ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କାର୍ଯ୍ୟକ୍ଷେତ୍ରରେ କିଛି ନୂଆ ଶିଖିବାକୁ ଚେଷ୍ଟା କରିବେ। ସଭାରେ ଆପଣଙ୍କୁ ଲୋକେ ଧ୍ୟାନ ଦେଇ ଶୁଣିବେ। ବ୍ୟବସାୟରେ ଲାଭର ଅବସର ମିଳିବ।

ବୃଷ: ପୂଜାପାଠରେ ଅଧିକ ସମୟ ବିତିବ। ବିଶେଷ କାମରେ ଦୂର ସ୍ଥାନକୁ ଯିବାକୁ ପଡ଼ିପାରେ। ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ଅବିବାହିତଙ୍କୁ ବିବାହ ପ୍ରସ୍ତାବ ମିଳିବ।

ମିଥୁନ: ଚାକିରି ବୃତ୍ତିରେ ଲାଗି ରହିଥିବା ବାଧା ଦୂର ହୋଇଯିବ। ଧନଲାଭର ନୂଆ ମଉକା ପାଇବେ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

କର୍କଟ: କାର୍ଯ୍ୟକ୍ଷେତ୍ରରେ ପୂର୍ବରୁ କରିଥିବା ଯୋଜନା କାହାରିକୁ ଜଣାନ୍ତୁ ନାହିଁ। ଆପଣଙ୍କର ବୁଦ୍ଧି ବିରୋଧୀମାନଙ୍କୁ ଦୂରରେ ରଖିବ। ଧାର ନେବା ଦେବାରୁ ନିବୃତ୍ତ ରୁହନ୍ତୁ।

ସିଂହ: କାମରେ ଏକାଗ୍ରତା ଭଙ୍ଗ ହେବାକୁ ଦିଅନ୍ତୁ ନାହିଁ। ବ୍ୟବସାୟରେ ଲାଗିରହିଥିବା ସମସ୍ୟାର ସମାଧାନ କରିନେବେ। ସଂପର୍କୀୟଙ୍କୁ ଅଯଥା କଥା କହନ୍ତୁ ନାହିଁ।

କନ୍ୟା: ଜୀବନସାଥୀ ସହ ଥିବା ମନୋମାଳିନ୍ୟ ସମାପ୍ତ ହୋଇଯିବ। ମନପ୍ରାଣ ଢାଳି କାମ କଲେ ସନ୍ତୋଷଜନକ ଫଳ ପାଇବେ। ବ୍ୟବସାୟ କାମରେ ଦୂର ସ୍ଥାନକୁ ଯାଇପାରନ୍ତି।

ତୁଳା: ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ। ଅପବ୍ୟୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ପରିବାରର ସବୁ ଲୋକ କାମରେ ପରସ୍ପରଙ୍କୁ ସାହାଯ୍ୟ କରିବେ। ଘରକୁ ନୂଆ ବନ୍ଧୁଙ୍କ ଆଗମନ ହେବ।

ବିଛା: ନିଜର ପ୍ରଦର୍ଶନ ଦ୍ବାରା କର୍ତ୍ତୃପକ୍ଷଙ୍କୁ ପ୍ରଭାବିତ କରିବେ। ସାହିତ୍ୟ କ୍ଷେତ୍ରରେ ଥିବା ଲୋକଙ୍କ ଲାଗି ଦିନଟି ଭଲ। ପ୍ରେମ ସମ୍ବନ୍ଧ ନିବିଡ଼ ହେବ।

ଧନୁ: ଶାନ୍ତ ମନରେ କାମ କରନ୍ତୁ, ଯଥେଷ୍ଟ ଲାଭ ପାଇବେ। ଅନ୍ତରଙ୍ଗ ବନ୍ଧୁ ସହ ସାକ୍ଷାତ ହେବ। ସମାଜସେବା କ୍ଷେତ୍ରରେ ଥିବା ଲୋକଙ୍କ ଆୟରେ ବୃଦ୍ଧି ହେବ।

ମକର: ମହତ୍ତ୍ବପୂର୍ଣ୍ଣ ବିଷୟରେ ବନ୍ଧୁ ସହ କଥାବାର୍ତ୍ତା ହେବେ। ନୂଆ ବିଚାର ସହ କାମ କରନ୍ତୁ, ଯଥେଷ୍ଟ ଲାଭ ହେବ। ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ।

କୁମ୍ଭ: ଆପଣଙ୍କ ଇଚ୍ଛା ପୂରଣ କରିବାର ଚେଷ୍ଟା ଫଳପ୍ରଦ ହେବ। ଲାଗି ରହିଥିବା ସମସ୍ୟାର ସମାଧାନ ବାହାରିବ। ଛାତ୍ରଙ୍କୁ କ୍ୟାରିୟର ସମ୍ବନ୍ଧରେ ବଡ଼ ସଫଳତା ମିଳିବ।

ମୀନ: ସାରା ଦିନ ମନ ପ୍ରସନ୍ନ ରହିବ। ନୂଆ ବିଚାର ଆପଣଙ୍କୁ ଆର୍ଥିକ ଉନ୍ନତି ଦେବ। ଅଫିସରେ ସମସ୍ତଙ୍କ ସହ ଭଲ ତାଳମେଳ ରହିବ। ପାରିବାରିକ ଜୀବନ ସୁଖମୟ ହେବ।

ସମ୍ବନ୍ଧିତ ଖବର