ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଶତ୍ରୁ ଆପଣଙ୍କୁ ବନ୍ଧୁତାର ହାତ ବଢ଼ାଇବେ। ଲାଭର ଅବସର ହାତଛଡ଼ା କରନ୍ତୁ ନାହିଁ। ପେସାଦାର ବ୍ୟବସାୟୀ ଯଥେଷ୍ଟ ଲାଭ ପାଇବେ।

ବୃଷ: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯାଇପାରନ୍ତି। ଅବିବାହିତ କନ୍ୟାଙ୍କ ଲାଗି ଭଲ ଦିନଟିଏ। ପ୍ରତିଯୋଗୀ ପରୀକ୍ଷାର୍ଥୀଙ୍କୁ ଶୁଭ ଖବର ମିଳିବ।

ମିଥୁନ: ଆପଣ ଅଧିକ ସମୟ ପରିବାର ସହ ଅତିବାହିତ କରିବେ। ଆପଣଙ୍କର ବାକି କାମ ପୂରା ହେବ। ଖେଳାଳିମାନେ ନିଜର ହୃତଗୌରବ ଫେରି ପାଇବେ।

କର୍କଟ: ସ୍ବାସ୍ଥ୍ୟ ନେଇ ସଚେତନ ରୁହନ୍ତୁ। କାର୍ଯ୍ୟକ୍ଷେତ୍ରରେ ନୂଆ ବିଚାର ଉପରେ ଭାବିବା ପାଇଁ ଦିନଟି ଭଲ। ପ୍ରେମିକ ପ୍ରେମିକା ବାହାରକୁ ବୁଲି ଯାଇପାରନ୍ତି।

ସିଂହ: ଭାବିଥିବା ସବୁ କାମ ପୂରା ହୋଇଯିବ। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ଭଲ ହେବ। ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ।

କନ୍ୟା: ଆର୍ଥିକ ସ୍ଥିତି ଭଲ ରହିବ। ଆପଣ ଯେଉଁ ନିଷ୍ପତ୍ତି ନେବେ ତାହା ଆପଣଙ୍କୁ ଭବିଷ୍ୟତରେ ଲାଭ ଦେବ। ସନ୍ଧ୍ୟାରେ ଜୀବନସାଥୀଙ୍କ ସହ ସୁଖଦ ସମୟ କାଟିବେ।

ତୁଳା: ଅଫିସ କାମ ସହଜରେ ପୂରା ହୋଇଯିବ। ଅଚାନକ ଧନଲାଭ ଯୋଗ ରହିଛି। ଘରକୁ ନୂଆ ବନ୍ଧୁଙ୍କ ଆଗମନ ହେବ। ଛାତ୍ରମାନେ କିଛି ନୂଆ ଶିଖିବାକୁ ଆଗ୍ରହୀ ହେବେ।

ବିଛା: କୌଣସି ପାରିବାରିକ ଦାୟିତ୍ବ ଆପଣଙ୍କୁ ପ୍ରଦାନ କରାଯାଇପାରେ। ଇଲେକ୍ଟ୍ରୋନିକ୍ସ ସାମଗ୍ରୀ କିଣି ପାରନ୍ତି। କୌଣସି ନୂଆ ବ୍ୟବସାୟ ଆରମ୍ଭ କରିପାରନ୍ତି।

ଧନୁ: ପରିବାରରେ ଆନନ୍ଦ ଉଲ୍ଲାସ ଦେଖାଦେବ। ବନ୍ଧୁ ସହ ସମୟ ଅତିବାହିତ କରିବେ। ଇସ୍ପାତ ସାମଗ୍ରୀ କିଣି ପାରନ୍ତି। ଅଜଣା ବ୍ୟକ୍ତିଙ୍କ ଉପରେ ଭରସା କରନ୍ତୁ ନାହିଁ।

ମକର: ପେସାଦାର ବ୍ୟବସାୟୀଙ୍କ ଲାଗି ଦିନଟି ଲାଭପ୍ରଦ ରହିବ। ଜୀବନରେ କିଛି ପରିବର୍ତ୍ତନ କରିବାକୁ ଚେଷ୍ଟା କରିବେ। ରାଜନୀତିରେ ସଫଳତା ପାଇବେ।

କୁମ୍ଭ: ଦେବ ଦର୍ଶନ ଯୋଗ ରହିଛି। ସମାଜରେ ଖ୍ୟାତି ବଢ଼ିବ। ବେପାରରେ ବକେୟା ଅର୍ଥ ପାଇବେ। ଜରୁରୀ କାମରେ ବାପାଙ୍କର ସାହାଯ୍ୟ ପାଇବେ।

ମୀନ: ଯେଉଁ କାମ କରିବାକୁ ଭାବିବେ ତାହା ମନପ୍ରାଣ ଢ଼ାଳି ପୂରା କରିଦେବେ। କୋର୍ଟ ମାମଲାରେ ଆପଣଙ୍କର ଜୟଲାଭ ହେବ। ଅଫିସରେ ଆପଣଙ୍କୁ ସମ୍ମାନିତ କରାଯାଇପାରେ।

ସମ୍ବନ୍ଧିତ ଖବର