ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ପରିଶ୍ରମର ଉଚିତ ମୂଲ୍ୟ ପାଇବେ। ଆର୍ଥିକ ସ୍ଥିତି ମଜଭୁତ ହେବ। ଚାକିରିଜୀବୀଙ୍କୁ ଲାଭ ମିଳିବ। ପ୍ରେମ ପ୍ରସଙ୍ଗଯୁକ୍ତ ଜୀବନରେ ବହୁତ ଆନନ୍ଦ ପାଇବେ।

 

ବୃଷ: ଆପଣଙ୍କ ସାମନାକୁ ନୂଆ ସୁଯୋଗ ଆସିବ। ସମାଜରେ ଆଦର ସମ୍ମାନ ପାଇବେ। ଅଫିସରେ ସହକର୍ମୀଙ୍କ ସହିତ ଭଲ ତାଳମେଳ ରହିବ।

 

ମିଥୁନ: ଗୁରୁତ୍ବପୂର୍ଣ୍ଣ କଥାବାର୍ତ୍ତା ଦ୍ବାରା ସଫଳତା ମିଳିବାର ସମ୍ଭାବନା ଅଛି। ରାଜନୀତି ପ୍ରତି ଆଗ୍ରହ ବଢ଼ିବ। ବ୍ୟବସାୟରେ ସବୁ କିଛି ଭଲ ହେବ।

 

କର୍କଟ: ଯେଉଁ କାମ ହାତକୁ ନେବେ ନିଶ୍ଚିତ ଲାଭ ପାଇବେ। କୌଣସି ଖୁସି ଖବର ପାଇବେ। ଅଫିସରେ ଆପଣଙ୍କ ମତ ରଖିବାର ସୁଯୋଗ ପାଇବେ।

 

ସି˚ହ: ସାମାଜିକ କାର୍ଯ୍ୟରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିବେ। କୃଷିଜୀବୀଙ୍କୁ ଧନଲାଭ ହେବ। ଚାକିରି ସମ୍ବନ୍ଧରେ ଭଲ ଖବର ପାଇବେ।

 

କନ୍ୟା: ଆପଣଙ୍କ କାମକୁ ନେଇ ଉପରିସ୍ଥ କର୍ମଚାରୀ ଅସନ୍ତୁଷ୍ଟ ହୋଇପାରନ୍ତି। କାରବାରରେ ଆପଣଙ୍କୁ ଲାଭ ହେବ। ପରିବାରରେ ନିବିଡ଼ତା ସହିତ ବିଶ୍ବାସ ବି ବଢ଼ିବ।

 

ତୁଳା: ଜରୁରୀ କାମ ଶେଷ କରିବା ଲାଗି ଯୋଜନା କରିବେ। ବନ୍ଧୁଙ୍କର ସହଯୋଗ ମିଳିବ। ଜମି ଦଲାଲଙ୍କୁ ଜମି ବିକ୍ରିରୁ ଯଥେଷ୍ଟ ଲାଭ ହେବ।

 

ବିଛା: କାର୍ଯ୍ୟ କ୍ଷେତ୍ରରେ ପୁରୁଣା ପରିଚୟରୁ ଲାଭ ପାଇବେ। ସମାଜରେ ଆପଣଙ୍କର ପ୍ରତିଷ୍ଠା ବଢ଼ିବ। ଦାମ୍ପତ୍ୟ ଜୀବନରେ ସୁଖର ମାତ୍ରା ବଢ଼ିବ।

 

ଧନୁ: ଆପଣଙ୍କ ମନ ଧର୍ମ ଦିଗରେ ଆକର୍ଷିତ ହେବ। ବାଲ୍ୟ ବନ୍ଧୁଙ୍କ ସହିତ ସାକ୍ଷାତ୍‌ ହେବ। କୌଣସି ନୂଆ ସୁଯୋଗ ମିଳିପାରେ। ବେପାର ଉଦ୍ୟୋଗରେ ଉନ୍ନତି କରିବେ।

 

ମକର: ଆପଣଙ୍କ ସମ୍ବନ୍ଧରେ ଲାଗି ରହିଥିବା ତିକ୍ତତା ମଧୁରତାରେ ବଦଳିଯିବ। ଧନଲାଭର ସୁଯୋଗ ପାଇବେ। ଜୀବନସାଥୀଙ୍କୁ ଉପହାର ଦେଇପାରନ୍ତି।

 

କୁମ୍ଭ: ନିଜକୁ ସୁସ୍ଥ ଓ ସବଳ ଅନୁଭବ କରିବେ। ନିଜର ଲକ୍ଷ୍ୟ ହାସଲ ଲାଗି ଠୋସ୍‌ ଯୋଜନା କରିବେ। ଭଲ ଲୋକଙ୍କ ସହାୟତାରେ ଧନଲାଭ ହେବ।

 

ମୀନ: ଅଫିସରେ ଏଭଳି ସୁଯୋଗ ମିଳିବ ଯାହା ଦ୍ବାରା ଆପଣଙ୍କୁ ଯଥେଷ୍ଟ ଲାଭ ହେବ। ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ।

ସମ୍ବନ୍ଧିତ ଖବର