ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

 

ମେଷ: ବ୍ୟବସାୟୀଙ୍କୁ ଆୟର ନୂଆ ଉତ୍ସ ମିଳିବ। ଅଫିସରେ ଆପଣଙ୍କର ପ୍ରଦର୍ଶନ ପ୍ରଶଂସନୀୟ ହେବ। ବନ୍ଧୁ ସହିତ ଲାଗି ରହିଥିବା ମତଭେଦ ଦୂର ହେବ।

 

ବୃଷ: କୌଣସି କଥା ବୁଝିବାରେ ସମସ୍ୟା ହୋଇପାରେ। ଅର୍ଥ ସମ୍ବନ୍ଧରେ ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ନୂଆ କୌଶଳ ଗ୍ରହଣ କଲେ ବେପାର ବଢ଼ିବ। କର୍ମଜୀବୀ ମହିଳାଙ୍କ ଲାଗି ଦିନଟି ଭଲ।

ମିଥୁନ: ଶରୀର ସୁସ୍ଥ ଓ ମନ ପ୍ରସନ୍ନ ରହିବ। କାର୍ଯ୍ୟକ୍ଷେତ୍ରରେ ସଫଳତା ପାଇବେ। ଗଣମାଧ୍ୟମରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ଧନ ସଂପଦ ବଢ଼ିବ। ସମାଜରେ ପ୍ରତିଷ୍ଠା ବଢ଼ିବ।

କର୍କଟ: ଆପଣଙ୍କ ଜୀବନରେ କିଛି ପରିବର୍ତ୍ତନ ଆସିବ। ନୂଆ ଲୋକଙ୍କ ପାଖରେ ସଂଯତ ରୁହନ୍ତୁ। ଆଶା କରୁଥିବା ଦିଗରୁ ଅର୍ଥ ପାଇବେ। ରାଜନେତାଙ୍କୁ ଉଚ୍ଚ ପଦ ମିଳିପାରେ।

ସିଂହ: ଆପଣଙ୍କ ଜୀବନରେ ଖୁସିର ଆଗମନ ହେବ। ଶୁଭ ଖବର ପାଇବେ। ବ୍ୟବସାୟରେ ନୂଆ ଗୋଷ୍ଠୀ ସହ ଯୋଡ଼ିବା ପାଇଁ ଭାବି ପାରନ୍ତି। ଦାମ୍ପତ୍ୟ ଜୀବନରେ ନୂତନତ୍ବ ଆସିବ।

କନ୍ୟା: ସରକାରୀ କାମରେ ବଡ଼ ଲୋକଙ୍କ ସାହାଯ୍ୟ ପାଇବେ। କୃଷି କ୍ଷେତ୍ରରେ ଥିବା ଲୋକଙ୍କୁ ଧନଲାଭ ହେବ। ଜୀବନସାଥୀଙ୍କୁ ଅଧିକ ସମୟ ଦିଅନ୍ତୁ।

 

ତୁଳା: ଆପଣଙ୍କ ମନ ପ୍ରସନ୍ନ ରହିବ। କାର୍ଯ୍ୟକ୍ଷେତ୍ରରେ ଭଲଭାବେ କାମ କରିବେ। ସାହିତ୍ୟ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। କାରବାରରେ ଭାଇଙ୍କ ସହଯୋଗ ପାଇବେ।

ବିଛା: କାରବାରରେ ଆପଣଙ୍କୁ ଯଥେଷ୍ଟ ଲାଭ ମିଳିବ। ନିଜର ଯୋଜନାକୁ ଗୋପନ ରଖନ୍ତୁ। ଅଫିସରେ କୌଣସି ବଡ଼ ଦାୟିତ୍ବ ଆପଣଙ୍କ କାନ୍ଧକୁ ଆସିବ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

 

ଧନୁ: ନୂଆ କାର୍ଯ୍ୟ ପାଇଁ ରୁଚି ବଢ଼ିବ। ଧନ ସମ୍ବନ୍ଧୀୟ ପ୍ରସଙ୍ଗରେ ଆପଣଙ୍କୁ ସଫଳତା ମିଳିବ। କିଛି ବିଶେଷ ଜାଗାରେ ଆପଣଙ୍କର ପ୍ରଶଂସା ହେବ। ସାମାଜିକ କାର୍ଯ୍ୟରେ ସଫଳ ହେବେ।

 

ମକର: ଜୀବନର କୌଣସି କ୍ଷେତ୍ରରେ ଉନ୍ନତି ହେବ। ବନ୍ଧୁ ଆପଣଙ୍କୁ ଆର୍ଥିକ ସାହାଯ୍ୟ ମାଗି ପାରନ୍ତି। ପରିବାରରେ ଲାଗି ରହିଥିବା ସମସ୍ୟାର ସମାଧାନ ବାହାରିବ।

 

କୁମ୍ଭ: କାରବାର ଦ୍ରୁତଗତିରେ ବୃଦ୍ଧି ପାଇବ। ଅଫିସରେ ସହକର୍ମୀଙ୍କ ସାହାଯ୍ୟ ପାଇପାରନ୍ତି। ବାକିଥିବା କାମ ସଂପୂର୍ଣ୍ଣ ହୋଇଯିବ। ସ୍କୁଲ ସାଙ୍ଗ ସହ ମିଶିବାର ଯୋଜନା କରିବେ।

ମୀନ: ଆପଣ ଚିନ୍ତାମୁକ୍ତ ରହିବେ। ଜୀବନକୁ ଉତ୍କୃଷ୍ଟ କରିବା ଲାଗି ଚେଷ୍ଟା କରିବେ। ଏକାଗ୍ରତାର ସହ କରୁଥିବା କାମରେ ସଫଳ ହେବେ। ଚାକିରିଆଙ୍କୁ ଆର୍ଥିକ ଲାଭ ହେବାର ସମ୍ଭାବନା ଅଛି।

ସମ୍ବନ୍ଧିତ ଖବର