ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ମନ ସାମାଜିକ କାର୍ଯ୍ୟରେ ଲାଗିବ। ଆର୍ଥିକ ଲାଭ ପାଇଁ ଅଧିକ ପରିଶ୍ରମ କରିବାକୁ ହେବ। ପାରିବାରିକ ଜୀବନରେ ସୁଖ ଶାନ୍ତି ବୃଦ୍ଧି ହେବ।

ବୃଷ: ମନ୍ଦିରକୁ ଠାକୁର ଦର୍ଶନ ପାଇଁ ଯିବେ। ଆପଣଙ୍କର କୌଣସି ଜରୁରୀ କାମ ସଂପୂର୍ଣ୍ଣ ହୋଇପାରେ। ଜୀବନସାଥୀଙ୍କ ପୂରା ସହଯୋଗ ପାଇବେ। ଲେଖକଙ୍କ ଲାଗି ଦିନଟି ଭଲ।

ମିଥୁନ: ଆପଣ ନିଜକୁ ସୁସ୍ଥ ସବଳ ଅନୁଭବ କରିବେ। ଆପଣ କାର୍ଯ୍ୟକ୍ଷେତ୍ରରେ ଭଲ ପ୍ରଦର୍ଶନ ଦେବା ପାଇଁ କିଛି ନୂଆ କରିବେ। ବେପାରରେ ଅଚାନକ ଧନଲାଭ ହେବ।

କର୍କଟ: ଜରୁରୀ କାମ ସଂପୂର୍ଣ୍ଣ କରିବାରେ ପୂର୍ବ ଅଭିଜ୍ଞତା କାମରେ ଆସିବ। ବୁଝି ବିଚାରି ନିବେଶ କରନ୍ତୁ। ପରିବାର ଲୋକଙ୍କ ସହ ମହତ୍ତ୍ବପୂର୍ଣ୍ଣ ପ୍ରସଙ୍ଗରେ କଥା ହେବେ।

ସିଂହ: ପୁରୁଣା ବନ୍ଧୁ ସହ ଫୋନରେ କଥା ହେବେ। ଅଧିକାରୀବର୍ଗ ଆପଣଙ୍କ କାମରେ ପ୍ରସନ୍ନ ରହିବେ। ଶତ୍ରୁ କ୍ଷତି ପହଞ୍ଚାଇବା ପାଇଁ ବିଫଳ ପ୍ରୟାସ କରିବେ।

କନ୍ୟା: ଅଫିସରେ ଆପଣଙ୍କ କାମର ପ୍ରଶଂସା ହେବ। ଆପଣଙ୍କ ଆତ୍ମବିଶ୍ବାସର ସ୍ତର ବୃଦ୍ଧି ପାଇବ। ପରିବାରରେ ସମସ୍ତଙ୍କ ସହ ଭଲ ସମ୍ବନ୍ଧ ସ୍ଥାପିତ ହେବ।

ତୁଳା: କୌଣସି ଜରୁରୀ କାମରେ ବନ୍ଧୁଙ୍କ ସାହାଯ୍ୟ ପାଇବେ। ଆର୍ଥିକ ସ୍ଥିରତା ବଜାୟ ରହିବ। କୌଣସି ନିର୍ମାଣ କାର୍ଯ୍ୟ ଲାଗି ଯୋଜନା କରିବେ।

ବିଛା: ସନ୍ଧ୍ୟା ସୁଦ୍ଧା କୌଣସି ଶୁଭ ଖବର ପାଇବେ। ପ୍ରିୟଜନଙ୍କ ସହ ଦିନଟି ଭଲରେ ବିତିବ। ପାରିବାରିକ ଜୀବନ ସୁଖକର ହେବ।

ଧନୁ: ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। କାମ ପୂରା କରିବାରେ ପରିବାର ଲୋକଙ୍କ ସହଯୋଗ ମିଳିବ। କୌଣସି ସହପାଠୀ ଆପଣଙ୍କୁ ନିଜର ମନକଥା କହିବେ।

ମକର: ଅଫିସରେ ବାକି କାମ ପୂରା ହୋଇଯିବ। ବ୍ୟବସାୟରେ ଯଥେଷ୍ଟ ଲାଭ ପାଇବେ। ମହିଳାଙ୍କୁ କୌଣସି ବିଶେଷ ଖବର ମିଳିବ।

କୁମ୍ଭ: ଶରୀର ସୁସ୍ଥ ରହିବ। କାମ ଧନ୍ଦାରେ ଆପଣ ସଫଳତା ପାଇବେ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ। ଶତ୍ରୁମାନେ କ୍ଷତି କରିପାରନ୍ତି, ତେଣୁ ସତର୍କତା ଅବଲମ୍ବନ କରନ୍ତୁ।

ମୀନ: ଆପଣଙ୍କ ମନରେ ନୂଆ ବିଚାର ଆସିବ। ଆୟ ଉତ୍ସରେ ବୃଦ୍ଧି ଘଟିବ। ଅଫିସ କାମରେ ସହର ବାହାରକୁ ଯାଇପାରନ୍ତି। ଜୀବନସାଥୀଙ୍କ ସହ ମତଭେଦ ହୋଇପାରେ।

ସମ୍ବନ୍ଧିତ ଖବର