ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

 

ମେଷ: ଭାଗ୍ୟ ଉପରେ ସଂପୂର୍ଣ୍ଣ ଭରସା ନ କରି ଅଧିକ ପରିଶ୍ରମ କରନ୍ତୁ। ଚାକିରିଆଙ୍କର ମନପସନ୍ଦ ଜାଗାକୁ ବଦଳି ହୋଇପାରେ। ବିବାହିତ ଲୋକଙ୍କୁ ବିବାହ ସୁଖ ମିଳିବ।‌

 

ବୃଷ: ଶୀଘ୍ର ନୂଆ ଦାୟିତ୍ବ ପାଇବେ। ଆପଣଙ୍କ ବୁଦ୍ଧିମତ୍ତା ବିରୋଧୀମାନଙ୍କୁ ଦୂରରେ ରଖିବ। ଆର୍ଥିକ ସ୍ଥିତି ସ୍ବଚ୍ଛଳ ରହିବ। ଗୃହିଣୀମାନେ ଘର କାମ ଯଥା ସମୟରେ ସଂପୂର୍ଣ୍ଣ କରିବେ।‌

ମିଥୁନ: ନୂଆ ବିଚାରରେ ମଗ୍ନ ରହିବେ। କ୍ୟାରିୟରରେ ଭଲ ସୁଯୋଗ ପାଇବେ। ଲୋକମାନଙ୍କ ମଧ୍ୟରେ ଆପଣଙ୍କର ଲୋକପ୍ରିୟତା ବଢ଼ିବ। ପ୍ରେମ ଜୀବନ ମଧୁର ହେବ। ‌

କର୍କଟ: ପରିବାର ସହ ଅଧିକ ସମୟ ଅତିବାହିତ କରିବେ। ପୂର୍ବରୁ ଲାଗି ରହିଥିବା ସମସ୍ୟାର ସମାଧାନ ବାହାରିବ। ଆଗକୁ ବଢ଼ିବା ଲାଗି ନୂଆ ଚିନ୍ତା କରିବେ। ପ୍ରେମ ଜୀବନ ଭଲ ହେବ।

ସିଂହ: ବନ୍ଧୁଙ୍କ ସାହାଯ୍ୟ ମିଳିବାର ସମ୍ଭାବନା ଅଛି। ସାମାଜିକ କାର୍ଯ୍ୟରେ ସହଯୋଗ କରିବେ। ସିନେ କଳାକାରଙ୍କ ଲାଗି ଭଲ ଦିନଟିଏ। ଦ୍ବିପ୍ରହର ସୁଦ୍ଧା ଆପଣ ଭଲ ଖବର ପାଇବେ।

କନ୍ୟା: କାର୍ଯ୍ୟକ୍ଷେତ୍ରରେ ମନପ୍ରାଣ ଢାଳି କାମ କରିବେ। ନିଜ କାମରେ ଅଧିକ ପାଣ୍ଠି ଲଗାଇ ପାରନ୍ତି। ସରକାରୀ ଚାକିରିଆ ସୁସମ୍ବାଦ ପାଇବେ। ପାରିବାରିକ ଜୀବନ ସୁଖମୟ ହେବ।

 

ତୁଳା: ସମାଜସେବୀଙ୍କ ଆୟରେ ବୃଦ୍ଧି ହେବ। ବ୍ୟବସାୟ କ୍ଷେତ୍ରରେ କିଛି ନୂଆ ଲୋକଙ୍କ ସାହାଯ୍ୟ ପାଇବେ। ଭୂସଂପତ୍ତି ସମ୍ବନ୍ଧୀୟ କାମ ସଂପୂର୍ଣ୍ଣ ହୋଇଯିବ।

ବିଛା: ଆପଣଙ୍କ ଜୀବନରେ ଖୁସିର ଆଗମନ ହେବ। ପରିଶ୍ରମର ସନ୍ତୋଷଜନକ ଫଳ ମିଳିବ। କଳାତ୍ମକ କାର୍ଯ୍ୟରେ ଆପଣଙ୍କର ରୁଚି ବଢ଼ିବ। ମହତ୍ତ୍ବପୂର୍ଣ୍ଣ ପ୍ରସଙ୍ଗରେ ବନ୍ଧୁ ସହ କଥା ହେବେ।

 

ଧନୁ: ବ୍ୟବସାୟରେ ଅଚାନକ ଧନଲାଭ ହେବ। ଖର୍ଚ୍ଚ କମ୍ କରିବାକୁ ଚେଷ୍ଟା କରନ୍ତୁ। ଲାଗିରହିଥିବା ବିବାଦର ସମାଧାନ ହେବ। ଛାତ୍ରଛାତ୍ରୀ ଲେଖାପଢ଼ାରେ ଅଧିକ ମନ ଦେବେ।

 

ମକର: କୌଣସି ବ୍ୟକ୍ତିଙ୍କ ଠାରୁ ଆଶାଠୁଁ ଅଧିକ ଲାଭ ପାଇବେ। ଅଫିସରେ ସମସ୍ତଙ୍କ ସହ ତାଳମେଳ ରହିବ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ।

 

କୁମ୍ଭ: ସବୁ କାମ ଆପଣଙ୍କ ମନ ମୁତାବକ ସଂପୂର୍ଣ୍ଣ ହେବ। କର୍ତ୍ତୃପକ୍ଷ ଆପଣଙ୍କୁ କୌଣସି ଉପଯୋଗୀ ଜିନିଷ ଉପହାର ଦେବେ। ପାରିବାରିକ ସମ୍ବନ୍ଧ ମଜଭୁତ ହେବ।

ମୀନ: ବିଶେଷ କାମରେ ଅଚିହ୍ନା ଲୋକଙ୍କ ସହଯୋଗ ପାଇବେ। ଦୂର ସ୍ଥାନକୁ ଯିବାକୁ ପଡ଼ିପାରେ। ଅବିବାହିତଙ୍କୁ ବିବାହ ପ୍ରସ୍ତାବ ମିଳିବ। ପାରିବାରିକ ଜୀବନ ଶାନ୍ତିମୟ ହେବ।

ସମ୍ବନ୍ଧିତ ଖବର