ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ। ଆପଣଙ୍କ କାମରେ ଖୁସି ହୋଇ କର୍ତ୍ତୃପକ୍ଷ କୌଣସି ଉପହାର ଦେଇପାରନ୍ତି। ବେପାରରେ ଧନଲାଭର ଯୋଗ ରହିଛି।

ବୃଷ: ପରିବାରର କୌଣସି ଲୋକଙ୍କ ସହ ମତଭେଦ ହୋଇପାରେ। ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ବ୍ୟବସାୟରେ ଆଶାଠୁଁ ଅଧିକ ଲାଭ ପାଇବେ।

ମିଥୁନ: ନୂଆ କାମରେ ଆଗ୍ରହ ବଢ଼ିବ। ଆର୍ଥିକ ପକ୍ଷ ପୂର୍ବ ଅପେକ୍ଷା ସୁଦୃଢ଼ ହେବ। ଓକିଲ ପୁରୁଣା ମକଦ୍ଦମା ଜିଣିବେ। ରାଜନୀତିରେ ମହତ୍ବାକାଂକ୍ଷା ପୂରା ହେବ।

କର୍କଟ: ବ୍ୟବସାୟୀଙ୍କ ଲାଗି ଦିନଟି ସାମାନ୍ୟ ରହିବ। କୌଣସି ଆହ୍ବାନକୁ ସହଜରେ ସାମନା କରିପାରିବେ। ପୂର୍ବରୁ କରିଥିବା କୌଣସି ତ୍ରୁଟି ଆପଣଙ୍କୁ କଷ୍ଟ ଦେବ।

ସିଂହ: ଯେଉଁ କାମ କରିବାକୁ ଚାହିଁବେ ସହଜରେ ସଂପୂର୍ଣ୍ଣ କରିପାରିବେ। ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ। ଇଂଜିନିୟର ଛାତ୍ରୀଙ୍କ ଲାଗି ଦିନଟି ଭଲ।

କନ୍ୟା: ଆପଣଙ୍କ ଲାଗି ଦିନଟି ମହତ୍ତ୍ବପୂର୍ଣ୍ଣ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ଜୀବନସାଥୀଙ୍କ ସହ ସମୟ ଅତିବାହିତ କରିବା ଲାଗି ବାହାରକୁ ବୁଲି ଯାଇପାରନ୍ତି।

ତୁଳା: ସ୍ଥଗିତ କାମରେ ବନ୍ଧୁ ସାହାଯ୍ୟ କରିବେ। ଧାର ନେବା ଦେବାରୁ ନିବୃତ୍ତ ରୁହନ୍ତୁ। ଆପଣଙ୍କୁ ପୁରସ୍କାର ମିଳିବା ଯୋଗ ରହିଛି। ଦାମ୍ପତ୍ୟ ଜୀବନରେ ସୌହାର୍ଦ୍ଦ୍ୟ ବଢ଼ିବ।

ବିଛା: କୌଣସି ବଡ଼ ନିଷ୍ପତ୍ତି ନେବାକୁ ପଡ଼ିପାରେ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯିବେ। ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ। ଛାତ୍ରଙ୍କ ଲାଗି ଦିନଟି ଭଲ।

ଧନୁ: ଆର୍ଥିକ ସ୍ଥିତିକୁ ନେଇ ମାନସିକ ଅସ୍ଥିରତା ବଢ଼ିପାରେ। ବାଲ୍ୟବନ୍ଧୁ ସହ ସାକ୍ଷାତ ଯୋଗ ରହିଛି। ବ୍ୟବସାୟରେ ପ୍ରତିଯୋଗୀଙ୍କ ତ୍ରୁଟି ପାଇଁ ଆପଣଙ୍କୁ ଲାଭ ହେବ।

ମକର: କୌଣସି ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ପରିବର୍ତ୍ତନ କରିପାରନ୍ତି। ନୂଆ ବ୍ୟବସାୟରେ ପୁଞ୍ଜି ବିନିଯୋଗ କଲେ ଆପଣଙ୍କୁ ଦିଗୁଣା ଲାଭ ମିଳିବ। ପ୍ରିୟତମଙ୍କ ସହ ସମ୍ବନ୍ଧ ମଜଭୁତ ହେବ।

କୁମ୍ଭ: ନୂଆ ଜମି କିଣିବାକୁ ଚାହୁଥିଲେ ଶୁଭ ମୁହୂର୍ତ୍ତ ଦେଖନ୍ତୁ। କୋର୍ଟ କଚେରି ମାମଲାଠୁଁ ଦୂରରେ ରୁହନ୍ତୁ। ଅଫିସରେ ଆପଣଙ୍କ କାମ ଦେଖି କର୍ତ୍ତୃପକ୍ଷ ଖୁସି ରହିବେ।

ମୀନ: ଆପଣଙ୍କ ସ୍ବଭାବକୁ ଟିକେ କୋମଳ ରଖନ୍ତୁ। ମନର କଥା ପାଖଲୋକଙ୍କୁ କୁହନ୍ତୁ। ଶିକ୍ଷକଙ୍କ ଲାଗି ଭଲ ଦିନଟିଏ। ଲୋକମାନଙ୍କ ଉପରେ ଭଲ ପ୍ରଭାବ ପକାଇବେ।

ସମ୍ବନ୍ଧିତ ଖବର