ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଅଫିସରେ କର୍ତ୍ତୃପକ୍ଷ ଆପଣଙ୍କ କାମ ଦେଖି ଖୁସି ହେବେ। ବେପାରରେ ଲାଭ ହେବ। ଗୃହିଣୀମାନଙ୍କ ଲାଗି ଦିନଟି ଭଲ ରହିବ।

ବୃଷ: ଈଶ୍ବରଙ୍କ ସ୍ମରଣ ଦ୍ବାରା ମନରେ ସକାରାତ୍ମକ ଶକ୍ତି ସଂଚାର ହେବ। କାମ ଆରାମରେ ସଂପୂର୍ଣ୍ଣ ହୋଇଯିବ। ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ।

ମିଥୁନ: ନୂଆ ଦାୟିତ୍ବକୁ ଭଲଭାବେ ତୁଲାଇବେ। ଅଚାନକ ଧନଲାଭର ଯୋଗ ରହିଛି। ଛାତ୍ରଛାତ୍ରୀ ପ୍ରତିଯୋଗିତା ପରୀକ୍ଷ‌ାର ପ୍ରସ୍ତୁତି ପାଇଁ ଇଚ୍ଛୁକ ହେବେ।

କର୍କଟ: କୌଣସି ପୂର୍ବ କଥାକୁ ନେଇ ଚିନ୍ତିତ ରହିବେ। ସରକାରୀ କାମରେ କିଛି ଲୋକଙ୍କ ସାହାଯ୍ୟ ପାଇବେ। ନବ ଦମ୍ପତିଙ୍କ ଲାଗି ଭଲ ଦିନଟିଏ।

ସିଂହ: ଯୋଜନା ଅନୁସାରେ କାମ ସଂପୂର୍ଣ୍ଣ ହେବ। ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। କୌଣସି ପାଖଲୋକ ଆର୍ଥିକ ସହାୟତା ମାଗିବେ। ଦାମ୍ପତ୍ୟ ଜୀବନରେ ତାଳମେଳ ବଜାୟ ରହିବ।

କନ୍ୟା: ଆପଣ ଖୁସି ଖବର ପାଇବେ। ସମାଜରେ ମାନ ସମ୍ମାନ ବୃଦ୍ଧି ହେବ। ନୂଆ ଉତ୍ସରୁ ଧନପ୍ରାପ୍ତି ହେବ। ଛାତ୍ରଙ୍କୁ ଅଧିକ ପରିଶ୍ରମ କରିବାକୁ ହେବ।

ତୁଳା: ନୂଆ କୌଶଳରେ କାମ କଲେ ସଫଳତା ପାଇପାରିବେ। ସମାଜରେ ଆପଣଙ୍କର ମାନ ସମ୍ମାନ ବଢ଼ିବ। ପାରିବାରିକ ସମ୍ବନ୍ଧ ସୁଦୃଢ଼ ହେବ।

ବିଛା: ଆପଣଙ୍କର କାମ ନିର୍ଦ୍ଧାରିତ ସମୟରେ ସଂପୂର୍ଣ୍ଣ ହୋଇଯିବ। ବ୍ୟବସାୟୀ କୌଣସି ବଡ଼ ନିଷ୍ପତ୍ତି ନେବେ। ବୈବାହିକ ଜୀବନ ଖୁସି ଭରା ରହିବ।

ଧନୁ: ପାରିବାରିକ ଜୀବନ ସୁଖକର ହେବ। କୌଣସି ନୂଆ କାମ ଶିଖିବାର ସୁଯୋଗ ପାଇବେ। ଅନ୍ୟମାନଙ୍କ ସହିତ କଥାବାର୍ତ୍ତା ବେଳେ ଭାଷା ଉପରେ ସଂଯମ ରଖନ୍ତୁ।

ମକର: ପିଲାପିଲିଙ୍କ ସହିତ ଖୁସିର ମୁହୂର୍ତ୍ତ ଅତିବାହିତ କରିବେ। ସରକାରୀ କାମରେ ଆପଣ ସଫଳତା ପାଇବେ। ଓକିଲଙ୍କର ସମାଜରେ ଖ୍ୟାତି ବଢ଼ିବ।

କୁମ୍ଭ: ଭାବିଥିବା କାମ ସହଜରେ ସଂପୂର୍ଣ୍ଣ ହେବ। ସ୍ବାସ୍ଥ୍ୟ ଭଲ ରହିବ। ନିବେଶ ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ସହ ପରାମର୍ଶ କରନ୍ତୁ। ଭାବିଚିନ୍ତି ଖର୍ଚ୍ଚ କରନ୍ତୁ।

ମୀନ: ନୂଆ କାମ କରିବା ପୂର୍ବରୁ ବଡ଼ଙ୍କ ସମ୍ମତି ନିଅନ୍ତୁ। କାରବାରରେ ଅନିଶ୍ଚିତ ସ୍ଥିତି ରହିବ। ଛାତ୍ରଙ୍କ କ୍ୟାରିୟର ନୂଆ ରୂପରେ ସୁଶୋଭିତ ହେବ।

ସମ୍ବନ୍ଧିତ ଖବର