ଜାଣନ୍ତୁ ଆସନ୍ତାକାଲିର ରାଶିଫଳ

ମେଷ: ଆର୍ଥିକ ସ୍ଥିତି ସୁଦୃଢ଼ ରହିବ। କ୍ୟାରିୟରରେ ଆଗକୁ ବଢ଼ିବା ପାଇଁ ନୂଆ ସୁଯୋଗ ସମ୍ମୁଖକୁ ଆସିବ। ପରିବାରରେ ସୁଖ ଶାନ୍ତି ବଜାୟ ରହିବ। ସୁସ୍ବାଦୁ ଖାଦ୍ୟ ଭୋଜନ କରିବେ।

ବୃଷ: ନିଜର ବ୍ୟକ୍ତିତ୍ବକୁ ବିକଶିତ କରିବା ଲାଗି ଦିନଟି ଉତ୍ତମ। ସମ୍ମାନିତ ଲୋକଙ୍କ ସହ ମିିଶିବାର ସୁଯୋଗ ପାଇବେ। ବାପାଙ୍କ ସହଯୋଗ କ୍ୟାରିୟରକୁ ଠିକ୍ ଦିଶା ଦେ‌ବ।

ମିଥୁନ: କମ୍ ପରିଶ୍ରମ‌ରେ ଯଥେଷ୍ଟ ଲାଭ ମିଳିବାର ଯୋଗ ରହିଛି। ଜୀବନସାଥୀଙ୍କ ସହଯୋଗରେ ଅଶାନ୍ତି ଦୂର ହେବ। ରାଜନୀତିରେ ମହତ୍ତ୍ବାକାଂକ୍ଷା ପୂରା ହେବ।

କର୍କଟ: ବନ୍ଧୁ ସହ ବାହାରକୁ ବୁଲି ଯିବାର ଯୋଜନା କରିବେ। ରାଜନୀତି କ୍ଷେତ୍ରରେ ଥିବା ଲୋକଙ୍କର ମାନ ସମ୍ମାନ ବଢ଼ିବ। ଜମି ଦଲାଲଙ୍କୁ ଲାଭ ହେବ।

ସିଂହ: ଧାର୍ମିକ କାର୍ଯ୍ୟରେ ମନ ଲାଗିବା ହେତୁ ଶାନ୍ତି ପାଇବେ। ପଡ଼ୋଶୀ ମନୋମାଳିନ୍ୟ ପା‌ସୋରି ବନ୍ଧୁତାର ହାତ ବଢ଼ାଇବେ। ପରୀକ୍ଷା ସମ୍ବନ୍ଧୀୟ ଭଲ ଖବର ପାଇବେ।

କନ୍ୟା: ଚାକିରି ବୃତ୍ତିରେ କୌଣସି ବଡ଼ ଆହ୍ବାନ ଆସିବ। ଲୋକେ ଆପଣଙ୍କ କାମ କରିବା ଶୈଳୀରେ ପ୍ରଭାବିତ ହେବେ। ସ୍ବାସ୍ଥ୍ୟ ସମ୍ପର୍କରେ ସଚେତନ ରୁହନ୍ତୁ।

ତୁଳା: ଅଫିସ କାମରେ ବ୍ୟସ୍ତ ରହିବେ। ସାମାଜିକ ସମସ୍ୟା ଲୋକଙ୍କ ଆଗରେ ରଖିବେ। ଆମଦାନି ବୃଦ୍ଧି କରିବାକୁ ଚେଷ୍ଟା କରନ୍ତୁ। ଦାମ୍ପତ୍ୟ ଜୀବନ ପ୍ରୀତିକର ହେବ।

ବିଛା: ସାମାଜିକ କାର୍ଯ୍ୟରେ ସକ୍ରିୟତା ବଢ଼ିପାରେ। ବେପାରରେ ଲାଭ ପାଇବେ। ପରିବାରଠୁଁ କୌଣସି ଭଲ ଖବର ପାଇବେ। କ୍ୟାରିୟରରେ ଆଗକୁ ବଢ଼ିବେ।

ଧନୁ: କାରବାରରେ ବନ୍ଧୁ ବା ପରିବାର ଲୋକଙ୍କ ସାହାଯ୍ୟ ପାଇବେ। ଖାଦ୍ୟ ପାନୀୟ ପ୍ରତି ସଜାଗ ରୁହନ୍ତୁ। ଛାତ୍ରଙ୍କ କ୍ୟାରିୟରରେ ନୂଆ ପରିବର୍ତ୍ତନ ଆସିବ।

ମକର: ସ୍ୱାସ୍ଥ୍ୟରେ ଅବନତି ଦେଖାଦେବ। ଅଜଣା ବ୍ୟକ୍ତିଙ୍କ ଉପରେ ଅଧିକ ଭରସା କରନ୍ତୁ ନାହିଁ। କାର୍ଯ୍ୟକ୍ଷେତ୍ରରେ ପୂର୍ବ ଅପେକ୍ଷା ଅଧିକ ପରିଶ୍ରମ କରିବାକୁ ହେବ।

କୁମ୍ଭ: ପରିବାର ସହ ସିନେମା ଦେଖିବାର ଯୋଜନା କରିବେ। ସମୟର ସଦୁପଯୋଗ କରନ୍ତୁ, ଲାଭ ହେବ। ବେକାରଙ୍କୁ ରୋଜଗାରର ଅବସର ମିଳିବ।

ମୀନ: ନିଜର ଲକ୍ଷ୍ୟ ସ୍ଥିର କରିବା ଲାଗି ନୂଆ ଯୋଜନା କରିବେ। ଚାକିରିଆଙ୍କୁ ଭଲ ଖବର ମିଳିବ। ଘରୋଇ ସମସ୍ୟା ଶାନ୍ତିପୂର୍ଣ୍ଣ ଭାବେ ସମାଧାନ କରିବେ।

ସମ୍ବନ୍ଧିତ ଖବର