ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ନୂଆ ଲକ୍ଷ୍ୟ ନିର୍ଦ୍ଧାରଣ ଲାଗି ଦିନଟି ଶୁଭ। କୌଣସି ପ୍ରଭାବଶାଳୀ ବ୍ୟକ୍ତିଙ୍କ ସହିତ ସାକ୍ଷାତ ହେବ। ପ୍ରେମ ଜୀବନ ମଧୁର ହେବ।

ବୃଷ: ମନରେ ସକାରାତ୍ମକ ଭାବନା ରହିବ। ଆପଣଙ୍କ ବ୍ୟବହାରରେ ସମସ୍ତେ ଖୁସି ହେବେ। ବ୍ୟବସାୟ ବୃଦ୍ଧିର ଯୋଗ ରହିଛି। ଖେଳାଳିମାନଙ୍କ ଲାଗି ଦିନଟି ଭଲ।

ମିଥୁନ: ବ୍ୟକ୍ତିତ୍ବକୁ ବିକଶିତ ପାଇଁ ଚେଷ୍ଟା କରିବେ। ଲୋକଙ୍କ ସାହାଯ୍ୟରେ ବେପାରକୁ ବୃଦ୍ଧି କରାଇବେ। ଚାକିରିଜୀବୀ ଆଶା ଅନୁଯାୟୀ ବଦଳି ହୋଇପାରନ୍ତି।

କର୍କଟ: କୌଣସି କାମ ସଂପୂର୍ଣ୍ଣ ହେବାଦ୍ବାରା ଆନନ୍ଦ ପାଇବେ। ରାଜନୀତି କାର୍ଯ୍ୟରେ ରୁଚି ବଢ଼ିବ। ବ୍ୟବସାୟର ଉନ୍ନତି ପାଇଁ ନୂଆ ପଥ ଖୋଲିବ।

ସିଂହ: ନିଜର ପରିସର ବୃଦ୍ଧି ପାଇଁ ପ୍ରୟାସ କରିବେ। ଅଫିସରେ ଉପରିସ୍ଥ କର୍ମଚାରୀ ଆପଣଙ୍କ କାମ ଦେଖି ଖୁସି ହେବେ। ଜୀବନସାଥୀଙ୍କ ସହିତ ମନାନ୍ତର ଦୂର ହେବ।

କନ୍ୟା: ମନମୁତାବକ କାମ ସଂପୂର୍ଣ୍ଣ ହେବ। ଆପଣଙ୍କ ବ୍ୟବହାରରେ କିଛି ଲୋକ ପ୍ରଭାବିତ ହେବେ। ଧନ ସମ୍ବନ୍ଧୀୟ ମାମଲାରେ ସଫଳତା ମିଳିବ।

ତୁଳା: କୌଣସି ସମ୍ମାନିତ ଲୋକଙ୍କ ସହିତ ମିଶିବେ। ବେପାରରେ ଯୋଜନାବଦ୍ଧ ରୂପେ କାମ କରିପାରନ୍ତି। ଶତ୍ରୁପକ୍ଷ ଠାରୁ ଦୂରରେ ରହିବେ।

ବିଛା: ଅଫିସରେ ଅଧିକାରୀଙ୍କ ସହଯୋଗ ପାଇବେ। ବେପାରରେ ଅଚାନକ ଧନପ୍ରାପ୍ତି ହେବେ। ରାଜନୀତିରେ ମାନ ସମ୍ମାନ ବଢ଼ିବ।

ଧନୁ: ମନରେ ଅଚାନକ କୌଣସି ବିଚାର ଆସିବ ଯାହା ପ୍ରଗତିରେ ସହାୟକ ହେବ। କାରବାର ଦ୍ରୁତଗତିରେ ବୃଦ୍ଧି ପାଇବ। ଜୀବନସାଥୀଙ୍କ ସହିତ ସମ୍ବନ୍ଧ ଭଲ ରହିବ।

ମକର: ମନ ଶାନ୍ତ ରହିବା ସହିତ ରଚନାତ୍ମକ କାମରେ ସୁନାମ ଅର୍ଜନ କରିବେ। ବ୍ୟବସାୟରେ ଦିଗୁଣା ବୃଦ୍ଧି ହେବାର ଯୋଗ ରହିଛି। ଘରେ ସ୍ବାଦିଷ୍ଠ ଖାଦ୍ୟ ଖାଇବେ।

କୁମ୍ଭ: କୌଣସି ମନୋରଂଜନ କାର୍ଯ୍ୟକ୍ରମରେ ଯୋଗ ଦେବେ। ଅନ୍ୟମାନଙ୍କର ଉତ୍ସାହ ଦେଖି ପ୍ରଭାବିତ ହେବେ। ବ୍ୟବସାୟରେ ସଫଳତା ହାସଲ ହେବ।

ମୀନ: ପୂର୍ବ କଥାକୁ ନେଇ ମାନସିକ ଅଶାନ୍ତିରେ ରହିପାରନ୍ତି। ଅନ୍ୟମାନଙ୍କର ସାହାଯ୍ୟ ପାଇବେ। ଆୟ ବ୍ୟୟର ଭାରସାମ୍ୟ ବଜାୟ ରହିବ।

ସମ୍ବନ୍ଧିତ ଖବର