୌଣସି ବିଶେଷ ପ୍ରସଙ୍ଗ ନେଇ ପରିବାର ଲୋକଙ୍କ ସହ କଥା ହେବେ। କାମ ଧନ୍ଦା ସମ୍ପର୍କିତ ଯାତ୍ରା ଫଳପ୍ରଦ ହେବ।

ଧନୁ: ସାମାଜିକ କାର୍ଯ୍ୟରେ ମହତ୍ତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଅଫିସରେ ଆପଣଙ୍କୁ କୌଣସି ନୂଆ କାମ ମିଳିବ। ଧନ ସଂପତ୍ତି ମାମଲାରେ ସତର୍କ ରୁହନ୍ତୁ।

ମକର: ନୂଆ କାରବାରରେ ପୁଞ୍ଜି ଲଗାଇବା ପୂର୍ବରୁ ତଦାରଖ କରି ନିଅନ୍ତୁ। ବିଶେଷ କାମ ସଂପୂର୍ଣ୍ଣ କରିବା ଲାଗି ଆପଣଙ୍କର ଦୈନିକ କାର୍ଯ୍ୟସୂଚୀରେ ପରିବର୍ତ୍ତନ କରିବାକୁ ହେବ।

କୁମ୍ଭ: ବ୍ୟବସାୟ କ୍ଷେତ୍ରରେ ଲୋକଙ୍କର ସାହାଯ୍ୟ ମିଳିବ। ନିଜକୁ ପ୍ରମାଣିତ କରିବା ଲାଗି ଭଲ ସୁଯୋଗ ପାଇବେ। ସାମାଜିକ ଜୀବନ ସବୁ ଦୃଷ୍ଟିରୁ ଭଲ ରହିବ।

ମୀନ: ଜୀବନସାଥୀଙ୍କ ସହ କୋମଳ ଭାବେ କଥା ହୁଅନ୍ତୁ। ଲୋକେ ଆପଣଙ୍କ କଥାରେ ସହମତ ହେବେ। ଆମଦାନି ବଢ଼ାଇବା ଲାଗି ମୁଣ୍ଡକୁ ନୂଆ ଯୋଜନା ଆସିବ।

ସମ୍ବନ୍ଧିତ ଖବର