ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: କାରବାରରେ ଆସୁଥିବା ସମସ୍ୟା ଲାଗି ଅଶାନ୍ତି ବଢ଼ିବ। ସ୍ବାସ୍ଥ୍ୟ ନେଇ ସଚେତନ ରୁହନ୍ତୁ। କୌଣସି ସମାରୋହରେ ନିକଟ ସଂପର୍କୀୟଙ୍କ ସହ ସାକ୍ଷାତ ହେବ।

ବୃଷ: ନିଜର ଲକ୍ଷ୍ୟ ପ୍ରାପ୍ତି ଲାଗି ଆପ୍ରାଣ ଚେଷ୍ଟା କରିବେ। ଜୀବନସାଥୀଙ୍କ ଉପରେ ଭରସା ବଜାୟ ରଖନ୍ତୁ। ସନ୍ତାନଙ୍କ ଶିକ୍ଷାରେ ଉନ୍ନତି ହେବାର ସମ୍ଭାବନା ଅଛି।

ମିଥୁନ: ବହୁ ଦିନର ସ୍ବପ୍ନ ସାକାର ହେବ। ବେପାରରେ ଅନ୍ୟମାନଙ୍କ ସହ ମିଳାମିଶା ବଢ଼ିବ। ଚାକିରିଆଙ୍କୁ ସାଥୀଙ୍କ ଠାରୁ କମ୍ ସହଯୋଗ ମିଳିପାରେ।

କର୍କଟ: କ୍ୟାରିୟରରେ ଉନ୍ନତି ଲାଗି ଭଲ ପରାମର୍ଶ ପାଇବେ। ଯାହା ବି ନିଷ୍ପତ୍ତି ନେବେ ସେଥିରୁ ନିଶ୍ଚୟ ଲାଭ ମିଳିବ। ରାଜନେତା ସାମାଜିକ କାର୍ଯ୍ୟରେ ସାମିଲ ହେବେ।

ସିଂହ: ଅଫିସରେ ଆପଣଙ୍କୁ ଭଲ ଖବର ମିଳିପାରେ। ଆପଣଙ୍କ କାମରେ ସ୍ଥିରତା ବଜାୟ ରହିବ। ଘରୋଇ ଖର୍ଚ୍ଚ ବଢ଼ିବା ହେତୁ ଆର୍ଥିକ ସ୍ଥିତି ଦୁର୍ବଳ ହେବ।

କନ୍ୟା: ତଟକା ଫୁଲ ଭଳି ନିଜ ବ୍ୟବହାରକୁ ତାଜା ରଖନ୍ତୁ। ବନ୍ଧୁମାନଙ୍କ ସହ ସମୟ ବିତିବ। ମହିଳାମାନେ ଜିନିଷ କିଣିବାରେ ଅଧିକ ସମୟ ବ୍ୟୟ କରିବେ।

ତୁଳା: ଧୈର୍ଯ୍ୟ ବଜାୟ ରଖନ୍ତୁ, ଆପଣ ଯାହା ଆଶା କରିଛନ୍ତି ତାହା ମିଳିବ। ଜରୁରୀ କାମ ଶୀଘ୍ର ସଂପୂର୍ଣ୍ଣ କରି ନିଅନ୍ତୁ। ଅଫିସରେ ଆପଣଙ୍କ ସ୍ଥାନ ପରିବର୍ତ୍ତନ ହୋଇପାରେ।

ବିଛା: ବେପାରୀଙ୍କୁ ଅଚାନକ ଧନଲାଭ ହୋଇପାରେ। କୌଣସି ଆହ୍ବାନମୂଳକ କାମ ଆପଣଙ୍କୁ ମିଳିପାରେ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

ଧନୁ: ମହତ୍ତ୍ବପୂର୍ଣ୍ଣ କାର୍ଯ୍ୟ ସଂପୂର୍ଣ୍ଣ ହେବ। ପୁରୁଣା ବନ୍ଧୁମାନଙ୍କ ସହ ସାକ୍ଷାତ ହେବ। ବାହାରକୁ ବୁଲି ଯିବାର ଯୋଜନା କରିପାରନ୍ତି। ଆର୍ଥିକ ସ୍ଥିତି ଚିନ୍ତାଜନକ ହୋଇପାରେ।

ମକର: କୌଣସି କଥା ନେଇ ମନ ଅସ୍ଥିର ରହିବ। କୋର୍ଟ କଚେରି ମାମଲାରେ ଆରାମ ପାଇବେ। ଛାତ୍ରଙ୍କୁ ବରିଷ୍ଠଙ୍କ ଠାରୁ ଭଲ ପରାମର୍ଶ ମିଳିବ।

କୁମ୍ଭ: ଆପଣଙ୍କ ଆତ୍ମବିଶ୍ବାସର ସ୍ତର ଉଚ୍ଚା ରହିବ। ଅଫିସରେ ଆପଣଙ୍କ କାମରେ କର୍ତ୍ତୃପକ୍ଷ ଖୁସି ହେବେ। ବେପାରରେ ଅଚାନକ ଧନଲାଭ ହେବ। ଘରେ ସୁଖ ଶାନ୍ତି ବଜାୟ ରହିବ।

ମୀନ: ନିବେଶ କରିବା ପୂର୍ବରୁ ଭଲଭାବେ ଯାଞ୍ଚ କରି ନିଅନ୍ତୁ। ନିଜର ଭାବନାକୁ ସକାରାତ୍ମକ ରଖନ୍ତୁ। କ୍ୟାରିୟରରେ ଆଗକୁ ବଢ଼ିବା ଲାଗି ସୁଯୋଗ ପାଇବେ।

ସମ୍ବନ୍ଧିତ ଖବର