/sambad/media/post_attachments/wp-content/uploads/2017/11/ms-1.jpg)
ମେଷ: ଭାଗ୍ୟ ଉପରେ ସଂପୂର୍ଣ୍ଣ ଭରସା ନ କରି ଅଧିକ ପରିଶ୍ରମ କରନ୍ତୁ। ଚାକିରିଆଙ୍କର ମନପସନ୍ଦ ଜାଗାକୁ ବଦଳି ହୋଇପାରେ। ବିବାହିତ ଲୋକଙ୍କୁ ବିବାହ ସୁଖ ମିଳିବ।
/sambad/media/post_attachments/wp-content/uploads/2017/11/brus-290x300.jpg)
ବୃଷ: ଶୀଘ୍ର ନୂଆ ଦାୟିତ୍ବ ପାଇବେ। ଆପଣଙ୍କ ବୁଦ୍ଧିମତ୍ତା ବିରୋଧୀମାନଙ୍କୁ ଦୂରରେ ରଖିବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଗୃହିଣୀମାନେ ଘର କାମ ଯଥା ସମୟରେ ସଂପୂର୍ଣ୍ଣ କରିବେ।
/sambad/media/post_attachments/wp-content/uploads/2017/11/mithun.jpg)
ମିଥୁନ: ନୂଆ ବିଚାରରେ ମଗ୍ନ ରହିବେ। କ୍ୟାରିୟରରେ ଭଲ ସୁଯୋଗ ପାଇବେ। ଲୋକମାନଙ୍କ ମଧ୍ୟରେ ଆପଣଙ୍କର ଲୋକପ୍ରିୟତା ବଢ଼ିବ। ପ୍ରେମ ଜୀବନ ମଧୁର ହେବ। 
/sambad/media/post_attachments/wp-content/uploads/2017/11/karkat.jpg)
କର୍କଟ: ପରିବାର ସହ ଅଧିକ ସମୟ ଅତିବାହିତ କରିବେ। ପୂର୍ବରୁ ଲାଗି ରହିଥିବା ସମସ୍ୟାର ସମାଧାନ ବାହାରିବ। ଆଗକୁ ବଢ଼ିବା ଲାଗି ନୂଆ ଚିନ୍ତା କରିବେ। ପ୍ରେମ ଜୀବନ ଭଲ ହେବ।
/sambad/media/post_attachments/wp-content/uploads/2017/11/singha.jpg)
ସିଂହ: ବନ୍ଧୁଙ୍କ ସାହାଯ୍ୟ ମିଳିବାର ସମ୍ଭାବନା ଅଛି। ସାମାଜିକ କାର୍ଯ୍ୟରେ ସହଯୋଗ କରିବେ। ସିନେ କଳାକାରଙ୍କ ଲାଗି ଭଲ ଦିନଟିଏ। ଦ୍ବିପ୍ରହର ସୁଦ୍ଧା ଆପଣ ଭଲ ଖବର ପାଇବେ।
/sambad/media/post_attachments/wp-content/uploads/2017/11/kanya.jpg)
କନ୍ୟା: କାର୍ଯ୍ୟକ୍ଷେତ୍ରରେ ମନପ୍ରାଣ ଢାଳି କାମ କରିବେ। ନିଜ କାମରେ ଅଧିକ ପାଣ୍ଠି ଲଗାଇ ପାରନ୍ତି। ସରକାରୀ ଚାକିରିଆ ସୁସମ୍ବାଦ ପାଇବେ। ପାରିବାରିକ ଜୀବନ ସୁଖମୟ ହେବ।
/sambad/media/post_attachments/wp-content/uploads/2017/11/tula.jpg)
ତୁଳା: ସମାଜସେବୀଙ୍କ ଆୟରେ ବୃଦ୍ଧି ହେବ। ବ୍ୟବସାୟ କ୍ଷେତ୍ରରେ କିଛି ନୂଆ ଲୋକଙ୍କ ସାହାଯ୍ୟ ପାଇବେ। ଭୂସଂପତ୍ତି ସମ୍ବନ୍ଧୀୟ କାମ ସଂପୂର୍ଣ୍ଣ ହୋଇଯିବ।
/sambad/media/post_attachments/wp-content/uploads/2017/11/bicha.jpg)
ବିଛା: ଆପଣଙ୍କ ଜୀବନରେ ଖୁସିର ଆଗମନ ହେବ। ପରିଶ୍ରମର ସନ୍ତୋଷଜନକ ଫଳ ମିଳିବ। କଳାତ୍ମକ କାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିବ। ମହତ୍ତ୍ବପୂର୍ଣ୍ଣ ପ୍ରସଙ୍ଗରେ ବନ୍ଧୁ ସହ କଥା ହେବେ।
/sambad/media/post_attachments/wp-content/uploads/2017/10/dhanu.jpg)
ଧନୁ: ବ୍ୟବସାୟରେ ଅଚାନକ ଧନଲାଭ ହେବ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। ଲାଗିରହିଥିବା ବିବାଦର ସମାଧାନ ହେବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଅଧିକ ମନ ଦେବେ।
/sambad/media/post_attachments/wp-content/uploads/2017/11/makar.jpg)
ମକର: କୌଣସି ବ୍ୟକ୍ତିଙ୍କ ଠାରୁ ଆଶାଠୁଁ ଅଧିକ ଲାଭ ପାଇବେ। ଅଫିସରେ ସମସ୍ତଙ୍କ ସହ ତାଳମେଳ ରହିବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ।
/sambad/media/post_attachments/wp-content/uploads/2017/11/kumbha.jpg)
କୁମ୍ଭ: ସବୁ କାମ ଆପଣଙ୍କ ମନ ମୁତାବକ ସଂପୂର୍ଣ୍ଣ ହେବ। କର୍ତ୍ତୃପକ୍ଷ ଆପଣଙ୍କୁ କୌଣସି ଉପଯୋଗୀ ଜିନିଷ ଉପହାର ଦେବେ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ।
ମୀନ: ବିଶେଷ କାମରେ ଅଚିହ୍ନା ଲୋକଙ୍କ ସହଯୋଗ ପାଇବେ। ଦୂର ସ୍ଥାନକୁ ଯିବାକୁ ପଡ଼ିପାରେ। ଅବିବାହିତଙ୍କୁ ବିବାହ ପ୍ରସ୍ତାବ ମିଳିବ। ପାରିବାରିକ ଜୀବନ ଶାନ୍ତିମୟ ହେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/gata-kali-rasi-4-1.jpg)