ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆପଣଙ୍କୁ ନିଜ ପ୍ରତିଭାରୁ ଯଥେଷ୍ଟ ଲାଭ ମିଳିବ। ଜମି ସମସ୍ୟା ସମାଧାନ ହୋଇଯିବ। ଜୀବନସାଥୀ ଓ ପରିଜନଙ୍କ ସ୍ନେହ ପାଇବେ। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ।

ବୃଷ: ନୂଆ ବିଚାର ଆପଣଙ୍କ ଆର୍ଥିକ ପକ୍ଷକୁ ସୁଦୃଢ଼ କରିବ। ଚାକିରି ପରିବର୍ତ୍ତନ କରିବାକୁ ଚାହୁଁଥିବା ଲୋକଙ୍କ ପାଇଁ ଦିନଟି ଭଲ। ଛାତ୍ର ଏକାଗ୍ରତାର ସହ ପଢ଼ିବାକୁ ଚେଷ୍ଟା କରନ୍ତୁ।

ମିଥୁନ: ଚାକିରିରେ ନୂଆ ଦାୟିତ୍ବ ପାଇବେ। ଅଚାନକ କୌଣସି ବନ୍ଧୁ ଦେଖା କରିବାକୁ ଆସିବେ। ବ୍ୟବସାୟରେ ଭଲ ଲାଭ ହେବ। ପ୍ରେମ ସମ୍ବନ୍ଧରେ ମଧୁରତା ଆସିବ।

କର୍କଟ: କୌଣସି କାମକୁ ମୂଳରୁ ଆରମ୍ଭ କରିବେ। ଆର୍ଥିକ ସ୍ଥିତି ସୁଦୃଢ଼ ହେବା ଯୋଗୁଁ ପରିବାରରେ ଅଶାନ୍ତି ହ୍ରାସ ହେବ। ରାଜନୀତି କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କୁ ପ୍ରଶଂସା ମିଳିବ।

ସିଂହ: କାର୍ଯ୍ୟକ୍ଷେତ୍ରରେ ଏଭଳି ସୁଯୋଗ ପାଇବେ ଯାହା ଆମଦାନି ବୃଦ୍ଧି କରିବ। ସନ୍ଧ୍ୟାରେ ଜୀବନସାଥୀଙ୍କ ସହ ଭଲ ସମୟ କାଟିବେ। ଲୁଗା ଦୋକାନ ଖୋଲିବା ପାଇଁ ଦିନଟି ଭଲ।

କନ୍ୟା: ପୂରା ଦିନ ଆପଣଙ୍କ ମନ ପ୍ରସନ୍ନ ରହିବ। ବ୍ୟବସାୟରେ ନୂଆ ଅବସର ପାଇବେ। ଅଫିସରେ ଆପଣଙ୍କ ପରାମର୍ଶକୁ ସମସ୍ତେ ସମ୍ମାନ କରିବେ।

ତୁଳା: ଆପଣଙ୍କର ପରାକ୍ରମ ବଢ଼ିବ। କୌଣସି ଜରୁରୀ କାମରେ ଦୂର ସ୍ଥାନକୁ ଯିବେ। ଚାକିରିଆଙ୍କର ଘର ଠାରୁ ନିକଟତର ସ୍ଥାନକୁ ବଦଳି ହୋଇପାରେ।

ବିଛା: ଅଯଥା କଥାଠୁଁ ନିଜକୁ ଦୂରରେ ରଖନ୍ତୁ। ଅପ୍ରତ୍ୟାଶିତ ଧନପ୍ରାପ୍ତି ହେବ। ବ୍ୟବସାୟ ନେଇ ବନ୍ଧୁ ସହିତ ଆଲୋଚନା କରିବେ। ଗୃହିଣୀଙ୍କୁ ଘର କାମରେ ପତିଙ୍କ ସହଯୋଗ ମିଳିବ।

ଧନୁ: ପୂର୍ବରୁ ଲାଗି ରହିଥିବା ଚିନ୍ତା ସମାପ୍ତ ହେବ। ନିଜର ଭାବନା ଓ ଯୋଜନାକୁ କ୍ରିୟାନ୍ବିତ କରିବା ପାଇଁ ଲଗାତାର ପ୍ରୟାସ କରିବେ। ଦାମ୍ପତ୍ୟ ଜୀବନ ପୂର୍ବ ଅପେକ୍ଷା ଭଲ ହେବ।

ମକର: ମନ ଶାନ୍ତ ରହିବ। ଲୋକମାନଙ୍କ ସହ ମହତ୍ତ୍ବପୂର୍ଣ୍ଣ କଥା ଆଲୋଚନା କରିବାର ସୁଯୋଗ ପାଇବେ। ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ।

କୁମ୍ଭ: ଇଚ୍ଛା ପୂରା କରିବା ପ୍ରୟାସରେ ସଫଳ ହେବେ। ମହିଳା ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ହେବ। କୋର୍ଟ କଚେରି ମାମଲାରେ ବ୍ୟସ୍ତତା ବଢ଼ିବ।

ମୀନ: ଆପଣ ନିଜ କଥାରେ ଲୋକଙ୍କୁ ମନାଇନେବେ। ବ୍ୟବସାୟୀଙ୍କ ଲାଗି ଦିନଟି ଲାଭଦାୟକ ରହିବ। ଦୀର୍ଘ ଦିନରୁ ଲାଗି ରହିଥିବା ଘରୋଇ ଅସୁବିଧା ଦୂର ହେବ।

ସମ୍ବନ୍ଧିତ ଖବର