ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

 

ମେଷ: ପୂର୍ବ ନିବେଶରୁ ଆପଣଙ୍କୁ ଲାଭ ହେବ। ରାଜନେତାଙ୍କର ସମାଜରେ ପ୍ରତିଷ୍ଠା ବୃଦ୍ଧି ପାଇବ। ପଇସା ଦେବାନେବା ବେଳେ ସାବଧାନ ରୁହନ୍ତୁ।

 

ବୃଷ: ଆପଣଙ୍କ ଉପରେ ଲୋକଙ୍କର ଭରସା ବଢ଼ିବ। ବ୍ୟବସାୟ ବିଷୟରେ ଠିକ୍ କଥା କହିବେ। ଅଧୁରା କାମ ପୂରା କରିବା ଲାଗି ଭଲ ଦିନଟିଏ। ସ୍ବାସ୍ଥ୍ୟ ଭଲ ରହିବ।

ମିଥୁନ: ଆପଣଙ୍କର ରଚନାକୁ ଲୋକେ ପ୍ରଶଂସା କରିବେ। ଜୀବନସାଥୀଙ୍କର ଘନିଷ୍ଠ ହେବେ। ସ୍ଥଗିତ କାମ ନେଇ ସରକାରୀ କର୍ମଚାରୀଙ୍କ ମତ ପାଇବେ।

କର୍କଟ: ଦୀର୍ଘ ଦିନରୁ ଲାଗି ରହିଥିବା ବାଧା ଦୂର ହେବ। ଘର ଲୋକଙ୍କ ସହିତ ଧାର୍ମିକ କାର୍ଯ୍ୟରେ ମନ ଲଗାଇବେ। ମହିଳାମାନେ ରୋଷେଇ ସମୟରେ ସାବଧାନ ରୁହନ୍ତୁ।

ସିଂହ: ବ୍ୟବସାୟରେ ଅଗ୍ରଗତି ପାଇଁ ଅଧିକ ପରିଶ୍ରମ କରନ୍ତୁ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଅଫିସରେ କରିଥିବା କାମର ଶ୍ରେୟ ଅନ୍ୟ କାହାରିକୁ ଦିଅନ୍ତୁ ନାହିଁ।

କନ୍ୟା: ନୂଆ ବିଚାରରେ ପରିପୂର୍ଣ୍ଣ ରହିବେ। କାର୍ଯ୍ୟକ୍ଷେତ୍ରରେ ଯଥେଷ୍ଟ ସଫଳତା ପାଇବେ। ପ୍ରେମୀଯୁଗଳ ପରସ୍ପରଙ୍କ ଭାବନା ବୁଝନ୍ତୁ।

 

ତୁଳା: ସମ୍ମାନିତ ଲୋକଙ୍କ ସହିତ ମିଶିବାର ମଉକା ପାଇବେ। ମହିଳାଙ୍କ ଲାଗି ଦିନଟି ଆରାମଦାୟକ। କଠିନ ବିଷୟ ନେଇ ଶିକ୍ଷକଙ୍କ ସହିତ ଆଲୋଚନା କରିବେ।

ବିଛା: କରିଆସୁଥିବା ପ୍ରୟାସର ଫଳ ପାଇବେ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ଜୀବନସାଥୀଙ୍କ ସହିତ ମନାନ୍ତର ହୋଇପାରେ।

 

ଧନୁ: ଆପଣଙ୍କର ସ୍ବଭାବ ଲୋକଙ୍କ ଧ୍ୟାନ ଆକର୍ଷଣ କରିବ। ନୂଆ ଜମି କିଣିବା ପୂର୍ବରୁ ମୁରବିଙ୍କ ସମ୍ମତି ନିଅନ୍ତୁ। ବଡ଼ ଓକିଲଙ୍କ ପରାମର୍ଶ ଲାଭଦାୟକ ହେବ।

 

ମକର: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ନିଜ ଲକ୍ଷ୍ୟର ଯଥେଷ୍ଟ ନିକଟରେ ପହଞ୍ଚି ପାରିବେ। ଜରୁରୀ କାମ ଅନ୍ୟମାନଙ୍କ ଭରସାରେ ଛାଡ଼ନ୍ତୁ ନାହିଁ।

 

କୁମ୍ଭ: ଆପଣଙ୍କ ଧ୍ୟାନ ଆଧ୍ୟାତ୍ମିକ ଦିଗରେ ଲାଗି ରହିବ। ନିଜ ଚାରିପାଖର ଗତିବଧି ଉପରେ ଦୃଷ୍ଟି ରଖନ୍ତୁ। ଆର୍ଥିକ ସ୍ଥିତି ଭଲ ରହିଲେ ବି ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖନ୍ତୁ।

ମୀନ: ବ୍ୟବସାୟରେ ସକାରାତ୍ମକ ପରିଣାମ ପାଇବେ। ଆର୍ଥିକ ସ୍ଥିତି ଯଥେଷ୍ଟ ମଜଭୁତ ହେବ। ଏକାନ୍ତରେ ଅଧ୍ୟୟନ କରନ୍ତୁ, ପଢ଼ାରେ ମନ ଲାଗିବ।

ସମ୍ବନ୍ଧିତ ଖବର