ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଅଫିସ କାମ ଅତିଶୀଘ୍ର ସଂପୂର୍ଣ୍ଣ କରିଦେବେ। କୌଣସି ସଂପର୍କୀୟ ଘରକୁ ଆସିବେ। ସବୁ ସମସ୍ୟାର ସମାଧାନ ବାହାରିବ। ଭୂସଂପତ୍ତି କିଣିବା ଯୋଗ ରହିଛି।

ବୃଷ: ବେପାରରେ ସାମିଲ ହେବା ପାଇଁ ପ୍ରସ୍ତାବ ପାଇପାରନ୍ତି। ସରକାରୀ ଚାକିରିଆଙ୍କ ଲାଗି ଭଲ ଦିନଟିଏ। ପାରିବାରିକ ଜୀବନ ଶାନ୍ତିମୟ ହେବ।

ମିଥୁନ: ଯେଉଁ କାମ ପୂରା କରିବାକୁ ଚାହୁଁଛନ୍ତି ତାହା ଭାଇ ଭଉଣୀଙ୍କ ସାହାଯ୍ୟରେ ସଂପୂର୍ଣ୍ଣ କରିନେବେ। ଅନ୍ୟମାନଙ୍କ ସହିତ କଥା ହେବାବେଳେ ମଧୁର ଭାଷା ପ୍ରୟୋଗ କରନ୍ତୁ।

କର୍କଟ: ଅଫିସ କାମ ସଂପୂର୍ଣ୍ଣ କରିବା ପାଇଁ ବ୍ୟସ୍ତ ରହିବେ। ଅଧିକାର ଜାହିର କରିବା ପ୍ରବୃତ୍ତିରୁ ନିବୃତ୍ତ ରୁହନ୍ତୁ। ଘନିଷ୍ଠ ଲୋକ ଠାରୁ ଖୁସି ଖବର ପାଇବେ।

ସିଂହ: ଆପଣଙ୍କ ରଚନାତ୍ମକ କାମକୁ ପ୍ରଶଂସା ମିଳିବ। ସମ୍ମୁଖକୁ ଆସୁଥିବା ସବୁ ଚ୍ୟାଲେଞ୍ଜର ଦୃଢ଼ ମୁକାବିଲା କରିପାରିବେ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

କନ୍ୟା: ଆପଣଙ୍କ ମନ ପସନ୍ଦ କଂପାନିର ଚାକିରି ପାଇଁ ଡାକରା ଆସିପାରେ। ଲେଖକଙ୍କ ଲାଗି ଭଲ ଦିନଟିଏ। ଛାତ୍ରଙ୍କ କ୍ୟାରିୟର ନୂଆ ରୂପରେ ସୁଶୋଭିତ ହେବ।

ତୁଳା: ଆଜି ଆପଣଙ୍କ ସହ ସବୁ ଭଲ ହେବ। ଜୀବନସାଥୀଙ୍କ ସହିତ ଲାଗି ରହିଥିବା ବିବାଦର ସମାଧାନ ହେବ। ଔଷଧ ବ୍ୟବସାୟୀଙ୍କୁ ଧନଲାଭ ହେବ।

ବିଛା: ଘରେ କୌଣସି ଧାର୍ମିକ କାର୍ଯ୍ୟକ୍ରମର ରୂପରେଖ ତିଆରି କରିପାରନ୍ତି। ପରିବାରରେ ଲାଗି ରହିଥିବା ଅଶାନ୍ତି ଦୂର ହେବ। ଅବିବାହିତଙ୍କ ପାଇଁ ଶୁଭ ପ୍ରସ୍ତାବ ଆସିବ।

ଧନୁ: ଯେଉଁ କାମ କରିବାକୁ ଚାହିଁବେ ସହଜରେ ସଂପୂର୍ଣ୍ଣ ହେବ। ବିରୋଧୀ ଆପଣଙ୍କ ଠାରୁ ଦୂରେଇ ରହିବେ। ପୁରୁଣା ବନ୍ଧୁ ସହିତ ମିଶିବା ପାଇଁ ମନରେ ଆଗ୍ରହ ସୃଷ୍ଟି ହେବ।

ମକର: କୌଣସି କାର୍ଯ୍ୟ କରିବା ସମୟରେ ମନକୁ ଶାନ୍ତ ରଖନ୍ତୁ, ଆପଣଙ୍କ କାମ ସଂପୂର୍ଣ୍ଣ ହେବ। ପରିବାରରେ କ୍ଳେଶ ଦୂର ହେବ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିବ।

କୁମ୍ଭ: ଦୀର୍ଘଦିନ ଧରି ପ୍ରୟାସ କରିଆସୁଥିବା କାମରେ ସଫଳ ହେବେ। ଆର୍ଥିକ ସ୍ଥିତି ସୁଦୃଢ଼ ହେବ। ଶିକ୍ଷାର୍ଥୀ ଲେଖାପଢ଼ାରେ ଅଧିକ ଧ୍ୟାନ ଦିଅନ୍ତୁ।

ମୀନ: ଆପଣଙ୍କ ମନରେ ନୂଆ ନୂଆ ବିଚାର ଆସିବ। ପରିବାରର କୌଣସି ଦାୟିତ୍ବ ତୁଲାଇବାକୁ ପଡ଼ିବ। ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ।

ସମ୍ବନ୍ଧିତ ଖବର